No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୦୧ ଏପ୍ରିଲ ୨୦୨୧, ଗୁରୁବାର ) ବରଗଡ :- କରୋନା ମହାମାରୀ କୁ ସମୟ ରେ ଯୁକ୍ତ ୩ , ତୃତୀୟ ସେମିଷ୍ଟାର ଅଫଳାଇନ ମୋଡ଼ ରେ ପରୀକ୍ଷା କରିବା ଭଳି ସମ୍ୱଲପୁର ବିଶ୍ଵବିଦ୍ୟାଳୟ ର ଭୁଲ ନିଷ୍ପତି ଯୋଗୁଁ ବରଗଡ଼ ଜିଲ୍ଲା ଛାତ୍ର କଂଗ୍ରେସ ବରଗଡ଼ ଗାନ୍ଧୀ ଛକ ଠାରେ ରାସ୍ତାରୋକ କରି ସମ୍ବଲପୁର ବିଶ୍ୱବିଦ୍ୟାଳୟ ବିରୁଦ୍ଧ ରେ ବିରୋଧ ପ୍ରଦର୍ଶନ କରିଛି ଆଜି। ସମ୍ବଲପୁର ବିଶ୍ଵବିଦ୍ୟାଳୟ ଯେଉଁ ୧୯ ଅପ୍ରେଲ ଯୁକ୍ତ ୩ , ତୃତୀୟ ସେମିଷ୍ଟାର ଅଫଳାଇନ ମୋଡ଼ ରେ ପରୀକ୍ଷା କରିବା ର ନିଷ୍ପତ୍ତି ନେଇଛି ତାହା କେତେ ପ୍ରତିଶତ ଯୁକ୍ତି ଯୁକ୍ତ ତାହା ସେଇଠୁ ଜଣାପଡେ, ଆଜିଯାଏ ହାରାହାରି ୯୦% ପ୍ରତିଶତ କଲେଜର ଏବେ ପର୍ଯ୍ୟନ୍ତ ସମସ୍ତ କୋର୍ସ ସରିନାହିଁ ଏବଂ ଯଦି ଛାତ୍ର ଛାତ୍ରୀ ଅଫଲାଇନ ମୋଡ଼ ରେ ପରୀକ୍ଷା କରାଯାଏ
ଏବଂ ଏତଦ୍ଵାରା ଯଦି କରୋନା ସଂକ୍ରମଣ କରେ ତାହାହେଲେ ବିଶ୍ବ ବିଦ୍ୟାଳୟ କର୍ତ୍ତୃପକ୍ଷ ଦାୟୀ ହେବ କି ? ତେଣୁ ବର୍ତ୍ତମାନକରୋନା ସଂକ୍ରମଣ ର ଭୟାବହତା କୁ ନଜର ରେ ରଖି ପରୀକ୍ଷା କୁ ଅନ ଲାଇନ ମୋଡ ରେ କରିବା ବିଧେୟ ଅଟେ। । ଯଦି ସମ୍ୱଲପୁର ବିଶ୍ଵବିଦ୍ୟାଳୟ ତଥା ରାଜ୍ୟ ସରକାର ଆମ୍ଭର ଏହି ଦାବି ପୂରଣ ନ କରେ ତାହାହେଲେ ଆଗାମୀ ଦିନରେ ବରଗଡ଼ ଜିଲ୍ଲା ଛାତ୍ର କଂଗ୍ରେସ (NSUI) ସମ୍ୱଲପୁର ବିଶ୍ଵବିଦ୍ୟାଳୟ ଘେରାଉ କରିବା ସହିତ ଏହି ଆନ୍ଦୋଳନ କୁ ଭୟାବହ ରୂପ ଦେବ ବୋଲି ଛାତ୍ର କଂଗ୍ରେସ ଆହ୍ଵାନ କରିଛି ।ଏଥିରେ ପଞ୍ଚାୟତ ମହାବିଦ୍ୟାଳୟ , ଟ୍ରଷ୍ଟ ଫଣ୍ଡ ମହାବିଦ୍ୟାଳୟ, ତୋରା ମହାବିଦ୍ୟାଳୟ, ବରପାଲି ମହାବିଦ୍ୟାଳୟ, ଅତାବିରା ମହାବିଦ୍ୟାଳୟ, ଲରମ୍ଭା ମହାବିଦ୍ୟାଳୟ ର ଛାତ୍ର ଛାତ୍ରୀ ଙ୍କ ସହିତ ବହୁ ଛାତ୍ର କଂଗ୍ରେସ କର୍ମୀ ଉପସ୍ଥିତ ଥିଲେ । ( ରିପୋର୍ଟ – ସତ୍ୟ ନାରାୟଣ ପ୍ରଧାନ )
No Result
View All Result