No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୩୧ ମାର୍ଚ୍ଚ ୨୦୨୧, ବୁଧବାର ) ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲା ଅନ୍ତର୍ଗତ ପାରଳାଖେମୁଣ୍ଡି ସମେତ ମୋହନା ବ୍ଲକର ସିକୁଳିପଦର ହାଇସ୍କୁଲ ସହ ପାଞ୍ଚଟି ହାଇସ୍କୁଲ କୁ ଜିଲାପାଳ ଅନୁପମ ସାହା ଙ୍କ ପ୍ରତକ୍ଷ ତତ୍ୱାବଧାନରେ ରାଜ୍ୟ ସରକାରଙ୍କ ପାଞ୍ଚ-ଟି ଯୋଜନା ମାଧ୍ୟମରେ ଉନ୍ନତମାନର ଶିକ୍ଷା ଯୋଗାଇବା ନିମନ୍ତେ ବିଭିନ୍ନ ପ୍ରକାର ଆନୁଷଙ୍ଗିକ ବ୍ୟବସ୍ଥା ଯୋଗାଇ ଛାତ୍ର ଛାତ୍ରୀ ଙ୍କୁ ଶ୍ରେଷ୍ଠ ଶିକ୍ଷା ପ୍ରଦାନ ପାଇଁ ବ୍ୟବସ୍ଥା କରୁଥିବା ୫ଟି ସଚିବ ଭି, କାର୍ତ୍ତିକେନ୍ ପଣ୍ଡିୟନ ଆଜି ଭିଡିଓ କନଫ୍ରେନ୍ସ ମାଧ୍ୟମରେ ମାଲକାନଗିରି ଓ ଗଜପତିଜିଲ୍ଲା ପ୍ରଶାସନ ଙ୍କ ସହ କଥା ହୋଇ ଯୋଜନା ପ୍ରସ୍ତୁତ କରିବାକୁ ନିର୍ଦେଶ ଦେଇଛନ୍ତି । ଏହି ଯୋଜନାରେ ପ୍ରାୟ ସତୁରି ଲକ୍ଷ ଟଙ୍କା ଖର୍ଚରେ ଶ୍ରେଣୀ ଗୃହ, କମ୍ପୁଟର ଗୃହ, ଇଣ୍ଟର୍ନେଟ, ଖେଳପଡିଆ, ପାନୀୟ ଜଳର ସୁବିଧା, ବିଦ୍ୟାଳୟ ପରିବେଶ, ସହ ସମସ୍ତ ବ୍ୟବସ୍ଥା ଯୋଗାଇ ଶିକ୍ଷାର ମାନ ଉନ୍ନତ କରିବା ପାଇଁ ମୁଖ୍ୟମନ୍ତ୍ରୀ ଙ୍କ ନିର୍ଦେଶ ଥିବା କହିଛନ୍ତି ୫ଟି ସଚିବ ।
ଏହି ବୈଠକରେ ଆଲୋଚନା କରିଥିଲେ ପାରଳାଖେମୁଣ୍ଡିରୁ ଗଜପତି ଜିଲାପାଳ ଅନୁପମ ସାହା, ମାଲକାନଗିରି ଜିଲାପାଳ ଏବଂ ମୋହନା ବ୍ଲକ ପରିସରରେ ଏ ପି ଡି ପ୍ରଶାସନ ଲୋକନାଥ ଦଲା ବେହେରା, ଏଇଇ ଜଗବନ୍ଧୁ ଆଚାର୍ଯ୍ୟ, ଏ ଟି ଓ ଆଶିଷ କୁମାର ପ୍ରଧାନ, ବିଦ୍ୟାଳୟ ର ଛାତ୍ର ଛାତ୍ରୀ, ପ୍ରଧାନଶିକ୍ଷୟତ୍ରୀ, ଶିକ୍ଷାବିଭାଗ ଅଧିକାରୀ, ସରପଞ୍ଚ, ସମିତି ସଭ୍ୟ, କନିଷ୍ଠ ଯନ୍ତ୍ରୀ ପ୍ରମୁଖ ଆଲୋଚନାରେ ଭାଗ ନେଇଥିଲେ।ଆର, ଉଦୟଗିରି ବ୍ଲକରେ ବିଡ଼ିଓ ପ୍ରଦୀପ କୁମାର ନାୟକ ସମସ୍ତ ଅଧିକାରୀଙ୍କ ସହ ଆଲୋଚନା ରେ ଭାଗ ନେଇ ଠିକ ସମୟରେ କାର୍ଯ୍ୟ ସମ୍ପାଦନ କରିବା ନିମନ୍ତେ ପ୍ରତିଶୃତି ଦେଇଥିଲେ । ୫ ଟି ସଚିବ ସମସ୍ତ ଅଧିକାରୀଙ୍କୁ ସମାୟାନୁବର୍ତିତା ହୋଇ ଆନ୍ତରିକତା ସହ ଛାତ୍ରଛାତ୍ରୀ ଙ୍କ ଯେପରି ଶିକ୍ଷାରେ ଉନ୍ନତି ହେବ ସେମିତି କାର୍ଯ୍ୟ କରିବା ନିମନ୍ତେ ନିର୍ଦ୍ଧେଶ ଦେଇଥିଲେ l
No Result
View All Result