No Result
View All Result
୨୩ ଡିସେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଜଗତସିଂହପୁର :- ସୋମବାର ଜଗତସିଂହପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର ବିରିଡି ବ୍ଲକ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି l ଏହି ଅଭିଯୋଗ ଶିବିରରେ ଉପସ୍ଥିତ ଅଧିକାରୀ ମାନେ ଜନସାଧାରଣ ଙ୍କ ଆପତ୍ତି ଅଭିଯୋଗର ଶୁଣାଣି କରିଥିଲେ l ମୋଟ 48ଟି ଅଭିଯୋଗ ପଞ୍ଜିକୃତ ହୋଇଥିଲା l ସେଥି ମଧ୍ୟରୁ ବ୍ୟକ୍ତିଗତ ସମସ୍ୟା 39ଟି, ଗୋଷ୍ଟୀଗତ ସମସ୍ୟା 9ଟି, ବ୍ୟକ୍ତିଗତ ମଧ୍ୟରୁ ରେସନ କାର୍ଡ ପାଇଁ 1ଟି, ଆବାସ ଯୋଜନା ପାଇଁ 5ଟି, ଜମିଜମା ପାଇଁ 14ଟି, ଭତ୍ତା ପାଇଁ 2ଟି, ପୋଲିସ ସହାୟତା ପାଇଁ 3ଟି, ଓ ଅନାନ୍ୟ 12ଟି ଅଭିଯୋଗ ର ଶୁଣାଣି କରାଯାଇଥିଲା l
2ଟି ଅଭିଯୋଗର ତତ୍କାଳ ଫଇସଲା କରାଯାଇଥିଲା, ଏହି ମିଳିତ ଜନଶୁଣାଣୀ ଶିବିରରେ ଅତିରିକ୍ତ ଜିଲ୍ଲାପାଳ ସମ୍ବିତ କୁମାର ରାଉତ, ଆରକ୍ଷୀ ଅଧିକ୍ଷକ ଭବାନୀ ଶଙ୍କର ଉଦ୍ଗାତା ଜିଲ୍ଲାପରିଷଦ ମୁଖ୍ୟ ବିକାଶ ତଥା ନିର୍ବାହୀ ଅଧିକାରୀ ରବିନାରାୟଣ ଜେଠୀ, ଉପଜିଲ୍ଲାପାଳ ପ୍ରଶାନ୍ତ କୁମାର ତରାଇ, ବିଡ଼ିଓ ବିଜୟ କୁମାର ବେହେରା, ତହସିଲ ଦାର ସଞ୍ଜୟ କୁମାର ବେହେରା ଙ୍କ ସହ ଜିଲ୍ଲାସ୍ତରୀୟ କ୍ଷେତ୍ର ଅଧିକାରୀ,
ବ୍ଲକ ସ୍ତରୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ l ଏହି ଅବସରରେ ପତିପୁର ଗ୍ରାମର ବିଶ୍ୱନାଥ ମଲ୍ଲିକ ଙ୍କୁ ପ୍ରଶାସନ ପକ୍ଷରୁ ଏକ ଟ୍ରାଇ ସାଇକେଲ ପ୍ରଦାନ କରାଯାଇଥିଲା l ଅଭିଯୋଗ ଶୁଣାଣି ଆରମ୍ଭରେ ପ୍ରମୋଦ ଜେନା ନାମକ ଜଣେ ବ୍ୟକ୍ତିଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ନ୍ୟାୟ ମିଳୁ ନଥିବାରୁ ସେ ଅଭିଯୋଗ ପ୍ରକୋଷ୍ଠ କୁ ତାଲା ପକାଇ ଦେଇଥିଲା ବିରିଡି ପୋଲିସ ଶ୍ରୀ ଜେନାଙ୍କୁ ସଙ୍ଗେ ସଙ୍ଗେ ଗିରଫ କରି ଥାନାକୁ ନେଇଯାଇଥିଲେ l
No Result
View All Result