No Result
View All Result
ଓଡ଼ିଶା ତାଜା ନ୍ୟୁଜ (୧୩ ମାର୍ଚ୍ଚ ଶନିବାର ) ହିଞ୍ଜିଳିକାଟୁ :- ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଶୁକ୍ରବାର ହିଞ୍ଜିଳିକାଟୁ ପୌରାଂଚଳ ଗ୍ରସ୍ତରେ ଆସି ଜାଗରଯାତ୍ରାର ସୁପରିଚାଳନା ସର୍ମ୍ପକରେ ସ୍ଥାନୀୟ ପ୍ରଶାସନିକ ଅଧିକାରୀଙ୍କ ସହ ଆଲୋଚନା କରିବା ସହ ସ୍ଥାନୀୟ ପୌରାଂଚଳ ଘୋଡ଼ାହାଡ଼ ନଦୀ ନିକଟରେ ଥିବା ଶ୍ମଶାନକୁ ସୌନ୍ଦର୍ଯ୍ୟକରଣ ଓ ଆବଶ୍ୟକ ବ୍ୟବସ୍ଥା ଗ୍ରହଣ କରିବା ସକାଶେ ଗୁରୁତ୍ୱାରୋପ କରିଥିଲେ । ଗଞ୍ଜାମ ଜିଲ୍ଲାପାଳ କୁଲାଙ୍ଗେ ସ୍ଥାନୀୟ ପୌର କାର୍ଯ୍ୟାଳୟରେ ପଂହଚି ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀ ଡ଼. ମନୋରଞ୍ଜନ ସାହୁ, ତହସିଲଦାର ପ୍ରଭାତ କୁମାର ପରିଡ଼ାଙ୍କ ସହ
ସ୍ଥାନୀୟ ଅଂଚଳର ଜାଗରଯାତ୍ରାର ସୁପରିଚାଳନା ଓ କୋଭିଡ଼ ଗାଇଡ଼ ଲାଇନର ମାର୍ଗଦର୍ଶିକା ପାଳନକୁ ନେଇ ଆଲୋଚନା କରିଥିଲେ । ପରେ ସ୍ଥାନୀୟ ପୌରାଂଚଳ ଘୋଡ଼ାହାଡ଼ ସେତୁ ନିକଟରେ ଅବସ୍ଥିତ ଶ୍ମଶାନର ଆବଶ୍ୟକ ଭିତିଭୂମି ସମୀକ୍ଷା କରିବା ସହ ପ୍ରାୟ ୯୫ଲକ୍ଷ ଟଙ୍କା ବ୍ୟୟରେ ସଂପୃକ୍ତ ଶ୍ମଶାନର ସୌନ୍ଦର୍ଯ୍ୟକରଣ ସହ ନିକଟରେ ଶୌଚାଳୟ ଓ ଶବଦାହ ଓ ଦଶାହ କାର୍ଯ୍ୟ ସମୟରେ ଆବଶ୍ୟକ ସୁବିଧା ସୁଯୋଗ ଉପଲବ୍ଧି କରିବା ସକାଶେ ଗୁରୁତ୍ୱାରୋପ କରିଥିଲେ । ଜିଲ୍ଲାପାଳଙ୍କ ଗ୍ରସ୍ତ ସମୟରେ ସହକାରୀ ଯନ୍ତ୍ରୀ ପ୍ରମୋଦ କୁମାର ନାୟକ, କନିଷ୍ଠ ଯନ୍ତ୍ରୀ ମାନସ ରଞ୍ଜନ ଦାଶ, ଦିଲ୍ଲିପ କୁମାର ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ । ( ରିପୋର୍ଟ ଶୁସାନ୍ତ ପ୍ରଧାନ )
No Result
View All Result