No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୦୧ ଏପ୍ରିଲ ୨୦୨୧, ଗୁରୁବାର ) ହିଞ୍ଜିଳିକାଟୁ :- ୮୬ତମ ଉତ୍କଳ ଦିବସ ପାଳନ ଓଡ଼ିଶା ଭାଷା ସାହିତ୍ୟ ସମିତି ପକ୍ଷରୁ ହିଂଜିଳିକାଟୁ ଆରଏମସି ପରିସରରେ ଗୁରୁବାର ସଂଧ୍ୟାରେ ପାଳିତ ହୋଇଯାଇଛି । ଓଡ଼ିଶା ସରକାରଙ୍କ କୃଷି ଉପଦେଷ୍ଟା ତଥା ପୂର୍ବତନ ଉପ ବାଚସ୍ପତି ରାମଚନ୍ଦ୍ର ପଣ୍ଡା ମୁଖ୍ୟ ଅତିଥି, ବରିଷ୍ଠ ସାହିତ୍ୟିକ ଲକ୍ଷ୍ମୀ ନାରାୟଣ ପଟ୍ଟନାୟକ ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିଲେ । ସମ୍ମାନୀତ ଅତିଥି ପୂର୍ବତନ ବିଧାୟକ ହରିହର ସାହୁ ଯୋଗଦେଇଥିଲେ । ରାଜ୍ୟ କୁ ଅର୍ଥନୈତିକ ସ୍ବାଧୀନତା ଦେବା ସହ କଳା, ସଂସ୍କୃତି ଓ ପରମ୍ପରା କୁ ବଜାୟ ସହ ଆଧୁନିକ ପ୍ରଯୁକ୍ତିବିଦ୍ୟା ରେ ଆଗଭର ହେବାକୁ ଅତିଥି ମାନେ ମତ ରଖିଥିଲେ । ସାଂପ୍ରତିକ ପରିସ୍ଥିତିରେ ରାଜ୍ୟରେ ଭାଷା ଓ ପଡ଼ୋଶୀ ରାଜ୍ୟ ସଂଲଗ୍ନ ଅଞ୍ଚଳକୁ ସୁରକ୍ଷା , ଓଡ଼ିଆ ଭାଷା ଓ ଜାତିର ସୁରକ୍ଷା ପାଇଁ ଆତ୍ମ ଚିନ୍ତନ ପାଇଁ
କବି ଶତୃଘ୍ନ ମହାରଣା, ପ୍ରଫେସର୍ ଅରବିନ୍ଦ ପଣ୍ଡା, ଶିକ୍ଷାବିତ ହରିହର ଚୌଧୁରୀ, ଆଇନଜୀବୀ ନୃସିଂହ ପଟ୍ଟନାୟକ,ରୀତାଞ୍ଜଳ ମିଶ୍ର ପ୍ରମୁଖ ମତ ରଖିଥିଲେ ଯୋଗ ଦେଇଥିଲେ । ସମିତିର ସଭାପତି ଆକାଶ ପଟ୍ଟନାୟକ ଅଧ୍ୟକ୍ଷତା କରିଥିଲେ । ସମ୍ପାଦକ ରଂଜନ କୁମାର ସାହୁ ଅତିଥି ପରିଚୟ ଓ ସ୍ବାଗତ ଭାଷଣ ଦେଇଥିଲେ । ଏଥିରେ ଅଂଚଳର ବହୁ ବୁଦ୍ଧିଜିବୀ ଯୋଗ ଦେଇଥିଲେ । ସରୋଜ ପାତ୍ର, ସଂସ୍କାର ପଟ୍ଟନାୟକ, ପ୍ରଭାତ ମହାରଣା ଗୋବିନ୍ଦ ବେହେରା ପ୍ରମୁଖ ପରିଚାଳନା ରେ ସହଯୋଗ କରିଥିଲେ । ସେହିପରି, ଶାସନଆମ୍ବଗାଁ ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ସ୍ୱତନ୍ତ୍ର ଓଡ଼ିଶା ରାଜ୍ୟ ଆନ୍ଦୋଳନର ବରପୁତ୍ରଙ୍କ ଫଟୋରେ ପୁଷ୍ପମାଲ୍ୟ ପ୍ରଦାନ କରି ସ୍ମରଣ କରାଯାଇଥିଲା । ଉତ୍କଳ ଦିବସ ପାଳନ ଅବସରରେ ଅଧ୍ୟକ୍ଷ ଅରୁଣ କୁମାର ପଟେଲ ଓ ଅନ୍ୟ ଶିକ୍ଷକ ଶିକ୍ଷୟିତ୍ରୀ ଯୋଗ ଦେଇଥିଲେ । (ରିପୋର୍ଟ – ଶୁସାନ୍ତ ପ୍ରଧାନ)
No Result
View All Result