No Result
View All Result
ଓଡ଼ିଶା ତାଜା ନ୍ୟୁଜ (୧୩ ମାର୍ଚ୍ଚ ଶନିବାର ) ହିଞ୍ଜିଳିକାଟୁ :- ଗତ ଦୁଇ ଦିନ ଧରି ମୁନିସିପାଲିଟି ତରଫରୁ ସହରର ମୁଖ୍ୟ ବଜାରରେ ଥିବା ବିଭିନ୍ନ ଫଳ ଦୋକାନରେ ଚଢ଼ାଉ କରାଯାଇଛି । ପବିତ୍ର ମହା ଶିବରାତ୍ରି ପୂର୍ବରୁ ଫଳ ଦୋକାନରେ ପଲିଥିନ ବ୍ୟବହାର ହେବା ଆଶଙ୍କା ଥିବାରୁ ଏନଫୋର୍ସଟିମ ଟିମ ୭ଟି ଫଳ ଦୋକାନରେ ଚଢ଼ାଉ କରି ପଲିଥିନ ବ୍ୟବହାର କରୁଥିବା ଅଭିଯୋଗ ରେ ୨୩୦୦/-ଟଙ୍କା ଜୋରିମାନା ଆଦାୟ କରିଥିଲେ ।ଏନଫୋର୍ସ ଟିମର ଅଶ୍ୱିନୀ ନାୟକ , ପରିମଳ ଅଧିକାରୀ ଅଭିଜିତ ପୁରୋହିତ , ଛବି ପଣ୍ଡା , ରବି ଦାସ ଓ କୃଷ୍ଣ ଦାସ ପ୍ରମୁଖ ଚଢ଼ାଉ ରେ ସାମିଲ ହୋଇଥିଲେ ।
ସହର ତଥା ଆଖ ପାଖ ଅଞ୍ଚଳରେ ଥିବା ଦୋକାନ ଗୁଡିକରେ ବହୁଳ ଭାବେ ନିଷିଦ୍ଧ ହୋଇଥିବା ପଲିଥିନ ବ୍ୟବହୃତ ହେଉଥିବା ଜଣାପଡିଛି।ପଲିଥିନ ବ୍ୟବହାର ଉପରେ ପ୍ରଶାସନିକ କଟକଣା ଲାଗୁ ହୋଇଥିଲା ବେଳେ ସହରର ବିଭିନ୍ନ ବ୍ୟବସାୟିକ ପ୍ରତିଷ୍ଠାନରେ ଲୁଚା ଛପାରେ ଛୋଟ ଛୋଟ ବ୍ୟବସାୟୀ ମାନଙ୍କୁ ବିକ୍ରି କରାଯାଉଥିବା ଜଣାପଡ଼ିଛି । ଏପରି ସ୍ଥଳେ ପଲିଥିନ ବିକ୍ରି କରୁଥିବା ବଡ ବଡ ଦୋକାନୀଙ୍କ ଉପରେ ଏନଫୋର୍ସ ଟିମ ଚଢ଼ାଉ କରିବାର ଆବଶ୍ୟକତା ରହିଛି ବୋଲି ମତ ପ୍ରକାଶ ପାଇଛି । ( ରିପୋର୍ଟ ଶୁସାନ୍ତ ପ୍ରଧାନ )
No Result
View All Result