No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୩ ଏପ୍ରିଲ ଶନିବାର ,ଶୁକ୍ରବାର ) ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲା ଉଦୟଗିରି ବ୍ଲକ ତରାପଦା ଗ୍ରାମ ନିକଟରେ ଆଜି ଏକ ବାଇକ ଭାରସାମ୍ୟ ହରାଇ ଏକଗଛ ରେ ପିଟି ହୋଇଯିବାରୁ ଦୁଇଜଣ ଗୁରୁତର ଆହାତଙ୍କୁ ଚିକିତ୍ସା ପାଇଁ ପାରଳାଖେମୁଣ୍ଡି ମୁଖ୍ୟ ଚିକିତ୍ସାଳୟ କୁ ଅଣାଗଲା l ଘଟଣାରୁ ପ୍ରକାଶ ଯେ କାଶୀନଗର ବ୍ଲକର କେ. ସିତାପୁର ଗ୍ରାମର ଡ଼ି. ରାଧାକୃଷ୍ଣ ବାଜୁବନ୍ଧ ଏବଂ ଗଞ୍ଜାମ ଜିଲ୍ଲା ବିଶ୍ୱନାଥପୁର ଗ୍ରାମର ଲିଟୁନାୟକ, ବାଇକ(ନଂ ଓଡି ୨୦ ୯୯୫୭) ରେ ଯାଉଥିବା ବେଳେ ଭାରସାମ୍ୟ ହରାଇ ତରାପଦା ଗ୍ରାମ ନିକଟରେଏକ ଗଛ ସହ ପିଟିହୋଇଯାଇଥିଲା ।
ଫଳରେ ଚାଳକ ରାଧାକୃଷ୍ଣର ବାଆଁ ଗୋଡ ଭାଙ୍ଗିଯାଇଛି ଏବଂ ଅନ୍ୟଜଣଙ୍କୁମଧ୍ୟ ଜୋର ଆଘାତ ଲାଗିଛି। କୌଣସି ସୂତ୍ରରୁ ଖବରପାଇ ରାମଗିରି ଥାନା ଅଧୀକାରୀ ବିକାଶ ସେଠୀ, ସଦଳେ ସେଠି ପହଞ୍ଚି ,୧୦୮ ଆମ୍ବୁଲାନସକୁ ଯୋଗାଯୋଗ କରି ପ୍ରଥମେ ରାମଗିରି ଡାକ୍ତରଖାନାକୁ ଆଣିଥିଲେ ସେଠାରେ ଦୁଇଜଣଙ୍କୁ ପ୍ରାଥମିକ ଚିକିତ୍ସା ପରେ ଡାକ୍ତର ସେମାନଙ୍କୁ ପାରଳାଖେମୁଣ୍ଡିସ୍ଥ ଜିଲ୍ଲା ମୂଖ୍ୟ ଚିକିତ୍ସାଳୟକୁ ଚିକିତ୍ସା ପାଇଁ ଆମ୍ବୁଲାନ୍ସ ଯୋଗେ ପଠେଇ ଦେଇଥିଲେ l (ରିପୋର୍ଟ – ଗରୁଡ଼ ଧ୍ଵଜ ଚୌଧୁରୀ )
No Result
View All Result