• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home Uncategorized

ବ୍ୟୟ ଅଟକଳ ଏକ ଲକ୍ଷ ପଚାଶ ହଜାର କୋଟି

Proprietor Abhimanyu Maharana by Proprietor Abhimanyu Maharana
February 19, 2020
in Uncategorized
0
ବ୍ୟୟ ଅଟକଳ ଏକ ଲକ୍ଷ ପଚାଶ ହଜାର କୋଟି
Share on FacebookShare on TwitterWhatsapp

କୃଷି କ୍ଷେତ୍ରକୁ ପ୍ରାଧାନ୍ୟ ଏ ବର୍ଷର ସ୍ୱାସ୍ଥ୍ୟ ବଜେଟ୍ ୭,୭୦୦ କୋଟି ସମଗ୍ର ଶିକ୍ଷା ଅଭିଯାନ ପାଇଁ ୩୧୫୭ କୋଟି
ନିର୍ମଳ ଯୋଜନା ପାଇଁ ୩୬୦ କୋଟି ବ୍ୟୟବରାଦ ଅବଢ଼ା ଯୋଜନା ପାଇଁ ୩୨୦୮ କୋଟିର ବ୍ୟୟ ଅଟକଳ କଟକ ସହର ପାଇଁ ପ୍ରସ୍ତୁତ ହୋଇଛି ଡିକଞ୍ଜେସନ ପ୍ଲାନ ଏକାମ୍ର କ୍ଷେତ୍ର ବିକାଶ ପାଇଁ ୧୫୦ କୋଟି ବ୍ୟୟ ବରାଦ ଦୁର୍ଗମ ଅଞ୍ଚଳକୁ ସଂଯୋଗୀକରଣ ପାଇଁ ୭୧ କୋଟି

ଭୁବନେଶ୍ୱର (ଓଡିଶା ତାଜା ନ୍ୟୁଜ୍ ) ବିଧାନସଭା 18.2.2020 :- ଘୋଷଣା ହେଲା ରାଜ୍ୟ ବଜେଟ, ପ୍ରଥମ ଥର ପାଇଁ ପେପର ଲେସ ବଜେଟ ଉପସ୍ଥାପନା କରିଥିଲେ ଅର୍ଥ ମନ୍ତ୍ରୀ ନିରଞ୍ଜନ ପୂଜାରୀ । ଚଳିତ ବର୍ଷ ରାଜ୍ୟ ବଜେଟର ବ୍ୟୟ ଅଟକଳ ୧ ଲକ୍ଷ ୫୦ ହଜାର କୋଟି ଟଙ୍କା ରହିଥିବାବେଳେ ପ୍ରଶାସନିକ ବ୍ୟୟ ପରିମାଣ ୬୫,୬୫୫ କୋଟି ଟଙ୍କା ।

କାର୍ଯ୍ୟକ୍ରମ ବ୍ୟୟ ପରିମାଣ ୭୪ ହଜାର କୋଟି ଟଙ୍କା ରହିଛି । ବିପର୍ଯ୍ୟୟ ପ୍ରଶମନ ବାବଦ ବ୍ୟୟ ୩,୨୦୦ କୋଟି ଟଙ୍କା । ସ୍ଥାନୀୟ ନିକାୟ ସଂସ୍ଥା ଓ ଉନ୍ନୟନ ସଂସ୍ଥା ବ୍ୟୟ ୭,୧୪୫ କୋଟି ଟଙ୍କା ରହିଛି । ଜାତୀୟ ଅଭିବୃଦ୍ଧି ହାର ୫% ଆକଳନ କରାଯାଇଥିବା ବେଳେ ଆମର ଅଭିବୃଦ୍ଧି ହାର ୬.୧ % ଆକଳନ କରାଯାଇଛି । ସେହିଭଳି କୃଷି ପ୍ରଧାନ ଆମ ରାଜ୍ୟରେ ବଜେଟରେ କୃଷି କ୍ଷେତ୍ରକୁ ମଧ୍ୟ ଗୁରୁତ୍ୱ ଦିଆଯାଇଛି, କୃଷିରେ ରାଜ୍ୟର ଅଭିବୃଦ୍ଧି ହାର ରହିଛି ୪.୫ % ଯେଉଁଠି କୃଷି କ୍ଷେତ୍ରରେ ଜାତୀୟ ଅଭିବୃଦ୍ଧି ହାର ରହିଛି ୩.୧ % । କୃଷକ ସଶକ୍ତୀକରଣ ପାଇଁ କାଳିଆ ଯୋଜନା ଚାଲୁ ରହିଥିବା ବେଳେ ବର୍ତ୍ତମାନ ପର୍ଯ୍ୟନ୍ତ କାଳିଆ ଯୋଜନାରେ ୪୩ ଲକ୍ଷ ଚାଷୀଙ୍କୁ ସହାୟତା ଯୋଗାଇ ଦିଆଯାଇଥିବା ନେଇ ସୂଚନା ଦେଲେ ଅର୍ଥ ମନ୍ତ୍ରୀ ।

କାଳିଆ ଯୋଜନାରେ ୫୧୧୫ କୋଟି ଟଙ୍କା ଚାଷୀଙ୍କୁ ମିଳିଥିବାବେଳେ ବିହନ ପାଇଁ ୧୦୦ କୋଟି ଟଙ୍କା ଓ ସାର ପାଇଁ ୧୦୦ କୋଟି ଟଙ୍କାର ଆବର୍ତ୍ତନ ପାଣ୍ଠି ରହିଛି । ଚଳିତ ଆର୍ଥିକ ବର୍ଷରେ ଆଉ ୧.୮୪ ଲକ୍ଷ ହେକ୍ଟରକୁ ଜଳ ଯୋଗାଣ ନେଇ ଲକ୍ଷ୍ୟ ରଖା ଯାଇଛି । ବିଗତ ୫ ବର୍ଷ ମଧ୍ୟରେ ୬ଟି ବୃହତ୍ତ ଜଳ ସେଚନ ପ୍ରକଳ୍ପ କରାଯାଇଛି । ବନ୍ୟା ନିୟବଣ ଓ ଜଳ ନିଷ୍କାସନ ପାଇଁ ୧୦୬୦ କୋଟି ବ୍ୟୟବରାଦ । ରୁଫ ଟଫ ଓ ଗ୍ରାଉଣ୍ଡ ୱାଟର ରିଚାର୍ଜ ପାଇଁ ୫ ବର୍ଷରେ ୨୪୬ କୋଟି ଟଙ୍କା ଖର୍ଚ୍ଚ ହେବ । ୧୫ ଜିଲ୍ଲାର ୧୦,୦୦୦ ହଜାର ପୋଖରୀ ନବୀକରଣ ପାଇଁ ଯୋଜନା କରାଯାଇଛି ।

କାଳିଆ ଯୋଜନାରେ ବିନା ସୁଧରେ କୃଷି ଋଣ ପାଇଁ ୭୦୫କୋଟି ଟଙ୍କା ଖର୍ଚ୍ଚ ପାଇଁ ବ୍ୟୟ ଅଟକଳ କରାଯାଇଛି । କୃଷି ପାଇଁ ଚଳିତ ବର୍ଷ ବ୍ୟୟବରାଦ ୧୯,୪୦୮ କୋଟି ଟଙ୍କା ରହିଛି । ପ୍ରଧାନମବୀ ଫସଲ ବୀମା ପାଇଁ ୭୦୦ କୋଟି ଟଙ୍କା ବ୍ୟୟବରାଦ ରହିଛି । ମିଲେଟ ମିଶନ ପାଇଁ ମୋଟ ୧୦୬ କୋଟି ବ୍ୟୟ ବରାଦ କରାଯାଇଛି । ମତ୍ସ୍ୟ ଚାଷ ଓ ପଶୁ ପାଳନ ପାଇଁ ୧୨୧୧ କୋଟି ଟଙ୍କା ବ୍ୟୟବରାଦ ରଖାଯାଇଛି । ମାଛ ଚାଷ ପାଇଁ ପୋଖରୀ ଖୋଳିବା ପାଇଁ ୨୮ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି । ଗୋପାଳନ ଓ ଦୁଗ୍ଧ ଉତ୍ପାଦନ ପାଇଁ ୧୦୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ରାଜ୍ୟରେ ମୋଟ ଘରୋଇ ଉତ୍ପାଦ ୧୨.୨ % ରୁ ୨୦.୧ % ପ୍ରତିଶତକୁ ବୃଦ୍ଧି ପାଇଛି । ଚଳିତ ଆର୍ଥିକ ବର୍ଷରେ ୧ଲକ୍ଷ ୨୪ ହଜାର କୋଟି ଟଙ୍କା ରାଜସ୍ୱ ଆଦାୟ ହେବା ନେଇ ଲକ୍ଷ୍ୟ ରଖିଛନ୍ତି ରାଜ୍ୟ ସରକାର । ଋଣ ବାବଦକୁ ପ୍ରାୟ ୨୫ ହଜାର କୋଟି ଟଙ୍କା ଆଣିବାକୁ ଲକ୍ଷ୍ୟ ରଖିଛନ୍ତି ରାଜ୍ୟ ସରକାର । ପୁରୀର ବିକାଶ ପାଇଁ ଅବଢା ଯୋଜନାରେ ୩୨୦୮ କୋଟି ଟଙ୍କା ଖର୍ଚ୍ଚ ହେବା ନେଇ ଲକ୍ଷ୍ୟ ରଖିଛନ୍ତି ସରକାର । ଏକ୍ରାମ କ୍ଷେତ୍ରର ବିକାଶ ପାଇଁ ୧୫୦ କୋଟି ଟଙ୍କା ବ୍ୟୟ ଅଟକଳ ରଖାଯାଇଛି । କଟକ ସହର, ଭିତରକନିକା ଓ ସମଲେଶ୍ୱରୀଙ୍କ ପାଇଁ ବଜେଟରେ ବ୍ୟୟ ଅଟକଳ କରିଲେ ରାଜ୍ୟ ସରକାର । ସ୍ୱାସ୍ଥ୍ୟ ସେବା ପାଇଁ ୫ ବର୍ଷରେ ବଜେଟ ୭୭୦୦କୋଟିକୁ ବୃଦ୍ଧି । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ପାଇଁ ୧୧୦୮ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି । ସ୍ୱାସ୍ଥ୍ୟ ଭିତ୍ତିଭୂମି ଓ ଆମ୍ବୁଲାନ୍ସ ପାଇଁ ୧୬୫୨ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।

କଟକ ବଡ ମେଡିକାଲର ବିକାଶ ପାଇଁ ଦୁଇ ବର୍ଷରେ ଖର୍ଚ୍ଚ ହେବ ୧୦୦୦ କୋଟି ଟଙ୍କା । ଆଉ ୭ଟି ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି ରାଜ୍ୟ ସରକାର । ମୋ ସ୍କୁଲ ଯୋଜନା ପାଇଁ ୪୦ କୋଟି ଟଙ୍କା ଓ ମୋ କଲେଜ ଯୋଜନା ପାଇଁ ୨୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ଚଳିତ ଆର୍ଥିକ ବର୍ଷରୁ ଶତପ୍ରତିଶତ ନଗରାଞ୍ଚଳକୁ ପାଇପ ଯୋଗେ ପାଣି ଯୋଗାଣ ଲକ୍ଷ୍ୟ ରହିଥିବା ବେଳେ ଗ୍ରାମାଞ୍ଚଳ ମାନଙ୍କରେ ୬୦ ପ୍ରତିଶତ ଗ୍ରାମାଞ୍ଚଳ ମାନଙ୍କୁ ପାଣି ଯୋଗାଇବା ନେଇ ଲକ୍ଷ୍ୟ ରଖାଯାଇଛି । ପାଇପ ପାଣି ଯୋଗାଇବା ପାଇଁ ବଜେଟରେ ମୋଟ ୮୦୦୦ କୋଟି ଟଙ୍କାର ବ୍ୟୟବରାଦକୁ ଅଟକଳ କରାଯାଇଛି । ପିଏମ୍‌ଏୱାଇ ଓ ବିଜୁ ପକ୍କା ଘର ପାଇଁ ୩୯୬୨ କୋଟି ଟଙ୍କା ବଜେଟରେ ବ୍ୟୟବରାଦ କରାଯାଇଛି । ମମତା ଯୋଜନା ପାଇଁ ୩୦୫ କୋଟି ଟଙ୍କା ବଜେଟରେ ବ୍ୟୟବରାଦ କରାଯାଇଛି । ମିଶନ ଶକ୍ତିରେ ଋଣ ଯୋଗାଇବା ପାଇଁ ୧୫୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ମହିଳା ଓ ଶିଶୁ ବିକାଶ ବିଭାଗ ପାଇଁ ୪୦୭୫

କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି । ମନରେଗା ଯୋଜନା ପାଇଁ ୧୫୦୧ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ଜାତୀୟ ଜୀବିକା ମିଶନ ପାଇଁ ୮୫୨ କୋଟି ଟଙ୍କା ବଜେଟରେ ବ୍ୟୟବରାଦ କରାଯାଇଛି । ଏସଟି ଓ ଏସସିଙ୍କ ବିକାଶ ପାଇଁ ମୋଟ ୨୩,୮୦୮ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ମଧୁବାବୁ ପେନସନ ଯେଜନା ପାଇଁ ୧୮୧୮ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ଖାଦ୍ୟ ନିରାପତ୍ତା ସୁନି୧⁄୨ିତ କରିବା ପାଇଁ ୧୦୩୮ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି । ସ୍ମାର୍ଟ ସିଟି ବିକାଶ କରିବା ପାଇଁ ୨୦୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ନୂତନ ସହରର ବିକାଶ ପାଇଁ ୫୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପାଇଁ ୬୧୮୦ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି । ରେଳ ଭିତ୍ତିଭୂମି ଉନ୍ନତି କରିବା ପାଇଁ ୪୦୦ କୋଟି ଟଙ୍କା ବ୍ୟୟ କରିବେ ରାଜ୍ୟ ସରକାର । ଏୟାରଷ୍ଟ୍ରିପ ନିର୍ମାଣ ପାଇଁ ୧୦୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ଆଭ୍ୟନ୍ତରୀଣ ନିରାପତ୍ତା ପାଇଁ ୫୯୭୪ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।

ପୀଡିତମାନଙ୍କୁ କ୍ଷତିପୂରଣ ପାଇଁ ୨୫ କୋଟି ଟଙ୍କା ବ୍ୟୟ ଅଟକଳ ରଖାଯାଇଛି । ୨୦୨୦ ମେକ ଇନ ଓଡ଼ିଶା ପାଇଁ ଇପିକଲକୁ ଦିଆଯିବ ୭୦ କୋଟି ଟଙ୍କା । ଖଣି କ୍ଷେତ୍ରର ବିକାଶ ପାଇଁ ୧୮୨ କୋଟି ଟଙ୍କା ବ୍ୟୟବରାଦ । ଗ୍ରୀନ ମହାନଦୀ ମିଶନ ପାଇଁ ୩୧ କୋଟି ଟଙ୍କା ବ୍ୟୟବରାଦ ରଖାଯାଇଛି । ପର୍ଯ୍ୟଟନ କ୍ଷେତ୍ରର ବିକାଶ ପାଇଁ ୪୦୧ କୋଟି ଟଙ୍କା ବ୍ୟୟବରାଦ ରଖାଯାଇଛି । ଓଡ଼ିଶା ଭାଷା ଓ ସଂସ୍କୃତି ପାଇଁ ୧୬୨ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ପୁରୁଣା କୀର୍ତ୍ତିରାଜିର ସୁରକ୍ଷା ପାଇଁ ପ୍ରତ୍ନତ୍ୱତ୍ତ ନିର୍ଦ୍ଦେଶାଳୟ ପ୍ରତିଷ୍ଠା ହେବ । କ୍ରୀଡା ଓ ଯୁବସେବା ପାଇଁ ୩୦୧ କୋଟି ଟଙ୍କା ବ୍ୟୟବରାଦ । ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ବିଭାଗ ପାଇଁ ୧୦୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ବିଧାୟକ ଉନ୍ନୟନ ପାଣ୍ଠି ପାଇଁ ୪୪୧ କୋଟି ଟଙ୍କା ବ୍ୟୟବରାଦ । ବିଧାୟକ ଉନ୍ନୟନ ପାଣ୍ଠି ସୀମା ୨ କୋଟିରୁ ୩ କୋଟିକୁ ବୃଦ୍ଧି । ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ପାଇଁ ୮୦ କୋଟି ଟଙ୍କା ବ୍ୟୟବରାଦ କରିଛନ୍ତି ରାଜ୍ୟ ସରକାର ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଜିଲ୍ଲାସ୍ତରୀୟ ସୂଚନା ଅଧିକାର ଆଇନ କର୍ମଶାଳା ଅନୁଷ୍ଠିତ

ଜିଲ୍ଲାସ୍ତରୀୟ ସୂଚନା ଅଧିକାର ଆଇନ କର୍ମଶାଳା ଅନୁଷ୍ଠିତ

March 8, 2026
ମାଲକାନଗିରି ବିଧାନସଭା ନିର୍ବାଚନ ମଣ୍ଡଳୀ ଉନ୍ନୟନ କମିଟି ବୈଠକ ଅନୁଷ୍ଠିତ

ମାଲକାନଗିରି ବିଧାନସଭା ନିର୍ବାଚନ ମଣ୍ଡଳୀ ଉନ୍ନୟନ କମିଟି ବୈଠକ ଅନୁଷ୍ଠିତ

March 8, 2026
ଆନ୍ତର୍ଜାତୀୟ ମହିଳା ଦିବସର ପ୍ରଥମ ଦିନରେ “ଶକ୍ତି ସ୍ୱରୂପିଣୀ” କାର୍ଯ୍ୟକ୍ରମ

ଆନ୍ତର୍ଜାତୀୟ ମହିଳା ଦିବସର ପ୍ରଥମ ଦିନରେ “ଶକ୍ତି ସ୍ୱରୂପିଣୀ” କାର୍ଯ୍ୟକ୍ରମ

March 8, 2026
ହାଇୱା ଗାଡି ଧକ୍କାରେ ତିନି ଯୁବକ ମୃତ୍ୟୁ

ହାଇୱା ଗାଡି ଧକ୍କାରେ ତିନି ଯୁବକ ମୃତ୍ୟୁ

March 8, 2026

Recent News

ଜିଲ୍ଲାସ୍ତରୀୟ ସୂଚନା ଅଧିକାର ଆଇନ କର୍ମଶାଳା ଅନୁଷ୍ଠିତ

ଜିଲ୍ଲାସ୍ତରୀୟ ସୂଚନା ଅଧିକାର ଆଇନ କର୍ମଶାଳା ଅନୁଷ୍ଠିତ

March 8, 2026
ମାଲକାନଗିରି ବିଧାନସଭା ନିର୍ବାଚନ ମଣ୍ଡଳୀ ଉନ୍ନୟନ କମିଟି ବୈଠକ ଅନୁଷ୍ଠିତ

ମାଲକାନଗିରି ବିଧାନସଭା ନିର୍ବାଚନ ମଣ୍ଡଳୀ ଉନ୍ନୟନ କମିଟି ବୈଠକ ଅନୁଷ୍ଠିତ

March 8, 2026
ଆନ୍ତର୍ଜାତୀୟ ମହିଳା ଦିବସର ପ୍ରଥମ ଦିନରେ “ଶକ୍ତି ସ୍ୱରୂପିଣୀ” କାର୍ଯ୍ୟକ୍ରମ

ଆନ୍ତର୍ଜାତୀୟ ମହିଳା ଦିବସର ପ୍ରଥମ ଦିନରେ “ଶକ୍ତି ସ୍ୱରୂପିଣୀ” କାର୍ଯ୍ୟକ୍ରମ

March 8, 2026
ହାଇୱା ଗାଡି ଧକ୍କାରେ ତିନି ଯୁବକ ମୃତ୍ୟୁ

ହାଇୱା ଗାଡି ଧକ୍କାରେ ତିନି ଯୁବକ ମୃତ୍ୟୁ

March 8, 2026
Odisha Taza News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଜିଲ୍ଲାସ୍ତରୀୟ ସୂଚନା ଅଧିକାର ଆଇନ କର୍ମଶାଳା ଅନୁଷ୍ଠିତ

ଜିଲ୍ଲାସ୍ତରୀୟ ସୂଚନା ଅଧିକାର ଆଇନ କର୍ମଶାଳା ଅନୁଷ୍ଠିତ

March 8, 2026
ମାଲକାନଗିରି ବିଧାନସଭା ନିର୍ବାଚନ ମଣ୍ଡଳୀ ଉନ୍ନୟନ କମିଟି ବୈଠକ ଅନୁଷ୍ଠିତ

ମାଲକାନଗିରି ବିଧାନସଭା ନିର୍ବାଚନ ମଣ୍ଡଳୀ ଉନ୍ନୟନ କମିଟି ବୈଠକ ଅନୁଷ୍ଠିତ

March 8, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version