No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୩୧ ମାର୍ଚ୍ଚ ୨୦୨୧, ବୁଧବାର )ହିଞ୍ଜିଳିକାଟୁ :- ଗ୍ରାମାଂଚଳର ୧୮ବର୍ଷରୁ ୩୫ ବର୍ଷ ବୟସ୍କ ଯୁବତୀ /ଯୁବକ ମାନଙ୍କୁ ପ୍ରଶିକ୍ଷଣ ଏବଂ କର୍ମନିଯୁକ୍ତି ସକାଶେ ହିଞ୍ଜିଳିକାଟୁ ବ୍ଳକରେ ଆରମ୍ଭ ହୋଇଛି ଦିନଦୟାଲ ଉପାଧ୍ୟାୟ ଗ୍ରାମୀଣ କୌଶଲ୍ୟ ଯୋଜନା । ଏହି ପରିପ୍ରେକ୍ଷୀରେ ବୁଧବାର ସ୍ଥାନୀୟ ବ୍ଳକର ରାଳବ, ସିକିରି, ଖରିଡ଼ା ଓ ନନ୍ଦିକ ଗ୍ରାମର ଶିକ୍ଷିତ ବେକାର ଯୁବତୀ, ଯୁବକ ମାନଙ୍କୁ କର୍ମ ନିଯୁକ୍ତି ସକାଶେ କ୍ଳଷ୍ଟର ସ୍ତରୀୟ ଦକ୍ଷତା ବିକାଶ ଚୟନ ଶିବିର ଅନୁଷ୍ଠିତ ହୋଇଯାଇଛି । ରାଳବ ଗ୍ରାମ ପଂଚାୟତ କାର୍ଯ୍ୟାଳୟ ପରିସରରେ ସରଂପଚ ଜାଗିଲି ସାସଙ୍କ ପୌରହିତ୍ୟରେ ଆୟୋଜିତ
ଶିବିରରେ ପ୍ରଗତି ସହାୟକ ରାମଚନ୍ଦ୍ର ରଥ ଓ ବ୍ଳକ ବିପିଏମ ରବିନ୍ଦ୍ର କୁମାର ପାତ୍ର ଯୋଗ ଦେଇଥିଲେ । ଶିବିରେ ଉପସ୍ଥିତ ଥିବା ବିଭିନ୍ନ କର୍ମ ନିୟୋଜିତ ସଂସ୍ଥା ୧୨୦ଜଣ ଯୁବକ, ଯୁବତୀଙ୍କ ଶିକ୍ଷାଗତ ଯୋଗ୍ୟତାନୁଯାୟୀ ତାଲିମ ଏବଂ ନିଯୁକ୍ତି ସୁବିଧା ପ୍ରଦାନ କରିବା ପାଇଁ ଚୟନ କରିଥିଲେ । ଆୟୋଜିତ କାର୍ଯ୍ୟକ୍ରମରେ ପଂଚାୟତ ନିର୍ବାହୀ ଅଧିକାରୀ ଶୁସାନ୍ତ କୁମାର ପାତ୍ର, ଶିବରାମ ରଣା, ବାସୁଦେବ ବେହେରା, ପ୍ରଫୁଲ କୁମାର ସାହୁ, ଶ୍ରୀକାନ୍ତ ପଣ୍ଡା, ବୃନ୍ଦାବନ ଗଉଡ଼, ମାମାଲି ଭୋଳ, ସୁନିତା ସାହୁ, ସତ୍ୟ ନାରାୟଣ ପ୍ରଧାନ ଓ ନିଳମାଧବ ଦଳାଇ ପ୍ରମୁଖ ସହଯୋଗ କରିଥିଲେ । (ରିପୋର୍ଟ – ଶୁସାନ୍ତ ପ୍ରଧାନ )
No Result
View All Result