No Result
View All Result

ଓଡ଼ିଶା ତାଜା ନ୍ୟୁଜ୍ ( ୦୫ ଏପ୍ରିଲ , ସୋମବାର ) ବରଗଡ଼ :- ଆଞ୍ଚଳିକ ସଂସ୍କୃତି କୁ ପ୍ରୋତ୍ସାହିତ କରିବା ପାଇଁ ବରଗଡ଼ ର ଗୋଷ୍ଟି ବେତାର କେନ୍ଦ୍ର ରେଡିଓ ଗୁଞ୍ଜନ୯୦.୪ fm କୁ ଶ୍ରେଷ୍ଠ ଜାତୀୟ ସମ୍ମାନ ରେ ସମ୍ମାନିତ କରାଯାଇଛି । ଏହି ଆୱାର୍ଡ଼ କୁ ଅଷ୍ଟମ ଜାତୀୟ ଗୋଷ୍ଠୀବେତର ଆୱାର୍ଡ଼ ୨୦୨୦ ପାଇଁ କେନ୍ଦ୍ର ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ତରଫରୁ ଘୋଷଣା କରା ଯାଇଛି ।

ଉକ୍ତ ଆୱାଡ ରେ ମନୋନୀତ ହୋଇଥିବା କାର୍ଯ୍ୟକ୍ରମ ଟି ରେ ପଶ୍ଚିମ ଓଡ଼ିଶାର ଲୋକ ସଂସ୍କୃତିର ଲୋକ କଳାକାର ଯୁଧିଷ୍ଟିର ସାହୁ (୮୦ ବର୍ଷ ବାରିଥ କଳାକାର) କର୍ମା ପରି ବେସନ କରିଥିଲେ ଉକ୍ତ ପ୍ରୋଗ୍ରାମ ଟି ୧୪ mint ଅବଧିର ଥିଲା ଯାହାକି ପ୍ରଯୋଜନା କରିଥିଲେ । ରେଡିଓ ଗୁଞ୍ଜନ ର କେନ୍ଦ୍ର ନିର୍ଦ୍ଦେଶକ ନିହାର ରଞ୍ଜନ ପଣ୍ଡା , ପରିକଳ୍ପନା କରି ଥିଲେ ମୋହନ ସାହୁ ଓ ସହଯୋଗିତା କରିଥିଲେ ନୃସିଂହ ପରିଜା ବିସିକେଶନ୍ ବାଗ । (ସତ୍ୟ ନାରାୟଣ ପ୍ରଧାନ ବରଗଡ଼ )
No Result
View All Result