୨୩ ଡିସେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ପୁରୀ :-  ସ୍ଥାନୀୟ ଅନ୍ନପୂର୍ଣ୍ଣା ରଙ୍ଗମଞ୍ଚରେ ଦୁର୍ଗାଚରଣ ସ୍ମୃତି ସଂସଦରବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଭାରତ ଓ ପାକିସ୍ତାନ ମଧ୍ୟରେ ଘଟିଥିବା୧୯୬୫ ମସିହା ଯୁଦ୍ଧ ବିଷୟବସ୍ତୁ ଉପରେ ଆଧାରିତ ଦେଶାତ୍ମବୋଧକ ନାଟକ ‘ଆହୂତି’ମଞ୍ଚସ୍ଥ ହୋଇଥିଲା। ନାଟକରେ କଳାକାରମାନେ ପାକିସ୍ତାନ ସରକାରର ଧର୍ମାନ୍ଧତା ଓ ଭାରତରେ କିପରି ବିଭିନ୍ନ ଧର୍ମାବଲମ୍ବୀମାନେ ଶାନ୍ତିର ସହିତ ଭାଇଚାରା ବଜାୟ ରଖି ଦେଶମାତୃକାର ସେବା ପାଇଁ ପ୍ରାଣବଳି ଦେଇ ଧର୍ମ ନିରପେକ୍ଷ ନୀତିକୁ ଆପଣାଇ ନେଇଛନ୍ତି ତାର ନିଖୁଣ ଅଭିନୟ କରିଥିଲେ ।

ଏହି ନାଟକକୁ ଅମୂଲ୍ୟକୃଷ୍ଣ ମିଶ୍ର ରଚନା କରିଥିବାବେଳେ ବିରେନ୍ଦ୍ର ନାରାୟଣ ଗୋଚ୍ଛିକାର ନିର୍ଦ୍ଦେଶନା ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ରାଜ୍ୟସଭା ସାଂସଦ ଶୁଭାଶିଷ ଖୁଣ୍ଟିଆ ମୁଖ୍ୟଅତିଥି ଭାବେ ଯୋଗଦେଇ ମଞ୍ଚ ନାଟକର ସାମାଜିକ ପ୍ରଭାବ ଉପରେ ଆଲୋକପାତ କରିଥିଲେ |ଏହା ସହ ମଞ୍ଚନାଟକ ଓ ରଙ୍ଗମଞ୍ଚର ପୁନରୁଦ୍ଧାର ପାଇଁ ଉଦ୍ୟମ ର ଆବଶ୍ୟକତା ରହିଛି ବୋଲି କହିଥିଲେ। ସମ୍ମାନିତ ଅତିଥ୍ ପୂର୍ବତନ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ ପୁରୀରେ ଶ୍ରୀଜଗନ୍ନାଥଙ୍କ ଲୀଳା ଓ ମହିମା ଉପରେ ଆଧାରିତ ନାଟକ ମଞ୍ଚସ୍ଥ କରିବାଲାଗି ଗୁରୁତ୍ବ ଦେଇଥିଲେ |

ସ୍ବର୍ଗତ ନାଟ୍ୟକାର ତଥା ଓଡ଼ିଶୀ ସଙ୍ଗୀତ ନାଟକ ଏକାଡେମୀ ର ପୂର୍ବତନ ଅଧ୍ୟକ୍ଷ ହରିହର ମିଶ୍ର ଓ ନାଟ୍ୟ ନିର୍ଦ୍ଦେଶକ ସ୍ଵର୍ଗତ ଦୁର୍ଗାଚରଣ ଶତପଥୀ ଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା। ପୂଜ୍ୟପୂଜା ପରମ୍ପରାକୁ ପାଳନ କରି ଅନୁଷ୍ଠାନ ତରଫରୁ ବିଶିଷ୍ଟ ସାହିତ୍ୟ ନାଟ୍ୟକାର ଡ. ରମେଶ ପ୍ରସାଦ ପାଣିଗ୍ରାହୀ ଏବଂ ମଞ୍ଚ ଓ ଚଳଚ୍ଚିତ୍ର ଅଭିନେତା ତଥା ନିର୍ଦ୍ଦେଶକ ଦୋଳଗୋବିନ୍ଦ ରଥଙ୍କୁ ସମ୍ମାନିତ କରାଯାଇଥିଲା। ଅନୁଷ୍ଠାନର ଅଭ୍ୟର୍ଥନା ସମିତି ର ଅଧକ୍ଷ ଶ୍ରୀକଣ୍ଠ ମିଶ୍ର ଅତିଥ୍ଙ୍କୁ ସ୍ବାଗତ କରିଥିବା ବେଳେ ସମ୍ପାଦକ ସତ୍ୟନାରାୟଣ ଶତପଥୀ ବାର୍ଷିକ ବିବରଣୀ ପାଠ କରିଥିଲେ। ସଭାରେ ଅନୁଷ୍ଠାନର ସଭାପତି ବିଜୟ କୁମାର ଆପଟ ସଭାପତିତ୍ୱ କରିଥିବା ବେଳେ ଉପସଭାପତି ଅରବିନ୍ଦ ଖୁଣ୍ଟିଆ ଧନ୍ୟବାଦ ଅର୍ପଣ କରିଥିଲେ ।