No Result
View All Result
ଓଡିଶା ତାଜା ନ୍ୟୁଜ୍ ( ୨୩ ମାର୍ଚ୍ଚ ମଙ୍ଗଳ ବାର ) ହିଞ୍ଜିଳିକାଟୁ :- ହିଞ୍ଜିଳିକାଟୁ ବରିଷ୍ଠ ନାଗରିକ ସଂଘ ପକ୍ଷରୁ ସ୍ଥାନୀୟ ବ୍ଳକ ସମରଝୋଳ ସ୍ଥିତ ଶଙ୍କର ଚକ୍ଷୁ ଚିକିତ୍ସାଳୟ ଓ ଏଲରଗନ ଓ ସାଇଟ୍ ସେଭରସ୍ ଇଣ୍ଡିଆର ମିଳିତ ସହଯୋଗ ରେ ସୋମବାର ସ୍ଥାନୀୟ ପୌରାଂଚଳ ଆଙ୍କୋରଡ଼ା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ମାଗଣା ମୋତିଆବିନ୍ଦୁ ଓ ପରଳ ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ ଶିବିରରେ ଅତିଥି ଭାବେ ପୂର୍ବତନ ୱାର୍ଡ଼ସଭ୍ୟ ଯୁଧିଷ୍ଟିର ସ୍ୱାଇଁ, ଯୋଗେନ୍ଦ୍ର ନାରାୟଣ ଖାଡ଼ଙ୍ଗା, ଉନ୍ନୀତ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଗୌରୀ ଚୌଧୁରୀ ,
ସହକାରୀ ଶିକ୍ଷକ ଲକ୍ଷ୍ମୀକାନ୍ତ ମହାପାତ୍ର , ଶିବରାମ ଦଳାଇ, ଅଶୋକ ଚୌଧୁରୀ ପ୍ରମୁଖ ଯୋଗ ଦେଇ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଆୟୋଜିତ ଶିବିରରେ ୬୨ ଜଣଙ୍କ ଚକ୍ଷୁ ପରୀକ୍ଷା କରାଯାଇଥିବା ବେଳେ ୯ଜଣଙ୍କୁ ମାଗଣା ଚଷମା ପ୍ରଦାନ କରାଯାଇଥିଲା । ୨୪ ଜଣଙ୍କୁ ମାଗଣା ପରଳ ଚିକିତ୍ସା ଓ ୩ଜଣଙ୍କୁ ମୋତିଆବିନ୍ଦୁ ଚିହ୍ନଟ କରାଯାଇ ଚିକିତ୍ସା ସକାଶେ ହସପିଟାଲକୁ ପଠାଯାଇଥିଲା । ଆୟୋଜିତ ଶିବିରରେ ସମରଝୋଳ ଶଙ୍କର ଚକ୍ଷୁ ଚିକିତ୍ସାଳୟର କ୍ୟାମ୍ପ ମ୍ୟାନେଜର ନଳୀନିକାନ୍ତ ରାଉତ, ମୁଖ୍ୟ ଅପଟୋମେଟ୍ରିଷ୍ଟ ସିଏଚ ଭୂବନେଶ୍ୱର, ସ୍ନିଗ୍ଧାରାଣୀ ଜ୍ନୋ ଓ ଇପିଲି ସାକିଲି ପ୍ରମୁଖ ଉପସ୍ଥିତ ରହି ଚକ୍ଷୁ ପରୀକ୍ଷାରେ ସହଯୋଗ କରିଥିଲେ । ( ରିପୋର୍ଟ – ଶୁସାନ୍ତ ପ୍ରଧାନ )
No Result
View All Result