No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୩୧ ମାର୍ଚ୍ଚ ୨୦୨୧, ବୁଧବାର )ପଦ୍ମପୁର :- ବରଗଡ ଜିଲ୍ଳା ପାଇକମାଲ ଜଙ୍ଗଲ ବିଭାଗର ବିଚିତ୍ର ନୀତି । କେନ୍ଦ୍ର ସରକାରଙ୍କ କାଂମ୍ଫା ଯୋଜନା ରେ ପାଇକମାଲ ଜଙ୍ଗଲ ବିଭାଗ ରେଞ୍ଜକୁ ବୃକ୍ଷ ରୋପଣ ପାଇଁ କୋଟି କୋଟି ଟଙ୍କାର ଅନୁଦାନ ଯୋଗାଇ ଦେଇଥିବା ବେଳେ ‘ ଖଟିଲି ଖିଆ ‘ ନୀତିରେ ଗୋଟିଏ ମଧ୍ଯ ଗଛ ବଞ୍ଚି ନଥିବା ବେଳେ ଜଙ୍ଗଲ ଭିତରେ ଥିବା ଗଛକୁ କାଟି ଜଙ୍ଗଲ ବିଭାଗ ବେପାର କରିବାରେ ମସଗୁଲ ଅଛି । ଶ୍ରୀ ମଦନ ସତନାମୀ ଜଣେ ଭୂମିହୀନ, ଦଳିତ ପରିବାର ଗତ ୪୦ ବର୍ଷ ଧରି ପାଇକମାଲ ରେଞ୍ଜ ଅନ୍ତର୍ଗତ ଜଗଦଲପୁର ଥାନା ଜଟେଶିରା ଗ୍ରାମରେ ୨ଏକର ଜମି ଦଖଲ କରି ଚାଷ କରୁଛନ୍ତି । ଶ୍ରୀ ସତନାମୀ ଉକ୍ତ ଜମିର ତହସିଲ ଅଫିସରେ ଜରିମାନା ଦେବା ସହ ନିଜ ନାମରେ ଉକ୍ତ ଜମିର ପଟା ପାଇଁ ଆବେଦନ ମଧ୍ଯ କରିଛନ୍ତି ।
ଗତ କିଛିଦିନ ତଳେ ଲଉଡିଦର୍ହାରା ଗ୍ରାମ ପଞ୍ଚାୟତ ସରପଞ୍ଚ ଶ୍ରୀ ବଳରାମ ଖମାରୀ ଉକ୍ତ ଜମିରୁ ଯୋର ଜବରଦସ୍ତ ମହୁଲ,ଶାଳ,ପିଆଶାଳ,ବଡ ବଡ ୧୦ଟି ଗଛ କାଟି ଦେଇଥିଲେ । ଆଗରୁ ମଧ୍ଯ ସେହି ଜମିରୁ ୪୫ଟି ମୂଲ୍ଯବାନ ଗଛ କାଟି ନେଇଥିଲେ । ୪୦ ବର୍ଷ ଧରି ଜମି ଦଖଲ କରୁଥିବା ଶ୍ରୀ ସତନାମୀ ଝାରବନ୍ଧ ଫରେଷ୍ଟର ଙ୍କ ଠାରେ ଏ ବିଷୟରେ ଲିଖିତ ଅଭିଯୋଗ କରିଥିଲେ । ପାଇକମାଲ ରେଞ୍ଜର ଙ୍କ ନିର୍ଦ୍ଦେଶରେ ଫରେଷ୍ଟର ଓ ଜଙ୍ଗଲ ବିଭାଗର ଅନ୍ଯ ଅଧିକାରୀ ମାନେ ଜଟେଶିରା ଗାଁକୁ ଯାଇ କଟା ଯାଇଥିବା ଗଛ ଜବତ କରିଥିଲେ । କିନ୍ତୁ ପରବର୍ତ୍ତୀ ସମୟରେ ଜବତ ଗଛକୁ ସରପଞ୍ଚ ଶ୍ରୀ ବଲରାମ ଖମାରୀ କୁ ହସ୍ତାନ୍ତର କରି କେଶକୁ ରଫାଦଫା କରି ଦେଇଥିବା ବେଳେ ଶ୍ରୀ ସତନାମୀ ବରଗଡ ଡିଏଫଓ ଓ ଓଡ଼ିଶା ସରକାରଙ୍କ ୫ଟି ସଚିବ ଙ୍କୁ ଲିଖିତ ଜଣାଇଛନ୍ତି । ‘ ତୁ ଗୁହାରୀ କରିବୁ ଯାହାକୁ ମୁଁ ଗଇଁତା କରିଛି ତାହାକୁ ନୀତିରେ ବର୍ତ୍ତମାନ ଜଙ୍ଗଲ ବିଭାଗ ଚାଳିଛି । ( ରିପୋର୍ଟ – ନିରୋଜ କୁମାର ପାଣୀ )
No Result
View All Result