• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home Uncategorized

ଦିଲ୍ଲୀରେ ଓଡ଼ିଶାର ବିକାଶ ନେଇ ରାଉଣ୍ଡ ଟେବୁଲ ବୈଠକ

Proprietor Abhimanyu Maharana by Proprietor Abhimanyu Maharana
April 3, 2021
in Uncategorized, ଓଡ଼ିଶା, ଦେଶ, ହୋମ୍
0
Round Table Conclave in Delhi on Odisha’s Development
Share on FacebookShare on TwitterWhatsapp

ଓଡ଼ିଶା ତାଜା ନ୍ୟୁଜ୍ (୩ ଏପ୍ରିଲ ଶନିବାର ) ନୂଆଦିଲ୍ଲୀ / ଭୁବନେଶ୍ୱର :- ଜାତୀୟ ରାଜଧାନୀ ଦିଲ୍ଲୀଠାରେ ନିକଟରେ ଓଡ଼ିଶାର ଅର୍ଥନୈତିକ ଉତ୍‍ଥାନ ନେଇ ଏକ ରାଉଣ୍ଡ ଟେବୁଲ ବୈଠକ ଅନୁଷ୍ଠିତ ହୋଇଯାଇଛି ।
ବୁଦ୍ଧିଜୀବୀ ସଂଗଠନ ‘ଓଡ଼ିଶା ପଜିଟିଭ୍‍’ ଏବଂ ‘ରୁଟସ୍‍ ଅଫ୍‍ ଓଡ଼ିଶା ଫାଉଣ୍ଡେସନ’ର ମିଳିତ ଆନୁକୂଲ୍ୟରେ ଏହି ମାନସମନ୍ଥନ ଅଧିବେଶନ ଏରୋସିଟିଠାରେ ଆୟୋଜନ କରାଯାଇଥିଲା । ସାମାଜିକ ଗଣମାଧ୍ୟମ ମାଧ୍ୟମରେ ସିଧା ପ୍ରସାରଣ କରାଯାଇଥିବା ଏହି ସଭାରେ ଉପସ୍ଥିତ ବିଶିଷ୍ଟ ଅତିଥିମାନେ କରୋନା ମହାମାରୀ କାଳରେ ଏବଂ ଏହାର ପରବର୍ତ୍ତୀ ସମୟରେ ଓଡ଼ିଶା ସମ୍ମୁଖୀନ କରିବାକୁ ଯାଉଥିବା ଆହ୍ୱାନ ଓ ଅବସର ସମ୍ପର୍କରେ ଚର୍ଚ୍ଚା ଆଲୋଚନା କରାଯାଇଥିଲା । ଲାଇଭ୍‍ଷ୍ଟ୍ରିମିଂ ଜରିଆରେ ବକ୍ତୃତା ଆରମ୍ଭ କରି ଲବ୍ଧପ୍ରତିଷ୍ଠ ଉଦ୍ୟୋଗପତି ଏବଂ ଆମେରିକାସ୍ଥିତ ମାଟସେନ୍‍ କୁମାର ଏଲ୍‍ଏଲ୍‍ସିର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ମାଇକେଲ ଜନ୍‍ ମାଟସେନ୍‍ କୋଭିଡ୍‍ କଟକଣା ଯୋଗୁଁ ନୂତନ କରି ସୃଷ୍ଟି ହୋଇଥିବା ଗୃହରୁ କାର୍ଯ୍ୟ କରିବାର ବୃତ୍ତିଗତ ପ୍ରଥା ଓଡ଼ିଶାରେ ନିଯୁକ୍ତିର ଅପର୍ଯ୍ୟାପ୍ତ ସୁଯୋଗ ସୃଷ୍ଟି କରିଥିବା ଦର୍ଶାଇଥିଲେ । ରାଉଣ୍ଡ ଟେବୁଲ ସମାବେଶକୁ ସମ୍ବୋଧନ କରି ସିଙ୍ଗାପୁରସ୍ଥିତ ଭି କ୍ଲାଉଡ୍‍ ଏକ୍ସ ଟିଟିଇର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ପଙ୍କଜ ଗୁପ୍ତା ଓଡ଼ିଶାରେ ମହଜୁଦ ଥିବା ଅପର୍ଯ୍ୟାପ୍ତ ସମ୍ବଳରାଶି ସହିତ ଉପଲବ୍ଧ ସନ୍ତୁଳିତ ପରିବେଶ ବ୍ୟବସ୍ଥାର ସମ୍ପୂର୍ଣ୍ଣ ବିନିଯୋଗକରଣ କରାଯାଇପାରିଲେ ରାଜ୍ୟର ବ୍ୟାପକ ଅର୍ଥନୈତିକ ଉନ୍ନୟନ ସମ୍ଭବପର ହେବା ସାଙ୍ଗକୁ ଦେଶର ମଧ୍ୟ ଆର୍ଥିକ ବିକାଶ କ୍ଷେତ୍ରରେ ରାଜ୍ୟ ବିଶେଷ ଯୋଗଦାନ ଦେଇ ପାରିବ ବୋଲି ସୂଚାଇଛନ୍ତି ।

ଆଲୋଚନାଚକ୍ରରେ ଉଦ୍‍ବୋଧନ ଦେଇ ଭଏସ୍‍ ଅଫ୍‍ ସିଭିଲ୍‍ ସୋସାଇଟି ପତ୍ରିକାର ପ୍ରକାଶକ ଓ ସମ୍ପାଦକ ଚାର୍ଟାର୍ଡ ଏକାଉଣ୍ଟାଣ୍ଟ୍‍ ରବି ପାଣି ଅତୀତରେ ବିଭିନ୍ନ ରାଷ୍ଟ୍ରକୁ ବୋଇତରେ ଯାତ୍ରା କରି ରାଜ୍ୟର ବ୍ୟାପାର ବାଣିଜ୍ୟକୁ ନିଜର ବ୍ୟବସାୟିକ ପାରଦର୍ଶିତା ଯୋଗୁଁ ସମୃଦ୍ଧ କରିପାରିଥିବା ଓଡ଼ିଆ ସାଧବ ପୁଅମାନଙ୍କର ସ୍ୱର୍ଣ୍ଣାଭ ଇତିହାସ ଉପରେ
ଆଲୋକପାତ କରିଥିଲେ । ଭିଡିଓ କନ୍‍ଫରେନ୍ସିଂ ଜରିଆରେ ଭର୍ଚ୍ଚୁଆଲ ସଭାରେ ଯୋଗଦେଇ ଲେପ୍ଟନାଣ୍ଟ କର୍ଣ୍ଣେଲ୍‍ ଡ. ପରମିନ୍ଦର କୌର କୋରାପୁଟ, କନ୍ଧମାଳ ଓ ଫୁଲବାଣୀ ଆଦି ଆଦିବାସୀ ଅଧ୍ୟୁଷିତ ଜିଲ୍ଲା ଗୁଡ଼ିକୁ ତାଙ୍କର ଗସ୍ତ ସମ୍ପର୍କରେ ଉଲ୍ଲେଖ କରି ଏସବୁ ଇଲାକାରେ ଶିଶୁ ସ୍ୱାସ୍ଥ୍ୟ ନେଇ ଅତ୍ୟାଧୁନିକ ସୁବିଧା ସୁଯୋଗର ଆବଶ୍ୟକତା ଉପରେ ଜୋର ଦେଇଥିଲେ । ବିଖ୍ୟାତ୍‍ ପରିବେଶବିତ୍‍ ଓ ଭ୍ରମଣକାରୀ ଯୋଗେନ୍ଦ୍ର ସିଂହ ଓଡ଼ିଶାର ପରିବେଶ-ସାହାସିକ-ଆଧ୍ୟାତ୍ମିକ ପର୍ଯ୍ୟଟନ ବିଶ୍ୱସ୍ତରୀୟ ବୋଲି ବର୍ଣ୍ଣନା କରି ଏହାଦ୍ୱାରା ନିଯୁକ୍ତିର ଭରପୁର ସୁଯୋଗ ରହିଥିବା ଉଲ୍ଲେଖ କରିବା ସହିତ ରାଜ୍ୟର ଗ୍ରାମ୍ୟ ଆତିଥେୟତାର ଭୂରିଭୂରି ପ୍ରଶଂସା କରିଥିଲେ ।
ଗ୍ଲୋବାଲ ରିସର୍ଚ୍ଚ ଫୋରମ୍‍ ଅନ୍‍ ଡାଏସ୍‍ପୋରା ଏଣ୍ଡ୍‍ ଟ୍ରାନ୍ସ ନ୍ୟାସନାଲିଜିମ୍‍ର ପ୍ରତିଷ୍ଠାତା ଡ. ସଦାନନ୍ଦ ସାହୁ ରାଜ୍ୟର ଦୁର୍ବଳ ଅର୍ଥନୈତିକ ସ୍ଥିତି ସମ୍ପର୍କରେ ବିଶ୍ୱର ପ୍ରବାସୀ ଓଡ଼ିଆମାନଙ୍କର ଧ୍ୟାନ ଆକର୍ଷଣ କରିବା ସହିତ ଓଡ଼ିଶାର ସର୍ବାଙ୍ଗୀନ ଉନ୍ନତି ସକାଶେ ସେମାନଙ୍କର ସମ୍ପୂର୍ଣ୍ଣ ସାହାଯ୍ୟ ଓ ଉତ୍ସର୍ଗୀକୃତ ସହଯୋଗ କାମନା କରିଥିଲେ ।

ଆଇଆଇଏସ୍‍ଡିର ଡିଜି ଡ. ଶ୍ରୀକାନ୍ତ ପାଣିଗ୍ରାହୀ ଓଡ଼ିଶାରେ ଲମ୍ବା ସମୁଦ୍ରକୂଳ ଏବଂ ବହୁମାତ୍ରାରେ ବନ୍ୟ ଉପତ୍ୟକା ରହିଥିବା ଦର୍ଶାଇ କର୍ପୋରେଟ୍‍ ଜଗତ ପବନ, ସୂର୍ଯ୍ୟକିରଣ, ଲହଡ଼ି ଏବଂ ଜିଓଥର୍ମାଲ୍‍ ଆଦି ନୂଆ ଓ ତ୍ୱରିତ ଶକ୍ତି ଉତ୍ସର ପ୍ରସାର ନେଇ ରାଜ୍ୟରେ ପୁଞ୍ଜୀନିବେଶ କରିବାକୁ ଆହ୍ୱାନ ଜଣାଇଥିଲେ । ଦୁଇ ଘଣ୍ଟା ଧରି ଚାଲିଥିବା ଡିଜିଟାଲ ସଭାକୁ ରୁଟ୍‍ସ ଅଫ୍‍ ଓଡ଼ିଶା ଫାଉଣ୍ଡେସନର ସଂସ୍ଥାପକ ଚାର୍ଟାର୍ଡ ଏକାଉଣ୍ଟାଣ୍ଟ୍‍ ସୁଧୀର କୁମାର ଦାଶ ସଞ୍ଚାଳନା କରି ବଳକା ଶକ୍ତି ଏବଂ ସ୍ଥିର ରାଜନୀତି ଭଳି ଦୁଇ ଦୁଇଟି ବରଦାନଦ୍ୱାରା ଲାଭାନ୍ୱିତ ଓଡ଼ିଶା ଆକାଶତୁମ୍ବି ଅର୍ଥନୈତିକ ଉତ୍କର୍ସତା ହାସଲ କରିପାରିବାର ସମସ୍ତ ସୌର୍ଯ୍ୟ, ବିର୍ଜ୍ୟ ଓ ଗାମ୍ଭୀର୍ଜ୍ୟର ଅଧିକାରୀ ଥିବା ପ୍ରକାଶ କରିଥିଲେ । ସ୍ୱାଗତ ଭାଷଣ ପ୍ରଦାନ କରି ‘ଓଡ଼ିଶା ପଜେଟିଭ୍‍’ର ପ୍ରତିଷ୍ଠାତା ତଥା ବରିଷ୍ଠ ଆଇନଜୀବୀ ସଞ୍ଜୀବ କୁମାର  ମହାନ୍ତି ଭାଷା, ସଂସ୍କୃତି, ଜୀବନଧାରଣ ଶୈଳୀ ଏବଂ ଗୋଷ୍ଠୀଗତ ନାନା ବୈଷମ୍ୟର ସମାହାର ସତ୍ତ୍ୱେ ନିଜର ଅନନ୍ୟ ଦର୍ଶନ ଏବଂ ଏକତ୍ରିକରଣ ସ୍ୱଭାବ ଯୋଗୁଁ ଓଡ଼ିଶା ଚିରନ୍ତନ  ଶାନ୍ତି ଓ ଶାଶ୍ୱତ ସନ୍ତୁଷ୍ଟି ଲାଭ କରିବାର ପ୍ରକୃଷ୍ଠ କ୍ଷେତ୍ର ହୋଇପାରିଥିବା ଘୋଷଣା କରିଥିଲେ । ‘ଓଡ଼ିଶା ପଜେଟିଭ୍‍’ର ବରିଷ୍ଠ ସଦସ୍ୟ ଡକ୍ଟର ବିକ୍ରମ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ । ଉପସ୍ଥିତ ମାନ୍ୟଗନ୍ୟ ବ୍ୟକ୍ତିବିଶେଷଙ୍କ ମଧ୍ୟରେ ‘ଫନ୍‍ ଡିଭାଇସ୍‍’ର ସିଇଓ ରିତିନ ଅଗ୍ରୱାଲ୍‍, ବ୍ରଗ୍ରୁଏନ୍‍ ହୋଟେଲସ୍‍ର ସିଇଓ ଆଂଶୁ ସରିନ୍‍, ‘ବିଶ୍ୱ ଓଡ଼ିଶା ସମାଜ’ର ଅଧ୍ୟକ୍ଷ କିଶୋର ଦ୍ୱିବେଦୀ, ‘ୟୁକେ ଓଡ଼ିଶା ସମାଜ’ର ସାଧାରଣ ସମ୍ପାଦକ ଶିବ ରଞ୍ଜନ ବିଶ୍ୱାଳ, ଇଣ୍ଡୋ ଜାପାନ ମୈତ୍ରୀ କେନ୍ଦ୍ରର ସଭାପତି କୁନା ଦାଶ, ଓଏନ୍‍ଜିସିର ପୂର୍ବତନ
କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ରମେଶ ଚାନ୍ଦ ଗୋଏଲ୍‍, ଆମେରିକାରୁ ଧୀରେନ୍ଦ୍ର କର, ବ୍ୟାଙ୍କକ୍‍ରୁ ଶରତ ମହାନ୍ତି, ଚେନ୍ନଇରୁ ସାନ୍ତନୁ କୁମାର ଜେନା, ‘ଓଡ଼ିଶା ପଜେଟିଭ୍‍’ର ସଦସ୍ୟ ନିହାର ଶତପଥୀ ଓ ରଶ୍ମିତା ଜେନା ପ୍ରମୁଖ ଅନ୍ତର୍ଭୁକ୍ତ ଥିଲେ । ଜିତେନ୍ଦ୍ର ଶତପଥୀ, ଜଗନ୍ନାଥ ଷଡ଼ଙ୍ଗୀ ଓ ସ୍ୱର୍ଣ୍ଣକାନ୍ତି ଜେନା ୱେବ୍‍ ମଞ୍ଚକୁ ଦକ୍ଷତାର ସହିତ ନିୟନ୍ତ୍ରଣ କରିଥିଲେ ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ରରେ ତ୍ରିଦିବସୀୟ ‘ବିଦ୍ୟାର୍ଥୀ ଜୀବନ ନିର୍ମାଣ ଶିବିର’ ଉଦଘାଟିତ

ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ରରେ ତ୍ରିଦିବସୀୟ ‘ବିଦ୍ୟାର୍ଥୀ ଜୀବନ ନିର୍ମାଣ ଶିବିର’ ଉଦଘାଟିତ

May 9, 2026
ନୟାଗଡରେ ସିଏମ ଟ୍ରଫି ଫୁଟବଲ୍ ଟୁର୍ଣ୍ଣାମେଣ୍ଟ : ୨୦୨୬ ଫାଇନାଲରେ ଶରଣକୁଳ ଏଫ.ସି ୨-୦ ଗୋଲରେ ଖଣ୍ଡପଡା ହରାଇ ଚମ୍ପିଆନ

ନୟାଗଡରେ ସିଏମ ଟ୍ରଫି ଫୁଟବଲ୍ ଟୁର୍ଣ୍ଣାମେଣ୍ଟ : ୨୦୨୬ ଫାଇନାଲରେ ଶରଣକୁଳ ଏଫ.ସି ୨-୦ ଗୋଲରେ ଖଣ୍ଡପଡା ହରାଇ ଚମ୍ପିଆନ

May 9, 2026
ଟ୍ରେଡ଼ ଇଣ୍ଡିଆ ଟ୍ରଷ୍ଟ ପକ୍ଷ୍ୟରୁ ସମର କ୍ରୀଡା, ଯୋଗ ଦେଲେ ଦୁଇ ରାଜ୍ୟର ଶତାଧିକ ଛାତ୍ରଛାତ୍ରୀ

ଟ୍ରେଡ଼ ଇଣ୍ଡିଆ ଟ୍ରଷ୍ଟ ପକ୍ଷ୍ୟରୁ ସମର କ୍ରୀଡା, ଯୋଗ ଦେଲେ ଦୁଇ ରାଜ୍ୟର ଶତାଧିକ ଛାତ୍ରଛାତ୍ରୀ

May 9, 2026
ରଥଯାତ୍ରାର ପ୍ରଥମ ସମନ୍ବୟ ବୈଠକ ଅନୁଷ୍ଠିତ

ରଥଯାତ୍ରାର ପ୍ରଥମ ସମନ୍ବୟ ବୈଠକ ଅନୁଷ୍ଠିତ

May 9, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ରରେ ତ୍ରିଦିବସୀୟ ‘ବିଦ୍ୟାର୍ଥୀ ଜୀବନ ନିର୍ମାଣ ଶିବିର’ ଉଦଘାଟିତ

ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ରରେ ତ୍ରିଦିବସୀୟ ‘ବିଦ୍ୟାର୍ଥୀ ଜୀବନ ନିର୍ମାଣ ଶିବିର’ ଉଦଘାଟିତ

May 9, 2026
ନୟାଗଡରେ ସିଏମ ଟ୍ରଫି ଫୁଟବଲ୍ ଟୁର୍ଣ୍ଣାମେଣ୍ଟ : ୨୦୨୬ ଫାଇନାଲରେ ଶରଣକୁଳ ଏଫ.ସି ୨-୦ ଗୋଲରେ ଖଣ୍ଡପଡା ହରାଇ ଚମ୍ପିଆନ

ନୟାଗଡରେ ସିଏମ ଟ୍ରଫି ଫୁଟବଲ୍ ଟୁର୍ଣ୍ଣାମେଣ୍ଟ : ୨୦୨୬ ଫାଇନାଲରେ ଶରଣକୁଳ ଏଫ.ସି ୨-୦ ଗୋଲରେ ଖଣ୍ଡପଡା ହରାଇ ଚମ୍ପିଆନ

May 9, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version