No Result
View All Result
ଓଡ଼ିଶା ତାଜା ନ୍ୟୁଜ (୨୬ ମାର୍ଚ୍ଚ ଶୁକ୍ରବାର) ପଦ୍ମପୁର :- ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଳକ ଛିନ୍ଦେଇକେଲା ଗ୍ରାମ ପଞ୍ଚାୟତର ବାରପର୍ଲିଆ , ମଖନାମୁଣ୍ଡା ଗ୍ରାମ । ବୟାନବେ ପ୍ରତିଶତ ଲୋକ ଆଦିବାସୀ ଜାତିର ବାସିନ୍ଦା ଅଟନ୍ତି ଗ୍ରାମରେ । କିନ୍ତୁ ଦୁଇ ଗାଁରେ ପାଣିର ଘୋର ଅଭାବ ଦେଖାଯାଏ । ଏହାର ସମାଧାନ ଲାଗି ଦୁଇ ଗ୍ରାମର ମଝିରେ ସରକାରଙ୍କ ତରଫରୁ ଏକ ପାଣି ଟାଙ୍କିର ବ୍ୟବସ୍ଥା କରାଗଲା । ଯାହାକି ବିଗତ ତିନିବର୍ଷ ହେଲା କରାଗଲା । ଏହାର ଉଦ୍ଘାଟନ ଲାଗି ବହୁତ ଧଳାପୋଷାକ ପିନ୍ଧା ନେତା ଆସି ବହୁତ ଆଡମ୍ବରରେ ଉଦ୍ଘାଟନ କଲେ କିନ୍ତୁ କିଛିଦିନ ଚାଲିଲା ପରେ କୌଣସି ପ୍ରକାର ଖରାପ ହେଲା ବ୍ୟବସ୍ଥା ।
ପୁଣି ସଜାଯାଏ ପୁଣି ଖରାପ ହୁଏ ବାରମ୍ବାର ଚାଲି ରହିଲା ସମାସ୍ୟା । କିନ୍ତୁ ବିଗତ ପାଞ୍ଚ ମାସ ହେଲାଣି ବ୍ୟବସ୍ଥା ଖରାପ ହେଲା। ଖରାରେ ଦୁଇ ଗ୍ରାମ ପାଣି ପାଇଁ ହତାଶ ନିରାଶ ଭିତରେ ।ଦୁଇ ଗ୍ରାମରେ ନଳକୂପ ପିଇବା ପାଣି ମଧ୍ୟ ସଫଳ ହୁଏନି।ବର୍ତ୍ତମାନ ପରିସ୍ଥିତି ସଙ୍କଟାପନ୍ନ ହୋଇ ସାରିଛି । ଦିନ ମଜୁରୀ କରି ଖଟୁଥିବା ଲୋକ ଅନେକ ସ୍ଥାନରେ ଅଭିଯୋଗ କଲେଣି ଓ ଉପାୟ ନାହିଁ।ବର୍ତ୍ତମାନ ପ୍ରଶ୍ନ ଯାହାକି ଯୋଜନା କରାଯାଇଛି ଉଦ୍ଘାଟନ ଲାଗି ନା ଲୋକ ସୁବିଧା ସକାଶେ । ବିଚରା ନିରୀହ ବ୍ୟକ୍ତି ମାନେ କରିବେ କଣ କହିବେ କାହାକୁ । ସେହି ନେତା ମାନେ ଯିଏ ଉଦ୍ଘାଟନ କଲେ ଥରେ ବୁଝଲେଣିକି ସମସ୍ୟା ସମ୍ଭନ୍ଧରେ । ବିଭାଗୀୟ ଅଧିକାରୀ ଗଣ ତୁରନ୍ତ ପଦକ୍ଷେପ ନେବାକୁ ଗ୍ରାମବାସୀ ଦାବି କରୁଛନ୍ତି । (ରିପୋର୍ଟ – ନିରୋଜ କୁମାର ପାଣୀ)
No Result
View All Result