କଟକ, ମାହାଙ୍ଗା (ଓଡିଶା ତାଜା ନିଉଜ ) ମାହାଙ୍ଗା 12/02/20:- କଟକ ଜିଲ୍ଲା ନିଶ୍ଚନ୍ତ କୋଇଲି ବ୍ଲକ ନତକାଇ ବଲ୍ଲଭୀ ଦେବୀ ମହିଳା ମହାବିଦ୍ୟାଳୟ ପରିସରରେ ଲକ୍ଷାଧିକ ଟଙ୍କା ବ୍ୟୟରେ ନବନିର୍ମିତ ପାର୍କ କୁ ଆଜି ମାନ୍ୟବର ପଂଚାୟତରାଜ ପାନୀୟଜଳ ଆଇନ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିବା ସହ ନୂତନ ପାର୍କରେ ବୁଲି ଝୁଲା ଦୋଳିରେ ବସି ଦୋଳିଖେଳିବା ସହ ପାର୍କର ସୌନ୍ଦର୍ଯ୍ୟ କୁ ଉପଭୋଗ କରିଥିଲେ,
ଆଜିକାଲି କଲେଜ ଝିଅ ମାନେ ଗ୍ରାମାଞ୍ଚଳରେ ପାର୍କ ରେ ବୁଲିବା ସମ୍ଭବପର ହେଉନଥିବାରୁ ସେମାନଙ୍କ ସୁରକ୍ଷା ଦୃଷ୍ଟିରୁ ଏହି ମହିଳା କଲେଜ ରେ ନୂଆ ପାର୍କ ନିର୍ମାଣ କରାଯିବା ସହ ଏହାକୁ ମହାବିଦ୍ୟାଳୟ ର ବାଳିକା ମାନଙ୍କ ପାଇଁ ଊସ୍ଛର୍ଗ କରାଯାଇଛି,
କେହି କଲେଜ ବାଳିକା ମାନେ ବାହାର ସ୍ଥାନକୁ ଯାଇ ହଇରାଣ ହରକତ ନହୁଅନ୍ତୁ ସେଥିପାଇଁ ସେମାନଙ୍କ ସୁରକ୍ଷା କୁ ଦୃଷ୍ଟିରେ ରଖି ଏଭଳି ପାର୍କ ନିର୍ମାଣ ପାଇଁ ପଦକ୍ଷେପ ନିଆଯାଇଥିବା ମନ୍ତ୍ରୀ କହିଥିଲେ, ଏଭଳି କାର୍ଯ୍ୟକୁ ସାଧାରଣରେ ବୁଦ୍ଧିଜୀବୀ ମାନେ ପ୍ରଶଂସା କରିଚନ୍ତି, ଏହି କାର୍ଯ୍ୟକ୍ରମରେ ଶକ୍ତି ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର, କଟକ ସଦର ବିଧାୟକ ଚନ୍ଦ୍ର ସାରଥୀ ବେହେରା,
ନିଶ୍ଚନ୍ତ କୋଇଲି ବ୍ଲକ ଅଧ୍ୟକ୍ଷା ସବିତା ଓଝା, ବ୍ଲକ ବିଜେଡି ସଭାପତି ଅଶୋକ ଓଝା, କଲେଜ ଅଧ୍ୟକ୍ଷା ନିବେଦିତା ଦାଶ, ପୁଷ୍ପିତା ଜେନା, ଜିଲ୍ଲାପରିଷଦ ସଭ୍ୟା ସବିତା ସାମଲ, ସରପଞ୍ଚ ବନ୍ଦନା ମାଝୀ, ସମିତି ସଭ୍ୟ ଅଜୟ ବେହେରା, ଅଧ୍ୟାପିକା ରିତା ଷଡ଼ଙ୍ଗୀ, ରମେଶ ଚନ୍ଦ୍ର ସ୍ୱାଇଁ, କ୍ଷୀରୋଦ ପଣ୍ଡା ଗିରିଶ ରଞ୍ଜନ ମହାପାତ୍ର,ଦେବେନ୍ଦ୍ର ସାହୁ ସମେତ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ ଅଧ୍ୟାପିକା ଓ କର୍ମଚାରୀ ମାନେ ଉପସ୍ଥିତ ରହିଥିଲେ,ମାହାଙ୍ଗାରୁ ଲଷ୍ମୀଧର ଖୁଣ୍ଟିଆଙ୍କ ରିପୋର୍ଟ,