No Result
View All Result
ଓଡିଶା ତାଜା ନ୍ୟୁଜ୍ (୨୫ ମାର୍ଚ୍ଚ ଗୁରୁବାର ) ହିଞ୍ଜିଳିକାଟୁ :- ଗତବର୍ଷ ମହାମାରୀ କରୋନା ଭୁତାଣୁ ସଂକ୍ରମଣ କାୟା ବିସ୍ତାର କରିଥିବାରୁ ଦଣ୍ଡ ଯାତ୍ରା ପ୍ରସାଶନର ନିର୍ଦ୍ଦେଶ କ୍ରମେ ବନ୍ଦ ରହିଥିଲା । ଗଞ୍ଜ।ମ ପ୍ରସିଦ୍ଧ ଦଣ୍ଡଯାତ୍ରା ଚେିତ୍ରମାସରେ ଆରମ୍ଭ ହୋଇଥାଏ । ମାନସିକଧାରୀ ଦଣ୍ଡୁଆ ମାନେ ନିଜ ନିଜର ମାନସିକ ପୁରଣ ସକାଶେ ବହୁ କଷ୍ଟ ସହ୍ୟକରି ଦଣ୍ଡଯାତ୍ରାରେ ସାମିଲ ହୋଇଥାନ୍ତି । ଏହି ଅବସରରେ ଚେିତ୍ରମାସ ଏକାଦଶୀ ତିଥି ଗୁରୁବାର ଦିନ ହିଂଜିଳିକାଟୁ ଓ ସ୍ଥାନୀୟ ବ୍ଳକ ବେଲଗାଁରେ ୨୧ ଦିନିଆ ଦଣ୍ଡଯାତ୍ରା କେଭିଡ଼ କଟକଣା ମଧ୍ୟରେ ଶୁଭାରମ୍ଭ ହୋଇଛି । ଗୁରୁବାର ପ୍ରାତଃହରୁ ମାନସିକଧାରୀ ଦଣ୍ଡୁଆମାନେ ହାତରେ ପିଂଛମୂଠା ,ବାନା ଧରି ଢୋଲ, ମହୁରି ବଜାଇ ଗ୍ରାମ ପରିକ୍ରମା କରିଥାନ୍ତି । ସହରର ଜନସାଧାରଣ ଘର ସମ୍ମୁଖରେ ଧୂପ, ଦୀପ, ନେିବେଦ୍ୟ ଓ ପୁର୍ଣକୁମ୍ଭ ସ୍ଥାପନ କରି ମାଁ ଦଣ୍ଡକାଳୀ ଓ ସପ୍ନେଶ୍ୱର ମହାଦେବଙ୍କୁ ଭୋଗ ସର୍ମପଣ କରିଥାନ୍ତି ।
ଗ୍ରାମ ପରିକ୍ରମା କରିବା ପରେ ମାନସିକଧାରୀ ଦଣ୍ଡୁଆମାନେ ପ୍ରଚଣ୍ଡ ରୌଦ୍ରତାପରେ ଧୂଳିଦଣ୍ଡ ଓ ପରେ ପୋଖରୀ ମଧ୍ୟରେ ଜଳଦଣ୍ଡରେ ସାମିଲ ହୋଇଥିଲେ । ସନ୍ଧ୍ୟା ସମୟରେ ମାଁ ଦଣ୍ଡକାଳୀ ଓ ହରଗୌରୀଙ୍କୁ ଆଳତି ସର୍ମପଣ କରାଯାଇଥିଲା । ଆଳତି ସମୟରେ ହିଂଜିଳିକାଟୁ ସହର ସମେତ ନିକଟବର୍ତି ଗ୍ରାମର ବହୁ ମହିଳା ଓ ପୁରୁଷ ଭକ୍ତଙ୍କ ମାସ୍କ ଓ ସାମାଜିକ ଦୁରତା ରଖି ସମାଗମ ସ୍ୱଳ୍ପ ମାତ୍ରାରେ ହୋଇଥିଲା । ରୁଦ୍ରକାଳୀଙ୍କୁ ଭଜହେ ଓ ସପ୍ନେଶ୍ୱରଙ୍କୁ ଭଜହେ ଧ୍ୱନିରେ ସ୍ଥାନୀୟ ଅଂଚଳ ପ୍ରକମ୍ପିତ ହୋଇଊଠିଥିଲା । ରାତ୍ର ସମୟରେ ମନୋରଞ୍ଜନ କାର୍ଯ୍ୟକ୍ରମ ପ୍ରସଶ।।ନର ନିର୍ଦ୍ଦେଶ କ୍ରମେ କରୋନା ବଢ଼ିବାର ଆଶଙ୍କା ନେଇ ରଙ୍ଗା ରଙ୍ଗ କାର୍ଯ୍ୟକ୍ରମ ଚଳିତବର୍ଷ ବନ୍ଦ ହୋଉଛି ।ଚଳିତ ବର୍ଷ ଗୋଟିଏ ସ୍ଥାନରେ ଜନସମାଗମ ନ ହେବା ନିମନ୍ତେ ଗାଇଡ଼ ଲାଇନ ଅନୁଯାଇ ଦଣ୍ଡଯାତ୍ରା ହେବ । ଅନୁରୂପ ଭାବେ ହିଂଜିଳିକାଟୁ ବ୍ଳକ ଅନ୍ତର୍ଗତ ବୁରୁପଡ଼ା. ମକରଝୋଳ, ସମରଝୋଳ,ଖଣ୍ଡରା, ଚାନ୍ଦୁଲି, ସାରୁ, ଆଲପୁର, ପୋଚିଲିମା ପ୍ରମୁଖ ଗ୍ରାମ ଗୁଡ଼ିକରେ ପର୍ଯ୍ୟାୟ କ୍ରମେ ୧୮ ଓ୧୩ ଦିନିଆ ଦଣ୍ଡଯାତ୍ରା ଆରମ୍ଭ ହୋଇ ମହାବିଷୃବ ସଂକ୍ରାନ୍ତିରେ ଦଣ୍ଡଯାତ୍ରା ସମାପ୍ତ ହେବ । (ରିପୋର୍ଟ-ଶୁସାନ୍ତ ପ୍ରଧାନ)
No Result
View All Result