No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୩ ଏପ୍ରିଲ ଶନିବାର ,ଶୁକ୍ରବାର ) ହିଞ୍ଜିଳିକାଟୁ :- ଭାରତ ସରକାରଙ୍କ ପକ୍ଷରୁ ଗଞ୍ଜାମ ଜିଲ୍ଲାକୁ ୬ଟି ଜାତୀୟ ପଞ୍ଚାୟତ ଆୱାର୍ଡ ମିଳିଛି । ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀ ହିଞ୍ଜିଳିକାଟୁ ଓ ଶେରଗଡ଼ ବ୍ଳକ ସମେତ ସଂପୃକ୍ତ ବ୍ଳକ ଦ୍ୱୟର ବଡ଼ଖଣ୍ଡି ଓ ରାମଚନ୍ଦ୍ରପୁର ପଞ୍ଚାୟତକୁ ଏହି ମର୍ଯ୍ୟଦାସମ୍ପନ୍ନ ଆୱାର୍ଡ ପ୍ରଦାନ କରାଯାଇଛି । ଆୱାର୍ଡ ପ୍ରଦାନ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟୁଇଟ୍ କରି ଶୁଭେଚ୍ଛା ଜଣାଇଛନ୍ତି । ଓଡ଼ିଶାର ପଞ୍ଚାୟତରାଜ ସଂସ୍ଥାକୁ କ୍ଷମତାଶୀଳ କରାଯାଇଥିବା ଏହି ସଫଳତା ପ୍ରତିପାଦିତ କରିଛି ବୋଲି ଦର୍ଶାଇଛନ୍ତି । ଜନସାଧାରଣଙ୍କୁ ଉତ୍ତମ ସେବା ଯୋଗାଇବା ଓ ଭଲ କାର୍ଯ୍ୟ ପାଇଁ ହିଞ୍ଜିଳିକାଟୁ ବ୍ଳକ ସମେତ ସ୍ଥାନୀୟ ବ୍ଳକ ବଡ଼ଖଣ୍ଡି ପଞ୍ଚାୟତକୁ ଭାରତ ସରକାରଙ୍କ ପକ୍ଷରୁ ଦୀନ ଦୟାଲ ଉପାଧ୍ୟାୟ ପଞ୍ଚୟତ ସଶକ୍ତୀକରଣ ପୁରସ୍କାର ପ୍ରଦାନ କରାଯାଇଛି । ସେହିପରି ନିଜ ଅଞ୍ଚଳରେ ସାମାଜିକ- ଅର୍ଥନୈତିକ ବିକାଶ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ହିଞ୍ଜିଳି ଥାନା ଆଡ଼ପଡ଼ା ପଞ୍ଚାୟତକୁ ନାନାଜୀ ଦେଶମୁଖ ରାଷ୍ଟ୍ରୀୟ ଗୌରବ ଗ୍ରାମସଭା ପୁରସ୍କାର-୨୦୨୧ ପ୍ରଦାନ କରାଯାଇଛି । ହିଞ୍ଜିଳିକାଟୁ ବ୍ଳକ ଓ ବଡ଼ଖଣ୍ଡି ପଂଚାୟତ ଆୱାର୍ଡ ପାଇବା ପରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଓ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ନିର୍ଦ୍ଦେଶକ ସିନ୍ଧେ ଦତାର୍ତ୍ତୟ ଭାଉ ସାହେବ ସଂପୃକ୍ତ ବ୍ଳକ ଓ ପଞ୍ଚାୟତ ଟିମକୁ ପ୍ରଂଶସା କରିଛନ୍ତି ।
ଭାରତ ସରକାରଙ୍କ ପକ୍ଷରୁ ଗ୍ରାମାଞ୍ଚଳର ଭିତିଭୁମି, ରାସ୍ତାଘାଟ, ଆଲୋକୀକରଣ, ସାମାଜିକ, ଆର୍ଥନୈତିକ, ଶିକ୍ଷା, ସ୍ୱାସ୍ଥ୍ୟ ଆଦି ଗ୍ରାମୀଣ ବିକାଶ ଯୋଜନା ଗୁଡ଼ିକୁ ଅଗ୍ରାଧିକାର ଦିଆଯାଇଛି । ଏଣୁ ମହାତ୍ମାଗାନ୍ଧୀ ଜାତୀୟ କର୍ମ ନିଯୁକ୍ତି ଯୋଜନା, ପଲ୍ଲୀସଭା , ସୌଭାଗ୍ୟ ଯୋଜନା, ବି.ଜି.ଆର.ଇ.ଆଇ., ଦିନଦୟାଲ ଉପାଧ୍ୟାୟ କୌଶଲ୍ୟ ବିକାଶ ଯୋଜନା ଆଦି କେନ୍ଦ୍ରୀୟ ଯୋଜନା ଗୁଡ଼ିକର ସଫଳ ରୂପାୟନ କ୍ଷେତ୍ରରେ ଗ୍ରାମାଞ୍ଚଳର ସାମୁହିକ ବିକାଶ ପାଇଁ ବିଭିନ୍ନ କେନ୍ଦ୍ରୀୟ ଅର୍ଥ ଆୟୋଗ ଦ୍ୱାରା ଆର୍ଥୀକ ଅନୁଦାନ ବ୍ୟବସ୍ଥା ରହିଛି । ଏହି ବ୍ୟବସ୍ଥା ଦ୍ୱାରା ପଞ୍ଚାୟତ ବ୍ୟବସ୍ଥାକୁ ସୁପରିଚାଳନା ଓ ସୁନିୟନ୍ତ୍ରିତ କରିବା କ୍ଷେତ୍ରରେ ଉଲ୍ଳେଖନୀୟ ସଫଳତା ମିଳିଛି । କେନ୍ଦ୍ର ସରକାରଙ୍କ ବିଭିନ୍ନ ଉନ୍ନୟନ ଯୋଜନାକୁ କାର୍ଯ୍ୟକାରୀ କରି ଉକ୍ରର୍ଷତା ହାସଲ କରିଥିବା ଯୋଗୁଁ ଭାରତ ସରକାରଙ୍କ ପକ୍ଷରୁ ହିଞ୍ଜିଳି ବ୍ଳକ ଓ ବଡ଼ଖଣ୍ଡି ପଂଚାୟତକୁ ମୁଲ୍ୟାୟନ କରାଯାଇ ମର୍ଯ୍ୟଦାସମ୍ପନ୍ନ ଦୀନ ଦୟାଲ ଉପାଧ୍ୟାୟ ପଞ୍ଚାୟତ ସଶକ୍ତୀକରଣ ପୁରସ୍କାର ପ୍ରଦାନ କରାଯାଇଛି । ଆୱାର୍ଡ ପାଇବା ପରେ ହିଞ୍ଜିଳିକାଟୁ ବିଡ଼ିଓ ପ୍ରସନ କୁମାର ପାତ୍ର ଖୁସିବ୍ୟକ୍ତ କରିବା ସହ ବ୍ଳକ ଓ ପଞ୍ଚାୟତ ଟିମ୍ , ବ୍ଳକ ଅଧ୍ୟକ୍ଷ ଏନ. ରଘୁନାଥ, ସଂପୃକ୍ତ ପଂଚାୟତର ସରଂପଚ କେ. ଦୁର୍ଗା ପ୍ରସାଦ ରାଓ ସମେତ ଜନ ପ୍ରତିନିଧି ମାନଙ୍କୁ ଶ୍ରେୟ ପ୍ରଦାନ କରିଛନ୍ତି । ( ରିପୋର୍ଟ ଶୁସାନ୍ତ ପ୍ରଧାନ )
No Result
View All Result