No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୨୯ ମାର୍ଚ୍ଚ ସୋମବାର ) ବରଗଡ଼ :- ଶାନ୍ତି ତପୋବନ ଆଶ୍ରମ, ମାତୃଛାୟା, ବାନପ୍ରସ୍ଥ, (ଜରାନିଵାସ) ଚକରକେନ୍ଦ ଛକ ଠାରେ ତିନି ଦିନ ଧରି ଅନୁଷ୍ଠିତ ବସନ୍ତ ମୀଳନ ଓ ଫାଲଗୁନ ମହୋତ୍ସବ ର ଶେଷ ଦିନ ର କାର୍ଯ୍ୟକ୍ରମ ଆସ ରଂଗ ଖେଲମା ରେ ହାସ୍ୟ ଓ ବ୍ୟଙ୍ଗ କବି ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ସଂଯୁକ୍ତ ଯୁବ ସଂଗଠନ ବରଗଡ଼ ର ପୂର୍ବତନ ସଭାପତି ଶ୍ରୀ ରମାକାନ୍ତ ତ୍ରିପାଠୀ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ମଞ୍ଚ କଲାକାର ଶ୍ରୀ ରଵିନ୍ଦ ସାହୁ ବଲାଙ୍ଗୀର ମୁଖ୍ୟ ଅତିଥି, ଶ୍ରୀ ବନମାଳୀ ସାହୁ ଓ କୋଷଲି କବି ଶିବ ଶଙ୍କର ପୂଜାରୀ ଯୋଗ ଦେଇ ଧନୁ ତୀର ରେ ରଂଗ ମାଠିଆ ଭାଙ୍ଗି ଆସ ଖେଲମା କାର୍ଯ୍ୟକ୍ରମ କୁ ଶୁଭାରମ୍ଭ କରି ପରଷ୍ପର ମଧ୍ୟରେ ଆଶ୍ରମ ଅନ୍ତେବାସୀ ମାନେ ନିଜ ହାତରେ ତିଆରି କରିଥବା ବିଭିନ୍ନ ପ୍ରକାର ଫଳ, ଫୁଲ ,କନ୍ଦା ଆଦି ଜିନିଷ ରେ ତିଆରି ରଂଗ ରେ ରଂଗ ଖେଳ ଆରମ୍ଭ ହୋଇଥିଲା । ଏହା ପରେ ଶ୍ରୀ ଗୈାର ସାହୁ ହାସ୍ୟ କବି ଙ୍କ ସଂଯୋଜନା ରେ ହାସ୍ୟ ଓ ବ୍ୟଙ୍ଗ କବି ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । କବି ମାନଙ୍କ ମଧ୍ୟରେ ଶ୍ରୀ ମୁନି ରାମ କୁମାର,ଅନୂପ୍ରିୟା ମିଶ୍ର, ଯୁବରାଜ କୁଦେଇ,ତେଜୁରୁ ବାରିକ, ଅଧିକାରି ସା, ରୋହିତ ମେହେର,ରଞ୍ଜିତ ପ୍ରଧାନ,କୁମର ମେହେର ଯୋଗ ଦେଇ କାର୍ଯ୍ୟକ୍ରମ କୁ ସରସ ସୁନ୍ଦର କରିଥିଲେ। ଏହି ଅବସରରେ କବି ମାନଙ୍କୁ ଶାନ୍ତି ତପୋବନ ଆଶ୍ରମ ତରଫରୁ ମାନପତ୍ର ଦେଇ ସମ୍ମାନିତ କରାଯାଇଥିଲା । (ରିପୋର୍ଟ-ସତ୍ୟ ନାରାୟଣ ପ୍ରଧାନ )
No Result
View All Result