No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୦୧ ଏପ୍ରିଲ ୨୦୨୧, ଗୁରୁବାର) ଭୁବନେଶ୍ୱର :- ଚଳିତମାସ ମଙ୍ଗଳ ଓ ବୁଧବାର ଦୁଇଦିନ ଧରି ଆରାଧନା ଡ୍ୟାନ୍ସ ଏକାଡ଼େମୀ ଏହାର ୯ମ ଗୋଟିପୁଅ ଉତ୍ସବ ଓ ଆରାଧନା ସମ୍ମାନ-୨୦୨୦ ପାଳନ କରିଛି । ଉକ୍ତ ଉତ୍ସବଟି ଉତ୍କଳ ରଙ୍ଗମଞ୍ଚ, ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର, ଭୁବନେଶ୍ୱରଠାରେ ଆୟୋଜିତ ହୋଇଥିଲା । ଏହି ଉତ୍ସବରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇଥିଲେ । ପ୍ରଥମ ସନ୍ଧ୍ୟାରେ ସୁରେଶ କୁମାର ରାଉତରାୟ, ବିଧାୟକ ଜଟଣୀ, ଏଲ୍.ଏନ୍. ଅଗ୍ରୱାଲ, ନିର୍ଦ୍ଦେଶକ ହେମରାଜ,
ଶ୍ରୀମତୀ ସୁସ୍ମିତା ରାଜହଂସୀ, ସାମାଜିକ କର୍ମୀ ଉପସ୍ଥିତ ଥିଲେ । ଏହି ବର୍ଷ ଆରାଧନା ସମ୍ମାନ-୨୦୨୦ ଶ୍ରୀଯୁକ୍ତ ବାସୁଦେବ ମାଲବିଶୋଇ, ଶ୍ରୀଯୁକ୍ତ ଲଳିତ ନାରାୟଣ ରଥଙ୍କୁ ଦିଆଯାଇଥିଲା । ଆରାଧନା ଗୋଟିପୁଅ ସମ୍ମାନ-୨୦୨୦ ଗୁରୁ ସତ୍ୟପ୍ରିୟ ପଲାଇଙ୍କୁ, ସ୍ନେହପ୍ରଭା ସାମନ୍ତରାୟ ଯୁବ ପ୍ରତିଭା ସମ୍ମାନ-୨୦୨୦, ଭୂମିକା ଦାଶ ଓ ଶିବାନୀ ସଙ୍ଗୀତାଙ୍କୁ ପ୍ରଦାନ କରାଯାଇଥିଲା ଏବଂ ଆରାଧନା ଆୱାର୍ଡ଼ ଫର୍ ନ୍ୟାସନାଲ ଇଣ୍ଟିଗ୍ରେସନ ୨୦୨୦ ମୋହନ ମହାପାତ୍ର (ସିଲ୍ଭର ଗାନ୍ଧୀ)ଙ୍କୁ ପ୍ରଦାନ କରାଯାଇଥିଲା । ସନ୍ଧ୍ୟାର ଆରମ୍ଭ ବାଳକୃଷ୍ଣ ଜେନାଙ୍କୁ ଆବାହନୀ ସଙ୍ଗୀତ ।
ପରେ ପରେ କୁମାରୀ ରାଜଲକ୍ଷ୍ମୀ (ମାହାରୀ), ଆରାଧନା (ଗୋଟିପୁଅ), ଗୁରୁ ପିତାମ୍ବର ବିଶ୍ୱାଳ (ସୁରଭି), ଆରାଧନା (ଓଡ଼ିଶୀ) ଶିବାୟ ପରିବେଷଣ କରିଥିଲେ । ପରେ ଅମୂଲ୍ୟ ବଳବନ୍ତରାୟ (ରୁଦ୍ରାକ୍ଷ ଫାଉଣ୍ଡେସନ), ଗୁରୁ ପୁଷ୍ପରଞ୍ଜନ ମଙ୍ଗରାଜ (ନୃତ୍ୟାଞ୍ଜଳି), ଗୁରୁ ସନାତନ ନାୟକ (ନୃତ୍ୟଶାଳା) ଏବଂ ଗୁରୁ ପଙ୍କଜ କୁମାର ପ୍ରଧାନ (ଓଡ଼ିଶୀ କ୍ରିଏସନ) ଓଡ଼ିଶୀ ନୃତ୍ୟ ପରିବେଷଣ କରିଥିଲେ । ମଞ୍ଚ ପରିଚାଳନାରେ ଡଃ ଇଂ ଶ୍ରୀନିବାସ ଘଟୁଆରୀ ଏବଂ ବିଶ୍ୱଜିତ ବଳିୟାର ସିଂ । ଅନୁଷ୍ଠାନର ସଭାପତି ଡଃ ସ୍ନେହପ୍ରଭା ସମାନ୍ତରାୟ ଏବଂ ସମ୍ପାଦକ ଚିତ୍ରସେନ ସ୍ୱାଇଁ ଧନ୍ୟବାଦ ଅର୍ପଣ କରିଥିଲେ ।
No Result
View All Result