No Result
View All Result
ଓଡ଼ିଶା ତାଜା ନ୍ୟୁଜ (୧୬ ମାର୍ଚ୍ଚ ମଙ୍ଗଳବାର ) ହିଂଜିଳିକାଟୁ :- ହିଂଜିଳିକାଟୁ ପୈାରପରିଷଦ ଅନ୍ତର୍ଗତ ହିଂଜିଳିକାଟୁ ସହର ତଥା ୫୯ନଂ ଜାତୀୟ ରାଜପଥ ମଧ୍ୟ ଭାଗ ସିନେମାହଲ ଛକ ନିକଟରେ ଦୀର୍ଘ ଦିନ ଧରି ଏକ ବିରାଟ ଗର୍ତ ସୃଷ୍ଟି ହୋଇଥିଲେ ମଧ୍ୟ ବିଭାଗୀୟ ଅଧିକାରିଙ୍କ ଦୃଷ୍ଟି ଗୋଚର ହୋଇପାରୁ ନାହିଁ । ପ୍ରତିଦିନ ଶହ ଶହ ଗାଡ଼ି ମୋଟର ତଥା ଯାତ୍ରୀବାହୀ ଅଟୋ, ବସ, ବାଇକ ସମେତ ବହୁ ଯାନବାହାନ ଯାତାୟତ କରି ଛୋଟ ବଡ଼ ଦୁର୍ଘଟଣା ଘଟୁଥିଲେ ମଧ୍ୟ ବିଭାଗୀୟ ଅଧିକାରିଙ୍କ ତିଳେ ମାତ୍ର ନିଘା ନଥିବା ଜଣାପଡ଼ୁଛି ।
ଉକ୍ତ ରାସ୍ତାଟି ପୈାରପରିଷଦ ୧୬ନଂ ୱାର୍ଡ଼ ରେ ଏକ ବିରାଟ ଗର୍ତ ରାସ୍ତା ମଧ୍ୟ ଭାଗରେ ସୃଷ୍ଟି ହୋଇଥିବା ଯୋଗୁଁ ବହୁ ସମୟରେ ଛୋଟ ଛୋଟ କୁନି ପିଲା ମାନେ ସାଇକଲରେ ଯାତାୟତ କରୁଥିବା ବେଳେ ଦୂର୍ଘଟଣା ଘଟି ଆହତ ହୋଇଥିବାର ଅଭିଯୋଗ ହେଇଛି । ଉକ୍ତ ରାସ୍ତାରେ ବାରମ୍ବାର କାର୍ଯ୍ୟ କରାଯାଉଥିଲେ ମଧ୍ୟ ନିମ୍ନମାନର କାର୍ଯ୍ୟ ଯୋଗୁଁ ଗର୍ତ ସୃଷ୍ଟି ହେଉଥିବା ଅଭିଯୋଗ ମଧ୍ୟ ହୋଉଛି । ଏ ଦିଗରେ ବିଭାଗୀୟ ଉଚ୍ଚ ଅଧିକାରୀ ଦୃଷ୍ଟି ଦେଇ ବିହିତ ପଦକ୍ଷେପ ଗ୍ରହଣ କରିବାକୁ ସାଧାରଣରେ ଦାବୀ ହେଉଛି । (ରିପୋର୍ଟ – ଶୁସାନ୍ତ ପ୍ରଧାନ )
No Result
View All Result