କଟକ/ ମାହାଙ୍ଗା (ଓଡିଶା ତାଜା ନ୍ୟୁଜ୍ ) ମାହାଙ୍ଗା 11.02.20 :- ବିଶିଷ୍ଟ ଶିକ୍ଷାବିତ ତଥା ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ପ୍ରେମାନନ୍ଦ ଦାସଙ୍କ ଶ୍ରଦ୍ଧାଞ୍ଜଳି ସଭା ମାହାଙ୍ଗା ବ୍ଲକ କୁହୁଣ୍ଡା ପଞ୍ଚାୟତ ବନଗୁରିଆ ଠାରେ ଅନୁଷ୍ଠିତ ହୋଇଯାଇଛି l ଗୁରୁଙ୍କୁ ଛାଡି ଦେଇ ସମାଜରେ ଉତ୍ତମ ଛାତ୍ର ଛାତ୍ରୀ ସୃଷ୍ଟି ହେବା ଅସମ୍ଭବ, ଗୁରୁ ବିନା ସହାୟତା ଓ ଆଶୀର୍ବାଦରେ ମଣିଷ ସଫଳତାର ଶୀର୍ଷରେ ପହଂଚିବା ଅସମ୍ଭବ, ସମାଜରେ ଭଲ ମଣିଷଟିଏ ହେବାପାଇଁ ଜଣେ ଛାତ୍ର ବତ୍ସଳ ଗୁରୁଙ୍କ ଅବଦାନ ଅତୁଳନୀୟବୋଲି ଏହି ଶ୍ରଦ୍ଧାଞ୍ଜଳି ସଭାରେ ଯୋଗଦେଇଥିବା ଅତିଥିମାନେ ମତବ୍ୟକ୍ତ କରିଥିଲେ l ବରିଷ୍ଠ ସାମ୍ବାଦିକ ଅଖିଳେଶ ପଦ ମହାନ୍ତିଙ୍କ ପୌରହିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମାହାଙ୍ଗା ବ୍ଲକ ଅତିରିକ୍ତ ମଣ୍ଡଳ ଉନ୍ନୟନ ଅଧିକାରୀ ମହେଶ୍ୱର ସେଠୀ, ଶିକ୍ଷାବିତ ବଟ କିଶୋର ପଣ୍ଡା, ଶିକ୍ଷାବିତ ରତ୍ନାକର ମହାନ୍ତି,ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ବଟ କୃଷ୍ଣ ଦାଶ, ଶିକ୍ଷାବିତ ଅଲେଖ ଚନ୍ଦ୍ର ଦାସ, ଲଷ୍ମୀଧର ଖୁଣ୍ଟିଆ
କବି ପ୍ରଶାନ୍ତ କୁମାର କର, ଶିକ୍ଷକନେତା ମଥୁରାନନ୍ଦ ସାମଲ, ସାମ୍ବାଦିକ ଦୀପକ ସାହୁ ଅଶୋକ ଦାଶ, ରମେଶ ସାହୁ, ସୁରେଶ ବଳ, ଶିକ୍ଷାବିତ କୈଳାଶ ଚନ୍ଦ୍ର ବଳବନ୍ତରାୟ, କ୍ଷେତ୍ରବାସୀ ଦଳାଇ, ପୂର୍ବତନ ସିଆରସିସି ଭାରତ ଭୂଷଣ ଦାସ, ପୂର୍ବତନ ସରପଞ୍ଚ ସୁବାଷ ଚନ୍ଦ୍ର ବେହେରା, ରବୀନ୍ଦ୍ର ରାଉତ, ପ୍ରାକ୍ତନ ସରପଞ୍ଚ ହେମନ୍ତ କୁମାର ପ୍ରଧାନ, ଗଣେଶ ବିହାରୀ, ପଞ୍ଚାନନ ପଣ୍ଡା, ଜ୍ଞାନେନ୍ଦ୍ର ମହାନ୍ତି, ଉପେନ୍ଦ୍ର ପଣ୍ଡା, ସୁଧୀର ମହାନ୍ତି, କମଳାକାନ୍ତ ପଣ୍ଡା, ଗୋପୀନାଥ ଓଝା, ବିଜୟ ଦାସ, ପ୍ରିୟ ରଞ୍ଜନ ଦାସ, ପ୍ରଜାନୁ ରଞ୍ଜନ ଦାସ,ଲକ୍ଷ୍ମୀଧର ବେହେରା, ରଘୁନାଥ ଯେନା, ଅର୍ଜୁନି ବିହାରୀ, ନିତ୍ୟାନନ୍ଦ ବିହାରୀ,ସରୋଜ କୁମାର ପରିଡା, ମହନ୍ତ ଜଗନ୍ନାଥ ପୁରୀ ଗୋସ୍ୱାମୀ, ଚନ୍ଦ୍ରଭାନୁ ଆଚାର୍ଯ୍ୟ, ସୁଧାଂଶୁ ପାଣି,ଅନ୍ତ କିଶୋର ସାହୁ ପ୍ରମୁଖ ସଭାରେ ଯୋଗଦେଇ ସ୍ବର୍ଗତ ଦାସଙ୍କ ବହୁମୁଖୀ ପ୍ରତିଭା ସମ୍ପର୍କରେ ଆଲୋଚନା କରିବା ସହିତ ତାଙ୍କ ଫଟୋ ଚିତ୍ରରେ ପୁଷ୍ପାର୍ଘ୍ୟ ଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ l