No Result
View All Result
ଓଡିଶା ତାଜା ନ୍ୟୁଜ୍ (୨୫ ମାର୍ଚ୍ଚ ଗୁରୁବାର ) ପାରଳାଖେମୁଣ୍ଡି :-ପାରଳାଖେମୁଣ୍ଡି ଜନସ୍ୱାସ୍ଥ୍ୟ ବିଭାଗର କାର୍ଯ୍ୟଦକ୍ଷତା ଯୋଗୁଁ ପାରଳାଖେମୁଣ୍ଡି ସହରବାସୀଙ୍କ ଜଳ ସଙ୍କଟ ଦୂର ହୋଇପାରିଛି । ଏହା ଦ୍ୱାରା ପାରଳାବାସୀ ଆଶ୍ୱସ୍ତ ଲାଭ କରିବା ସହ ଜନସ୍ୱାସ୍ଥ୍ୟ ବିଭାଗର କାର୍ଯ୍ୟଦକ୍ଷତାକୁ ନେଇ ସାଧୁବାଦ ଜଣାଇଛନ୍ତି । ଘଟଣାରୁ ପ୍ରକାଶ ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁଁ ମହେନ୍ଦ୍ରଗିରିରୁ ଜାତ ମହେନ୍ଦ୍ରତନୟା ନଦୀର ଜଳ ସୁଖିବାରେ ଲାଗିଛି । ପାରଳାଖେମୁଣ୍ଡିବାସୀଙ୍କୁ ପାନୀୟ ଜଳ କେବଳ ମହେନ୍ଦ୍ରତନୟା ନଦୀ ଜଳ ଯୋଗାଣ ବ୍ୟତୀତ ଅନ୍ୟ କୌଣସି ଜଳ ଯୋଗାଣ ବ୍ୟବସ୍ଥା ନାହିଁ । ଗତ କିଛି ଦିନ ଧରି ପ୍ରବଳ ଗ୍ରୀଷ୍ମ ପ୍ରବାହ ସାଙ୍ଗକୁ ପ୍ରବଳ ଖରା ଯୋଗୁଁ ମହେନ୍ଦ୍ରତନୟା ନଦୀ ଜଳ ପ୍ରାୟତଃ ସୁଖି ଗଲାଣି । ଏହାକୁ ଦୃଷ୍ଟିରେ ରଖି ପାରଳାଖେମୁଣ୍ଡି ଜନସ୍ୱାସ୍ଥ୍ୟ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ ସ୍ୱାଗତ ନାୟକ ମହେନ୍ଦ୍ରତନୟା ନଦୀରେ ଖରା ଯୋଗୁଁ ପାଣି ସୁଖି ଆସୁଥିବାକୁ ନଜର ରଖି ବି.ଏନ୍.ପ୍ୟାଲେସ ନିକଟରେ ଜେସିବି ମେସିନ ଲଗାଇ ଗଭୀର ଟ୍ରେଞ୍ଜ ଖୋଳି ମହେନ୍ଦ୍ରତନୟା ନଦୀରେ ଜଳର ପରିମାଣକୁ ବୃଦ୍ଧି କଲେ । ଯାହା ଦ୍ୱାରା ଆଜି ସୁଦ୍ଧା ପାରଳାଖେମୁଣ୍ଡି ସହରର ଲୋକଙ୍କ ଆବଶ୍ୟକତା ଅନୁଯାୟୀ ୭ମିଲିୟନ ଲିଟର ଜଳ ଯୋଗାଣ ହୋଇ ଆସୁଛି ।
ସହକାରୀ ନିର୍ବାହୀଯନ୍ତ୍ରୀ ସ୍ୱାଗତ ନାୟକ ଏନେଇ ଜଣାଇଛନ୍ତି ଯେ , ପାରଳାଖେମୁଣ୍ଡି ସହରରେ ବର୍ତ୍ତମାନ ୧୫୦ଗୋଟି ଷ୍ଟାଣ୍ଡ ପୋଷ୍ଟ ରହିଛି । ସହରରେ ମୋଟ ୯ ହଜାର ଲୋକଙ୍କ ଘରେ ପାନୀୟଜଳ ପାଇବା ପାଇଁ ଜନସ୍ୱାସ୍ଥ୍ୟ ବିଭାଗର ପାଇପ ସଂଯୋଗ କରାଯାଇଛି । ପ୍ରତ୍ୟକ ଦିନ ଲୋକଙ୍କ ଆବଶ୍ୟକତା ଅନୁଯାୟୀ ୭ହଜାର ମିଲିୟନ ଲିଟର ପାନୀୟ ଜଳ ଯୋଗାଇ ଦେବାକୁ ପଡୁଛି । ବର୍ତ୍ତମାନ ପ୍ରବଳ ଖରା ଯୋଗୁଁ ମହେନ୍ଦ୍ରତନୟା ନଦୀର ଜଳ ସୁଖିବାରେ ଲାଗିଛି । ପାରଳା ସହରକୁ ସଠିକ ଭାବେ ଜଳଯୋଗାଣ ପାଇଁ ଏହି ସୁଖିଲା ନଦୀରୁ ପାଣି ଯୋଗାଣ କରିବାରେ କଷ୍ଟସାଧ୍ୟ ହେବା ନିଶ୍ଚିତ ମନେକରି ବି.ଏନ୍.ପ୍ୟାଲେସ ନିକଟରେ ଟ୍ରେଞ୍ଜ ଖୋଳାଯାଇ ନଦୀର ଜଳସ୍ତରକୁ ବୃଦ୍ଧି କରାଯାଇଛି । ଏହା ଦ୍ୱାରା ଆଜି ପର୍ଯ୍ୟନ୍ତ ଲୋକଙ୍କ ଆବଶ୍ୟକତା ଅନୁଯାୟୀ ସଠିକ ଭାବେ ଜଳଯୋଗାଣ ଚାଲିଛି । ଆଗାମୀ କିଛି ଦିନ ପାଇଁ ଜଳ ଯୋଗାଣରେ କୌଣସି ସମସ୍ୟା ଦେଖାଦେବାର ଅନୁମାନ କରାଯାଉ ନାହିଁ । ହେଲେ ଏକ ସପ୍ତାହ ମଧ୍ୟରେ ବର୍ଷାର ଆଗମନ ନ ହେଲେ ପାନୀୟ ଜଳ ଯୋଗାଣ ବ୍ୟବସ୍ଥାରେ ନିଶ୍ଚିତ ଭାବେ କିଛି ସମସ୍ୟା ଦେଖା ଦେଇପାରେ । ତଥାପି ଜନସ୍ୱାସ୍ଥ୍ୟ ବିଭାଗର ସମସ୍ତ କର୍ମଚାରୀ ପାରଳା ସହରବାସୀଙ୍କୁ ଆବଶ୍ୟକୀୟ ପାନୀୟ ଜଳ ଯୋଗାଣ ପାଇଁ ସମ୍ପୂର୍ଣ୍ଣ ଭାବେ ସଜାଗ ରହିଛୁ । (ରିପୋର୍ଟ – ଗରୁଡ଼ ଧ୍ୱଜ ଚୌଧୁରୀ )
No Result
View All Result