No Result
View All Result
ଓଡ଼ିଶା ତାଜା ନ୍ୟୁଜ (୨୦ ମାର୍ଚ୍ଚ ଶନିବାର ) ଭୁବନେଶ୍ୱର :- ଆଦିବାସୀମାନଙ୍କ ଦ୍ୱାରା ବହୁଳ ବ୍ୟବହାର ହେଉଥିବା ଭାଷା ହୋ ଏବଂ ମୁଣ୍ଡାରୀକୁ ସମ୍ବିଧାନର ୮ମ ଅନୁଚ୍ଛେଦରେ ସାମିଲ ପାଇଁ ବିଜୁ ଜନତା ଦଳ ପକ୍ଷରୁ ଦାବି କରାଯାଇଛି । ଏହି ଭାଷାଗୁଡିକୁ ସମ୍ବିଧାନରେ ସାମିଲ୍ର ବହୁଳ ଆବଶ୍ୟକତା ରହିଥିବା ଏଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ବିଜେଡି ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ, ବିଜେଡି ବିଧାୟିକା ବାସନ୍ତୀ ହେମ୍ବ୍ରମ ଏବଂ ବିଜେଡିର ସାଧାରଣ ସମ୍ପାଦିକା ଶ୍ରୀମୟୀ ମିଶ୍ର । ସାମ୍ବାଦିକ ସମ୍ମିଳନୀରେ ବିଜେଡିର ଏହି ତିନି ନେତା ଦର୍ଶାଇଛନ୍ତି ଯେ ଗୋଟିଏ ଜାତିର ରିଚୟ ପାଇଁ ଭାଷା ହେଉଛି ସବୁଠାରୁ ଗୁରୁତ୍ୱୂର୍ଣ୍ଣ । ଓଡିଶା ଜନସଂଖ୍ୟାର ୨୨.୮୫ ୍ରତିଶତ ଅନୁସୂଚିତ ଜନଜାତି ହୋଇଥିବାବେଳେ ୧୩ ପ୍ରକାରର ବିଲୁପ୍ତ୍ରାୟ ଜନଜାତିଙ୍କ ସହିତ ମୋଟ୍ ୬୨ ପ୍ରକାର ଜନଜାତି ଏଠାରେ ବସବାସ କରୁଛନ୍ତି ।
ହୋ ଏବଂ ମୁଣ୍ଡାରୀ ଭାଷାକୁ ସମ୍ବିଧାନରେ ସାମିଲ ପାଇଁ ଦୀର୍ଘଦିନରୁ ରାଜ୍ୟର ଆଦିବାସୀମାନେ ଦାବିକରି ଆସୁଛନ୍ତି । ମୁଖ୍ୟମନ୍ତ୍ରୀ ଏ ସଂକ୍ରାନ୍ତରେ କେନ୍ଦ୍ର ସରକାରଙ୍କୁ ପତ୍ର ଲେଖି ଦୁଇଟି ଭାଷାକୁ ସମ୍ବିଧାନର ୮ମ ଅନୁଚ୍ଛେଦରେ ସାମିଲ ପାଇଁ କହିଛନ୍ତି । ଓଡିଶା ଓ ଝାଡଖଣ୍ଡରେ ବସବାସ କରୁଥିବା ପ୍ରାୟ ୧୦ଲକ୍ଷ ବ୍ୟକ୍ତି ହୋ ଭାଷା ବ୍ୟବହାର କରନ୍ତି । ସମ୍ବିଧାନରେ ସାମିଲ ହୋଇଥିବା ସାନ୍ତାଳି ପରେ ହୋ ହେଉଛି ଓଡିଶାର ଆଦିବାସୀଙ୍କ ପ୍ରଚଳିତ ଦ୍ୱିତୀୟ ବୃହତ୍ ଭାଷା । ସେହିଭଳି ମୁଣ୍ଡା ଏବଂ ମୁଣ୍ଡାରୀ ଆଦିବାସୀ ସମ୍ପ୍ରଦାୟର ୬ଲକ୍ଷରୁ ଅଧିକ ଲୋକ ମୁଣ୍ଡାରୀ ଭାଷା ବ୍ୟବହାର କରନ୍ତି । ଓଡିଶାରେ ବ୍ୟବହୃତ କେତେକ ଆଦିବାସୀ ଭାଷା ରହିଛି । ହା ସମ୍ବିଧାନର ୮ମ ଅନୁଚ୍ଛେଦରେ ସାମିଲ ପାଇଁ ୋଗ୍ୟ । ତେଣୁ ଏହି ଦୁଇ ଭାଷା ହୋ ଏବଂ ମୁଣ୍ଡାରୀକୁ ସମ୍ବିଧାନରେ ସାମିଲ ପାଇଁ ବିଜେଡି ପକ୍ଷରୁ ଦୃଢ ଦାବି କରାଯାଇଛି ।
No Result
View All Result