No Result
View All Result

ଓଡ଼ିଶା ତାଜା ନ୍ୟୁଜ୍ (୩ ଏପ୍ରିଲ ଶନିବାର ,ଶୁକ୍ରବାର ) ହିଞ୍ଜିଳିକାଟୁ :- ଆସିକା ଆଜି ଲୋକାର୍ପଣ ହେଲା କଇଁଫୁଲିଆ ହାଇଲେବଲ ସେତୁ।ଆଣି ଦିନ ୧୧.୩୦ ସମୟରେ ଭର୍ଚୁଆଲ ମାଧ୍ୟମରେ ଲୋକାର୍ପଣ କରିଛନ୍ତି ମାନ୍ୟବର ମୂଖ୍ୟମନ୍ତ୍ରୀ ଶ୍ରୀ ଯୁକ୍ତ ନବୀନ ପଟ୍ଟନାୟକ । ୩କୋଟି ୩୩ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ଏହି ସେତୁଟି, ସୋରଡା, ଆସିକା,ପିପଳପଙ୍କା,ଗାଜଲବାଡିକୁ ସଂଯୋଗ କରୁଛି । ପୂର୍ବରୁ ଏଠାରେ ଥିବା ଭଗ୍ନ ସେତୁଟି ଆସିକା ଅଞ୍ଚଳରେ ବନ୍ୟା ହେଲେ ସଠିକ ଭାବେ ଜଳ ନିଷ୍କାସନ କରି ପାରିନଥିବାରୁ କଇଁଫୁଲିଆ ଓ ଆଖ ପାଖ ଅଂଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହେଉଥିଲା ତେଣୁ ଭୂବନେଶ୍ୱରକୁ ଯାତୟତ ଠପ ହୋଇଯାଉଥିଲା ।

ତେବେ ହାଇଲେବଲ ସେତୁ ଦ୍ବାରା ଏବେ ବର୍ଷ ସାରା ଯାତୟତ ର ସମାଧାନ ହୋଇଥିବା ବୋଲି ଅଞ୍ଚଳ ବାସି କହିଛନ୍ତି । ମାନ୍ୟବର ଆସିକା ସାସଂଦ ପ୍ରମିଳା ବିଶୋୟୀ,ଆସିକା ବିଧାୟିକା ମଞ୍ଜୁଳା ସ୍ବାଇଁ, ଗଞ୍ଜାମ ଜିଲ୍ଲାପାଳ ଅମୃତ କୁଲାଙ୍ଗେ,ଭଞ୍ଜନଗର ଉପଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ, ଗଞ୍ଜାମ ଅଧିକ୍ଷା ସୋନମ ପଲାଇ,ଗଞ୍ଜାମ ପ୍ରକଳ୍ପ ଅଧିକାରୀ ,ଆସିକା ପଞ୍ଚାୟତ ଅଧିକ୍ଷ ହରେକୃଷ୍ଣ ମଲ୍ଲିକ,ଆସିକା ତହସିଲଦାର ,ସମସ୍ତ ପ୍ରଶାସନିକ ଅଧିକାରୀ ଏବଂ ଆସିକା ବିଜୁ ଜନତା ଦଳର ସମସ୍ତ କର୍ମୀମାନେ ଆଜି ଉଦଘାଟନ ଉତ୍ସବରେ ଯୋଗ ଦେଇଥିଲେ । ( ରିପୋର୍ଟ : ଶେଷଦେବ ସାହୁ )
No Result
View All Result