No Result
View All Result
ଓଡ଼ିଶା ତାଜା ନ୍ୟୁଜ (୧୩ ମାର୍ଚ୍ଚ ଶନିବାର ) ହିଞ୍ଜିଳିକାଟୁ :- କୋଭିଡ଼ କଟକଣାକୁ ଅନୁପାଳନ କରି ହିଞ୍ଜିଳିକାଟୁ ପୌରାଂଚଳ ସମେତ ନିକଟବର୍ତି ଅଂଚଳର ଥିବା ସମସ୍ତ ଶୈବପୀଠ ଗୁଡ଼ିକରେ ପବିତ୍ର ମହାଶିବରାତ୍ରୀ ରୀତିନୀତି ଅନୁଯାୟୀ ପାଳିତ ହୋଇଯାଇଛି । ପ୍ରତୁଷରୁ ଶୈବପୀଠ ଗୁଡ଼ିକରେ ଦେବ ଦେବ ମହାଦେବଙ୍କ ସ୍ୱତନ୍ତ୍ର ପୂଜାର୍ଚ୍ଚନା ଆରମ୍ଭ କରାଯାଇଥିଲା । ହିଞ୍ଜିଳିକାଟୁ ପୌରାଂଚଳ ଲକ୍ଷ୍ମୀ ବଜାର ସ୍ଥିତ ଚନ୍ଦ୍ରକଳ୍ପେଶ୍ୱର, ଆଙ୍କୋରଡ଼ାର କପିଳେଶ୍ୱର, ହିଞ୍ଜିଳିର ସପ୍ନେଶ୍ୱର, ନୂଆଁଗଡ଼ର ବାଲୁଙ୍କେଶ୍ୱର, ବଇଁଚବଣିଆ ପାବନ ଶ୍ରୀକ୍ଷେତ୍ର ଶ୍ରୀମନ୍ଦିର ପରିସରସ୍ଥ ପଶ୍ଚିମାଭିମୂଖୀ କାଶିବିଶ୍ୱନାଥ, ହିଞ୍ଜିଳିକାଟୁ ବ୍ଳକ ନୂଆଁବୁରୁପଡ଼ା ଶ୍ୟାମଳାଇ ସ୍ଥିତ ମୁଦୁକେଶ୍ୱର, ସ୍ଥାନୀୟ ଥାନା ଅନ୍ତରିଗାଁ ସ୍ଥିତ ଗୁପ୍ତେଶ୍ୱର, ଆଡ଼ପଡ଼ା ଇଶାଣେଶ୍ୱର, ସମେତ ନିକଟବର୍ତୀ ଅଂଚଳର ବହୁ ଶୈବପୀଠ ଗୁଡ଼ିକରେ ଜାଗରଯାତ୍ରା ପାଇଁ ପ୍ରାତଃହରୁ ମାର୍ଜଣା, ଚଇପତଲାଗି, ମଇଲମ, ସୂର୍ଯ୍ୟପୂଜା, ମଙ୍ଗଳ ଆଳତି ସହ ସମସ୍ତ ଦେବନୀତି ସମାପନ ପରେ ଭକ୍ତ ମାନଙ୍କୁ ଦେବ ଦେବ ମହାଦେବଙ୍କୁ ଦର୍ଶନ ଓ ପୂଜାର୍ଚ୍ଚନା ସକାଶେ ମନ୍ଦିର ଭିତରକୁ ପ୍ରବେଶ ସକାଶେ ଅନୁମତି ଦିଆଯାଇଥିଲା । ସମସ୍ତ ଶୈବପୀଠ ଗୁଡ଼ିକୁ ରଙ୍ଗ ବେରଙ୍ଗ ବାନା ସାଙ୍ଗକୁ ଆଲୋକ ମାଳାରେ ସୁସଜ୍ଜିତ କରାଯାଇଥିଲା । ମନ୍ଦିର ପରିସରରେ ଭକ୍ତଙ୍କ ପ୍ରବଳ ଭିଡ଼ ଲାଗି ରହିଥିବା ଯୋଗୁଁ ମହାଦେବଙ୍କ ଦର୍ଶନ ସକାଶେ ମହିଳା ଓ ପୁୂରୁଷ ଭକ୍ତ ମାନଙ୍କୁ ଲମ୍ବା ଲାଇନରେ ଦୀର୍ଘ ସମୟ ପର୍ଯ୍ୟନ୍ତ ଅପେକ୍ଷା କରି ରହିଥିବାର ଦେଖିବାକୁ ମିଳିଥିଲା ।
ସନ୍ଧ୍ୟା ସମୟରେ ଭକ୍ତ ମାନେ ଶୈବପୀଠ ପରିସରରେ ଦୀପଦାନ ସହ ଆସ୍ଥାନ ଜମାଇଥିଲେ । ଭକ୍ତଙ୍କ ହୁଳହୁଳି, ବାଦ୍ୟବାଜଣା ଧ୍ୱନିରେ ମନ୍ଦର ପରିସର ପ୍ରକମ୍ପିତ ହୋଇ ଉଠିଥିଲା । ସନ୍ଧ୍ୟା ୬ଟା ୧୫ମିରେ ପ୍ରଥମ ପ୍ରହର, ରାତି ୯ଟା ୧୫ରେ ଦ୍ୱିତୀୟ ପ୍ରହର ପରେ ରାତ୍ର ପ୍ରାୟ ୧୨ ଟାରେ ହରଗୌରୀ ଙ୍କୁ ୩ ବେଢା ମନ୍ଦିର ପରିଭ୍ରମଣ ପରେ ମହାଦୀପକୁ ମନ୍ଦିର ଚୂଡ଼ାରେ ସ୍ଥାପନ କରାଯାଇଥିଲା । ପ୍ରଶାସନର ନିଦେ୍ର୍ଧଶକ୍ରମେ ଚଳିତ ବର୍ଷ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇନଥିବା ବେଳେ ନାମ ସଂକୀର୍ତନରେ ଶୈବପୀଠ ଗୁଡ଼ିକ ପ୍ରକମ୍ପିତ ହୋଇ ଉଠିଥିଲା । ଶାନ୍ତି ଶୃଙ୍ଖଳା ସକାଶେ ମନ୍ଦିର ପ୍ରଶାସନ, ସ୍ୱେଛାସେବୀ ସଙ୍ଘଠନ ଏବଂ ହିଞ୍ଜିଳି ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା । ଅନୁରୂପ ଭାବେ ସ୍ଥାନୀୟ ପୌରାଂଚଳ ସମେତ ନିକଟବର୍ତି ଅଂଚଳ ସାରୁ ମକରଝୋଳ, କଂଚୁରୁ, ସାପୁଆପଲ୍ଲୀ, ଦାରୁଭଦ୍ରା,ଦୁର୍ବନ୍ଧ, ଗୋଦରାପଲ୍ଲୀ, ସିକିରି, ରାଳବ, ନନ୍ଦିକ, ଧୋବାଡ଼ି, ବେଲଗାଁ ପ୍ରଭୃତି ଶୈବପୀଠ ଗୁଡ଼ିକରେ ମହା ଆଡ଼ମ୍ବର ସହକାରେ ଜାଗରଯାତ୍ରା ପାଳନ କରାଯାଇଛି । ଶୁକ୍ରବାର ନୁଅାଁଗଡ଼ ବାଲୁଙ୍କେଶ୍ୱର ମନ୍ଦିର କମିଟି ଓ ଗ୍ରାମବାସୀଙ୍କ ସହଯୋଗ କ୍ରମେ ଅନ୍ନଯଜ୍ଞର ଆୟୋଜନ କରାଯାଇଥିଲା । ସ୍ଥାନୀୟ ପୌରାଂଚଳ ସମେତ ନିକଟବର୍ତି ଅଂଚଳର ବହୁ ଭକ୍ତ ଉକ୍ତ ପ୍ରସାଦ ସେବନ କାର୍ଯ୍ୟକ୍ରମରେ ଯୋଗଦେଇ ପ୍ରଭୁକୃପା ଲାଭ କରିଥିଲେ । ( ରିପୋର୍ଟ ଶୁସାନ୍ତ ପ୍ରଧାନ )
No Result
View All Result