ପୁରୀ (ଓଡ଼ିଶା ତାଜା ନ୍ୟୁଜ) (ନିପ୍ର) :- ପୁରୀ ମହାନଗର ନିଗମ ଅନ୍ତର୍ଗତ ବଳଗଣ୍ଡି ରାୟବାହାଦୁର ଲେନ ନିବାସି ବ୍ରହ୍ମାନନ୍ଦ ସ୍ବାଇଁଙ୍କ ୯୬ ବର୍ଷ ବୟସରେ ପରଲୋକ ଘଟିଛି । ପୁରୀଜିଲ୍ଲା ଅସ୍ତରଙ୍ଗ ଥାନା ଅନ୍ତର୍ଗତ ପାଟଳଦା ଗ୍ରାମରେ ଜନ୍ମଗ୍ରହଣ କରି ପୁରୀ କଲେକ୍ଟରିଏଟ ମୁଖ୍ଯ କିରାଣି ଭାବେ ଅବସର ଗ୍ରହଣ କରିଥିଲେ । ତାଙ୍କର ବଡବାପା ସ୍ବର୍ଗତ ପୂର୍ଣ୍ଣାନନ୍ଦ ସ୍ବାଇଁ ସ୍ବାଧୀନତା ସଂଗ୍ରାମୀ ଥିଲେ ।ସ୍ବର୍ଗତ ଅନିରୁଦ୍ଧ ସ୍ବାଇଁଙ୍କ ତୃତୀୟ ପୁତ୍ର ବ୍ରହ୍ମାନନ୍ଦ ଜଣେ ଆମୟିକ ବ୍ଯକ୍ତି ଥିଲେ । ସରକାରୀ ଚାକିରି ବ୍ଯତୀତ ଗାଁର ଉନ୍ନତି ପାଇଁ କାର୍ଯ୍ଯ ଓ ପରାମର୍ଶ ଦେଇଥିଲେ । ପୁରୀରେ କାର୍ଯ୍ୟ କରୁଥିବା ସମୟରେ ଷ୍ଟାପଙ୍କ ସହ ସୁସମ୍ପର୍କ ରଖି ସରକାରୀ କାର୍ଯ୍ଯ ଆଗେଇ ନେଇଥିଲେ ।















