No Result
View All Result
ଓଡ଼ିଶା ତାଜା ନ୍ୟୁଜ ( ୨୧ ମାର୍ଚ୍ଚ ରବିବାର ) ବାଲେଶ୍ୱର :- ବାଲେଶ୍ୱର ସଦର ନିର୍ବାଚନ ମଣ୍ଡଳୀ ବିଜୁ ଜନତା ଦଳ ପକ୍ଷରୁ ସହରରେ ବସବାସ କରୁଥିବା ସଂଖ୍ୟାଲଘୁ ସମ୍ପ୍ରଦାୟର ଭୋଟରମାନଙ୍କୁ ନେଇ ଏକ ସମ୍ବର୍ଦ୍ଧନା ସଭା ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଗତ ଉପନିର୍ବାଚନରେ ଦଳର ପ୍ରାର୍ଥୀ ତଥା ମୁଖ୍ୟମନ୍ତ୍ରୀଙ୍କ ପ୍ରତି ଆସ୍ଥା ପ୍ରକଟ କରିଥିବାରୁ ସେମାନଙ୍କୁ ଧନ୍ୟବାଦ ପ୍ରଦାନ କରାଯାଇଥିଲା ।
ସ୍ଥାନୀୟ ପାଣିଟାଙ୍କି ଛକ ନିକଟ କଲ୍ୟାଣ ମଣ୍ଡପରେ ସଦର ବିଧାୟକ ସ୍ୱରୁପ କୁମାର ଦାସଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଥିଲା । ଏହି ସଭାରେ ମୁଖ୍ୟ ଅତିଥି ଭାବେ ବାଲେଶ୍ୱର ପର୍ଯ୍ୟବେକ୍ଷକ ତଥା ରାଜ୍ୟ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା ଯୋଗଦେଇ ରାଜ୍ୟ ସରକାରଙ୍କ ଦ୍ୱାରା ସଂଖ୍ୟାଲଘୁ ସମ୍ପ୍ରଦାୟରଙ୍କ ପାଇଁ କରାଯାଇଥିବା ବିଭିନ୍ନ ଯୋଜନା ସମ୍ପର୍କରେ ସୂଚନା ଦେଇଥିଲେ। ଅନ୍ୟତମ ଅତିଥି ପୂର୍ବତନ ସାଂସଦ ତଥା ଜିଲ୍ଲା ସଭାପତି ରବୀନ୍ଦ୍ର କୁମାର ଜେନା କହିଲେ ବିଜୁ ଜନତା ଦଳ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସଂଖ୍ୟାଲଘୁ ସମ୍ପ୍ରଦାୟର ସମୂହ ଉନ୍ନତି ପାଇଁ ସବୁବେଳେ ଅଙ୍ଗୀକାରବଦ୍ଧ ।
ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ବିଧାୟକ ଅରୁଣ ଦେ, ସମାଜସେବୀ ସୁବାସିନୀ ଜେନା, ଜିଲ୍ଲା ଉପସଭାପତି ଭୁବନାନନ୍ଦ ଦାସ, ଜିଲ୍ଲା ସାଧାରଣ ସମ୍ପାଦକ ବରଦାପ୍ରସନ୍ନ ପଟ୍ଟନାୟକ, ସଦର ବ୍ଲକ ଅଧକ୍ଷ ନାରାୟଣ ପ୍ରଧାନ, ତପନ ଚକ୍ରବର୍ତ୍ତୀ, ପୂର୍ବତନ ନଗରପାଳ ଆଲୋକ କୁମାର ସାହୁ, ପୂର୍ବତନ ଉପନଗରପାଳ, ମନୋଜ କୁମାର ରାଉତ, ଟାଉନ ସଭାପତି ସନତ ଦାସ, ସଦର ବ୍ଲକ ସଭାପତି ବସନ୍ତ କୁମାର ପଣ୍ଡା, ରାଜ୍ୟ ଯୁବ କାର୍ଯ୍ୟକାରୀ ସଭାପତି ଶୁଭେନ୍ଦୁ ମଙ୍ଗରାଜ, ରଞ୍ଜନ ବାଗ, ଜିଲ୍ଲା କୃଷକ ସଭାପତି ଅଜୟ ସାମଲ, ଭାଗବତ ସାହୁ,
ଜିଲ୍ଲା ଛାତ୍ର ସଭାପତି ସିମନ ଦାସ ମହାପାତ୍ର, ଜିଲ୍ଲା ଯୁବ ସଭାପତି ତାପସ ପରିଡ଼ା, ଓଡ଼ିଶା ମୋ ପରିବାର ସଂଯୋଜକ ସାହିରୁଲ ହକ୍, ଇନ୍ତଖବାବ ଅଲ୍ଲୀ ଖାଁ, ରାଜ୍ୟ ମହିଳା ସାଧାରଣ ସମ୍ପାଦିକା ମୀନା ମହାନ୍ତି, ଟାଉନ ମହିଳା ସଭାନେତ୍ରୀ ରଞ୍ଜିତା ମହାପାତ୍ର, ଶକ୍ତିପଦ ରାୟ, ଗିରୀଶ ଦାଶ, ମୋବାରକ ଖାଁ, ଶେଖ ହାଇଦର ଖାଁ, ସାକୀର ଖାଁ, ଶେଖ ରାଜୁ, ବିନୋଦ ପାଣି, ଶ୍ରଦ୍ଧାଞ୍ଜଳି ରାୟଙ୍କ ସମେତ ବାଲେଶ୍ୱର ୮ମ୍ୟୁନିସିପାଲିଟିର ପୂର୍ବତନ କାଉନସିଲର, ସଦର ନିର୍ବାଚନ ମଣ୍ଡଳୀର ସମସ୍ତ ସମିତି ସଭ୍ୟ, ସରପଞ୍ଚ ଓ ଜିଲ୍ଲା ପରିଷଦ ସଭ୍ୟ ଉପସ୍ଥିତ ଥିଲେ ।(ଦୀପ୍ତିମାନ ପତି, ବାଲେଶ୍ଵର)
No Result
View All Result