ଭୁବନେଶ୍ୱର (ଓଡିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର 17.2.2020 :- ଆସନ୍ତାକାଲି (ମଙ୍ଗଳବାର) ଅପରାହ୍ନରେ ରାଜ୍ୟ ଅର୍ଥମନ୍ତ୍ରୀ ନିରଂଜନ ପୂଜାରୀ ରାଜ୍ୟ ବିଧାନସଭାରେ ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ କରିବେ । ପାଖାପାଖି ୧ଲକ୍ଷ ୫୩ ହଜାର କୋଟି ଟଙ୍କାର ବଜେଟ୍ ପ୍ରସ୍ତୁତ ହୋଇଥିବା ସୂଚନା ମିଳିଛି । ଗତ ଫେବୃଆରୀ ୮ ତାରିଖରେ ବଜେଟ୍ ଉପରେ ମୁଖ୍ୟମବୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ମନ୍ତ୍ରୀ ପରିଷଦ ବୈଠକରେ ମୋହର ଲାଗିଥିଲା । ଏଥର ବଜେଟ୍ ପଂଚଦଶ ଅର୍ଥ କମିସନଙ୍କ ସୁପାରିଶ ଭିତିରେ ଅର୍ଥାତ୍ ସମ୍ପୂର୍ଣ୍ଣ ନୂଆ ଢଙ୍ଗରେ ପ୍ରସ୍ତୁତ କରାଯାଇଛି ।