No Result
View All Result
ଓଡ଼ିଶା ତାଜା ନ୍ୟୁଜ (୧୫ ମାର୍ଚ୍ଚ ସୋମବାର )କୁକୁଡାଖଣ୍ଡି :- ବ୍ରହ୍ମପୁର ପ୍ରାନ୍ତରେ ଥିବା କୁକୁଡାଖଣ୍ଡି ବ୍ଲକର ଜଗଦଳପୁର ପଞ୍ଚାୟତରେ ଦୀର୍ଘ ଦିନ ଧରି ଚାଲିଥିବା ପାଣି ସମସ୍ୟା ପୂର୍ବରୁ ପାଣିଯୋଗାଇବା ପାଇଁ ୧ କୋଟି ୪୩ ଲକ୍ଷ ୩୪ ହଜାର ଟଙ୍କା ଟେଣ୍ଡର ହୋଇ କାର୍ଯ୍ୟ ସମ୍ପାଦନ ପାଇଁ ରହିଥିବା ବେଳେ ପ୍ରାୟ ଲୋକ ନଜରକୁ ଆସିନଥିଲା ବେଳେ ଗ୍ରାମରେ ପାଣି ଅଭାବ ସୃଷ୍ଟି କରିଥିଲା ସ୍ୱଳ୍ପ ପାଣିକୁ କିଛି ସାହି ଅଞ୍ଚଳକୁ ଯାଉଥିବା ବେଳେ ଅନେକ ସାହି ବାସିନ୍ଦା ପୋଖରୀ,କୂପ ପାଣି ପିଇ ଶୋଷ ମେଣ୍ଟାଉ ଥିଲେ ଯେଉଁ ପାନୀୟ ଜଳ ଯୋଗାଣ ହେଉଥିଲା ତାହା ମଧ୍ୟ ସଠିକ ଭାବେ ଲୋକଙ୍କୁ ମିଳୁନାହିଁ । ଲୋକ ବାରମ୍ବାର ସରପଞ୍ଚଙ୍କୁ ଅଭିଯୋଗ କରୁଥିବା ବେଳେ ସବୁ ସମୟରେ ମଟର ମରାମତି ଚାଲିଥିବା କହୁଥିଲେ କିଛି ଦିନ ଲୋକ ନୀରବତା ସାଜିଥିଲେ ଧିରେ ଧିରେ ଗ୍ରାମବାସୀ ସମେତ ଯୁବପିଢ଼ିଙ୍କ ଅସହିଷ୍ଣୁତା ବୃଦ୍ଧି ପାଇ ତାହା ଆନ୍ଦୋଳନ ପରିଣତ ହେଇଥିବାରୁ ରାଜ୍ୟ ସରକାରଙ୍କ ପ୍ରାୟ ୪ସହ କୋଟି ଉର୍ଦ୍ଧ ଟଙ୍କାରେ ନିର୍ମାଣ ହୋଇଥିବା ପ୍ରକଳ୍ପ ଠାରେ ପୂର୍ବରୁ ୧0ଟା ସମୟରେ ଧାରଣା ପାଇଁ ଯୁବପିଢ଼ିଙ୍କ ଡାକରା ହୋଇଥିଲା । ସୋମବାର ୧0ସମୟରେ ଗ୍ରାମର ମହିଳା ମାନଙ୍କ ହାଣ୍ଡିଯାତ୍ରା ବୃଦ୍ଧିଯିବି ଶ୍ରମିକ,ଛାତ୍ରଛାତ୍ରୀ, କୃଷକ ସମେତ ବଜେପି ନେତାମାନେ ଧାରଣା ସ୍ଥଳକୁ ଯୋଗଦେବା ଯାଉଥିବା ଦେଖି ପ୍ରଶାସନ,ଜନପ୍ରତିନିଧି ସରପଞ୍ଚ,ଠିକାଦାର ସକାଳୁ ଧାରଣାକୁ ରୋକିବାକୁ ଅତି ତରବରିଆରେ ଦୌଡ଼ି ଆସି ପାଣି ସମସ୍ୟା ସ୍ଥିର କରିବା ପାଇଁ ଭଣ୍ଡାରୀ ସାହିରେ ଥିବା ଗ୍ରାମୀଣ ଜଳଯୋଗାଣ ବସୁଧା ଯୋଜନାରେ ନିର୍ମାଣ ହୋଇଥିବା ପାଣି ଟେଙ୍କ ଠାରୁ ଜାନିବିଲି କାର୍ଯ୍ୟ ମୁଖ୍ୟ ରାସ୍ତାରେ ବିଛା ଯାଇଥିବା ପାଇପ ପର୍ଯ୍ୟନ୍ତ ଶ୍ରମିକଙ୍କ ଦ୍ୱାରା ପାଣି ବ୍ୟବସ୍ଥା କରିବା ନିମନ୍ତେ ଖନନ କରିଥିଲେ ।
ଠିକାଦାରଙ୍କ କାର୍ଯ୍ୟକ୍ରମକୁ “ବାହାଘର ବେଳେ ବାଇଗଣ ରୁହା” ଭଳି ଏହା ସଫଳ ହେବା କଷ୍ଟସାଧ୍ୟ ବୋଲି ଗ୍ରାମବାସି ଏହାକୁ ବିଶ୍ୱାସ କୁ ନନେଇ ଧାରଣା ସ୍ଥଳରେ ହାଣ୍ଡି ମାଠିଆ ଧରି ଯାତ୍ରା କରି ଜଗଦଳପୁର-ବ୍ରହ୍ମପୁର ମୁଖ୍ୟରାସ୍ତାରେ ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ l ପ୍ରତିକ୍ରିୟା କରି ପ୍ରଚାର କଲେ ଯେଉଁ ଅଞ୍ଚଳରେ ପାଣି ପ୍ରକଳ୍ପ ସେହି ଅଞ୍ଚଳରେ ଫିଲ୍ଟର ପାଣି ଯୋଗାଇ ନଦେଲେ ଧାରଣା ସୁନିଶ୍ଚିତ,ଆମକୁ କାହିଁକି ପ୍ରତାରଣା ଆମ ଅଞ୍ଚଳରେ ପାଇପ ବିଛାଇ ହନ୍ତସନ୍ତ ପରେ ପାଣି କାହିଁକି ଦେଉନାହଁ ପ୍ରଶାସନ ଓ ଜନପ୍ରତିନିଧି ମାନଙ୍କୁ ବିଭିନ୍ନ ଅକଥନିୟ ଭାଷାରେ କହିବା ପରେ ଘଟଣାସ୍ଥଳରେ ଗ୍ରାମୀଣ ଜଳ ଯୋଗାଣ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ପ୍ରତାପ ଚନ୍ଦ୍ର ମହାପାତ୍ର,ତହସିଲଦାର ଇପ୍ସିତା ପ୍ରିୟଦର୍ଶିନୀ ମିଶ୍ର,ବିଡ଼ିଓ ଗଦାଧର ପାତ୍ର ଆସି ଲୋକଙ୍କୁ ପାଣିଯୋଗାଇ ଦେବା ପାଇଁ ପ୍ରତିଶୃତି ଦେଇଥିଲେ ସହକାରୀ ନିର୍ବାହୀ ଯନ୍ତ୍ରୀ ହିଞ୍ଜିଳି ସମେତ କୁକୁଡାଖଣ୍ଡି ଯନ୍ତ୍ରୀ ମନସ୍ବୀନି ମହାପାତ୍ର ଉପସ୍ଥିତରେ ଗ୍ରାମକୁ ଜଳସଂଯୋଗୀ କରଣ ପୂର୍ବରୁ ୧0ଟି ଟେଙ୍କର ଯୋଗେ ପାଣି ଯୋଗାଇ ଦେବା ପାଇଁ ଅଞ୍ଚଳବାସିଙ୍କ ଦାବିକୁ ପୂର୍ଣ୍ଣ ପାଇଁ ପ୍ରତିଶୃତି ପରେ ଧାରଣା ଉକ୍ତ ସ୍ଥାନରୁ ଆନ୍ଦୋଳନରୁ(ଧାରଣା) ହଟିଥିଲେ । ଏହି ମହିଳା ମାନଙ୍କ ହାଣ୍ଡିଯାତ୍ରା ଅଞ୍ଚଳ ପାଇଁ ଶୁଭଙ୍କର ରୂପ ଧାରଣ କରିଥିଲା ଏଥିରେ ଗ୍ରାମବାସି ଛାତ୍ରଛାତ୍ରୀ ଚାଷୀ ଅପେକ୍ଷା ଆୟୋଜକ ସୁଦାମ ପାତ୍ର,ବଜେପି ନେତା ଚିନ୍ମୟାନନ୍ଦ ଦାସ,ଅଞ୍ଚଳ ଜିଲ୍ଲାପରିଷଦ ଏଲ.ମୋହନ ଦାସ, ବାବୁଲା ପାତ୍ର,ସୁବାଷ ପାତ୍ର,୧୩ ନଂ ୱାର୍ଡ ମେମ୍ବର ନାରାୟଣ ପାତ୍ର ଦୁଇ ନଂ ୱାର୍ଡ ମେମ୍ବର ଜି ବାସନ୍ତୀ ସମସ୍ତେ ଉପସ୍ଥିତ ଥିଲେ । ( ରିପୋର୍ଟ: ଶେଷଦେବ ସାହୁ, ଗଞ୍ଜାମ ଜିଲ୍ଲା ବ୍ୟୁରୋ )
No Result
View All Result