No Result
View All Result
ଓଡିଶା ତାଜା ନ୍ୟୁଜ୍ (୨୭ ମାର୍ଚ୍ଚ ଶନିବାର )ହିଞ୍ଜିଳିକାଟୁ :- ହିଞ୍ଜିଳିକାଟୁ ତହସିଲ ଅଧିନସ୍ଥ ବହୁ ଅଂଚଳରେ ଭରଣ ଭରଣ ଚାଷ ଜମି କିଣି ତାକୁ ସମତୁଲ କରି ବିନା ଅନମତିରେ କିସମ ନ ବଦଳାଇ ପ୍ଳଟିଂ ବ୍ୟବସାୟ ଚଳାଇଛନ୍ତି ।ଫଳରେ ଲୋକେ ସେମାନଙ୍କ ନିର୍ଦ୍ଦାରିତ ମୁଲ୍ୟ ଠାରୁ ଅଧିକ ଟଙ୍କା ଦେଇ କିଣୁଛନ୍ତି । ବ୍ୟବସାୟୀ ମାନେ ପ୍ଳଟ ତିଆରି କଲା ବେଳେ କିଣିବା ଠାରୁ ଅଧିକ ଜମି ମନଇଛା ଜେସିପି ଲଗାଇ ସମତୁଲ କରିବା ସହ ସରକାରୀ , ଗୋଚର ଜମି ସହ ପାହାଡ଼ ଭାଙ୍ଗି ପ୍ଳଟ କରି ରାସ୍ତା ଓ ବିଦ୍ୟୁତ୍ ଖୁଂଟ ପକାଇ ଲୋକଙ୍କୁ ପ୍ରଲୋଭିତ କରି ବିକ୍ରି କରୁଛନ୍ତି । ଅନ୍ୟ ପକ୍ଷରେ ବେପାରୀଙ୍କୁ ଜମି ନବିକିଲେ ଜୋର ଜବରଦସ୍ତ ସମତୁଲ କରି କିଣୁଥିବା ମଧ୍ୟ ଅଭିଯୋଗ ହୋଇଛି । ଜମି କିଣାବିକା ନେଇ ପଚାଂୟତ କିମ୍ବା ମୁନିସିପାଲଟିରେ ଜମି କିଣାବିକା ନେଇ ତଥ୍ୟ ନଥାଏ । ସରକାରୀ ନିୟମ ଅନୁଯାୟୀ ଯଦି କେହି ଜମି କିଣି ପ୍ଳଟ ବ୍ୟବସାୟ କରେ କ୍ରୟର ୧୦% ପ୍ରତିଶତ ଅର୍ଥ ସ୍ଥାନୀୟ ପଚାଂୟତ ହେଉ କିମ୍ବା ମୁନିସିପାଲଟିରେ ପୈଠ କରିବା ସହ ଅନୁମତି ନେବା କଥା ଯାହା ଏଠିକାର ବ୍ୟବସାୟୀ ମାନେ ଆଦୌ ଗୁରୁତ୍ୱ ଦେଉନାହାନ୍ତି ।
ତହସିଲ ଓ ଉପନିବନ୍ଧକଙ୍କ କାର୍ଯ୍ୟାଳୟର କର୍ମଚାରୀଙ୍କୁ ଭିତିରୀ ଦିଆନିଆ କରି ବ୍ୟବସାୟ ଚଳାଇଥାନ୍ତି । ଚାଷ ଜମିର କିସମ ମଧ୍ୟ ନ ବଦଳାଇ ଜମି ହିସାବରେ କ୍ରୟ ବିକ୍ରୟ ହୋଇଥାଏ । ସାଧାରଣ ଲେେକେ ଜମି କିଣି ଘର କରିବା ବେଳେ ନାନା ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି । ହିଞ୍ଜିଳି ତହସିଲ ଅନ୍ତର୍ଗତ ନୁଆଗଡ଼ ମୈାଜା ଅନ୍ତର୍ଗତ କୋର୍ଟ ନିକଟରେ ପାହାଡ଼ ସମତୁଲ କରିବା ସହ ସରକାରୀ ଜମିକୁ ଅକ୍ତିଆର କରି କ୍ରୟ କରିଥିବା ଜମିରେ ମିଶାଇ ପ୍ଳଟ କାଟୁଥିବା ଜଣାପଡ଼ିଛି । ଯଦି କୋର୍ଟ ନିକଟରେ ଆଇନକୁ ଦଳି ଚକଟି ପ୍ଳଟ ବିନା ଅନୁମତିରେ କଟାଯାଉଛି , ତାହା ହେଲେ ମୁନିସୀପାଲଟି ଅନ୍ତର୍ଗତ ସହ ହିଞ୍ଜିଳି ବ୍ଳକର ବିଭିନ୍ନ ସ୍ଥାନରେ ପ୍ଳଟ କାଟି ଭିତିରି ଦିଆନିଆରେ ବ୍ୟବସାୟୀ ମାନେ ପ୍ଳଟ ବେପାର କରୁଛନ୍ତି । ଫଳରେ ସରକାରୀ ତହବିଲରକୁ କୋଟି କୋଟି ଟଙ୍କା ନ ଆସି ସିଧା ସଳଖ ପ୍ଳଟ ବେପାରୀ ମାନେ ସରକାରୀ କର୍ମଚାରୀଙ୍କୁ ହାତ ବାରିସୀ କରି ସିଧା ଲୁଟ୍ କରି ବେପାର ଚଳାଉଛନ୍ତି । ଏଥିପାଇଁ ଉଚ୍ଚସ୍ତରୀୟ ତଦନ୍ତ କରିବା ସହ ଅଙ୍କୁଶ ଲଗାଇବାକୁ ବୁଦ୍ଧିଜୀବି ମହଲରେ ଦାବି ହେଉଛି । ( ରିପୋର୍ଟ – ଶୁସାନ୍ତ ପ୍ରଧାନ )
No Result
View All Result