No Result
View All Result
ଓଡ଼ିଶା ତାଜା ନ୍ୟୁଜ (୧୬ ମାର୍ଚ୍ଚ ମଙ୍ଗଳବାର ) ହିଞ୍ଜିଳିକାଟୁ :- ଗତ ଶନିବାର ଅପରାହ୍ନରେ ମହାବିଦ୍ୟାଳୟର ୨ ଛାତ୍ର ଗୋଷ୍ଠୀଙ୍କ ମଧ୍ୟରେ କୌଣସି କଥାକୁ କେନ୍ଦ୍ରକରି ଉଭୟ ଗୋଷ୍ଠୀଙ୍କ ମଧ୍ୟରେ କଳିକଜିଆ ଆରମ୍ଭ ହୋଇଥିଲା । ଅଧ୍ୟକ୍ଷା ମହୋଦୟା ଘଟଣାକୁ ଗୁରୁତ୍ୱ ନେଦାବରୁ ଘଟଣା ସ୍ଥାନୀୟ ଥାନାରେ ପଂହଚିଥିଲା । ପରେ ଉଭୟ ମଧ୍ୟରେ ଆପୋଷ ବୁଝାମଣା ହେବା ପରେ ଉଭୟ ଗୋଷ୍ଠୀ ଘରକୁ ଫେରିଥିଲେ । କିନ୍ତୁ ସୋମବାର ପୂର୍ବାହ୍ନରେ ଘଟଣା ଉଗ୍ର ରୂପ ଧାରଣ କରିଥିଲା । ପୂର୍ବ ଘଟଣାକୁ କେନ୍ଦ୍ର କରି ସୋମବାର କିଛି ଛାତ୍ର ଶ୍ରେଣୀ ପ୍ରକୋଷ୍ଠରେ ଧସେଇ ପଶି ଜଣେ ଛାତ୍ରଙ୍କୁ ମାଡ଼ ମାରିଥିଲେ । ପରେ୨ ଛାତ୍ର ଗୋଷ୍ଠୀଙ୍କ ମଧ୍ୟରେ ସଂଘର୍ଷ ହେବା ସହ ୩ ଜଣ ଆହତ ହୋଇଥିଲେ । ଆହତ ମାନେ ହେଲେ ଚନ୍ଦନ କୁମାର ପାଢି, ଅପୁର୍ବ ଭୁୟାଁ ଓ ଦିନେଶ ସ୍ୱାଇଁ ।
ଆହତ ଛାତ୍ରଙ୍କୁ ସହପାଠୀ ମାନେ ଉଦ୍ଧାର କରି ଚିକିତ୍ସା ସକାଶେ ସ୍ଥାନୀୟ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତି କରିଥିଲେ । ଖବର ପାଇ ହିଞ୍ଜିଳି ପୁଲିସ ଘଟଣା ସ୍ଥଳରେ ପଂହଚି ଘଟଣାର ଅନୁସନ୍ଧାନ କରିବା ସହ ଘଟଣା ନେଇ ମହାବିଦ୍ୟାଳୟର ଅଧ୍ୟକ୍ଷାଙ୍କ ସହ ଆଲୋଚନା କରିଥିଲା । ଘଟଣା ନେଇ ଆହତ ଛାତ୍ର ମାନେ ହିଞ୍ଜିଳି ଥାନାରେ ପଂହଚି ଅଭିଯୋଗ କରିଥିଲେ । ପୁଲିସ ଉଭୟ ଗୋଷ୍ଠୀର କିଛି ଛାତ୍ରଙ୍କୁ ଥାନାକୁ ଆଣି ପଚରାଉଚରା କରିବା ପରେ ବ୍ୟକ୍ତିଗତ ମୁଚାଲିକାରେ ଛାଡ଼ି ଦେଇଥିଲା । ମଙ୍ଗଳବାର ଗଞ୍ଜାମ ଜିଲ୍ଲା କଂଗ୍ରେସ ସଭାପତି ରମେଶ ଚନ୍ଦ୍ର ଜେନା, ଓଡ଼ିଶା ଛାତ୍ର କଂଗ୍ରେସ ସଭାପତି ୟସରୀ ଭାଇଙ୍କ ନିର୍ଦ୍ଦେଶରେ ଗଞ୍ଜାମ ଜିଲ୍ଲା ଯୁବ କଂଗ୍ରେସ ସଭାପତି ଚିନ୍ମୟ କୁମାର ହୋତା, ବିକାଶ ପଶୁପାଳକ, ଯୁବ ନେତା ଦେବାଶିଷ ମହାନ୍ତି ପ୍ରମୁଖ ହିଞ୍ଜିଳିକାଟୁ ଆସି ହିଞ୍ଜିଳି କନକ ଦୁର୍ଗା ମନ୍ଦିର ପରିସରରେ ପହଞ୍ଚି ଆହତ ଛାତ୍ର ମାନଙ୍କ ସ୍ବାସ୍ଥ୍ୟ ଅବସ୍ଥା ପଚାରି ବୁଝିଥିଲେ । ଆଗାମୀ ଦିନରେ ଏଭଳି ପରିସ୍ଥିତି ସୃଷ୍ଟି ହେଲା ଦଳ ପକ୍ଷରୁ ଆନ୍ଦୋଳନ କରାଯିବ ବୋଲି କହିଛନ୍ତି । ଆହତ ଛାତ୍ରଙ୍କ ସମେତ ଯୁବ ନେତା କହ୍ନେୟାଲାଲ ସାବତ, ଆଶୁତୋଷ ଭୋଳ, ଦିପକ ସେଠି, ବାଦଲ ମୁନି, ମନୋଜ ଗଉଡ, ପବିତ୍ର ସେଠି , ସାଗର ଦାସ , ରାଜେଶ ସେଠି ପ୍ରମୁଖ ଉପସ୍ଥିତ ଥିଲେ । ( ରିପୋର୍ଟ : ଶୁସାନ୍ତ ପ୍ରଧାନ )
No Result
View All Result