No Result
View All Result
ଓଡ଼ିଶା ତାଜା ନ୍ୟୁଜ (୧୩ ମାର୍ଚ୍ଚ ଶନିବାର ) ସମ୍ବଲପୁର :- ସମ୍ବଲପୁର ବିଶ୍ୱବିଦ୍ୟାଳୟର କୂଳପତି ମାନ୍ୟବର ପ୍ରଫେସର୍ ସଞ୍ଜୀବ ମିତ୍ତଲ ଙ୍କ ବିକାଶ ଗସ୍ତ ସଫଳତାର ସହିତ ସମ୍ପନ୍ନ ହୋଇଛି । ବିକାଶ ଗ୍ରୁପ୍ ର ଚେୟାର୍ମେନ୍ ଶ୍ରୀ ଡି.ମୂରଲୀ କ୍ରୀଷ୍ଣା, ମ୍ୟାନେଜିଂ ଡାଇରେକ୍ଟର ଶ୍ରୀ ଜି.ଭାସ୍କର ରାଓ, ଏକ୍ଜିକ୍ୟୁଟିଭ୍ ଡାଇରେକ୍ଟର ଶ୍ରୀ ଡି.ନାଗେଶ୍ୱର ରାଓ, ଡାଇରେକ୍ଟର ଏଡ୍ମିନିଷ୍ଟ୍ରେସନ୍ ଶ୍ରୀ ଜି.ରାମକ୍ରୀଷ୍ଣା, ବିକାଶ ର ବରଗଡ଼ ଶାଖାର ସମସ୍ତ ଅଧ୍ୟକ୍ଷ ତଥା ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା କୂଳପତିଙ୍କର ଭବ୍ୟ ସ୍ୱାଗତ କରାଯାଇଥିଲା । ବିକାଶ କର୍ତୃପକ୍ଷ ଏବଂ ସମ୍ବଲପୁର ବିଶ୍ୱବିଦ୍ୟାଳୟ ର ସିଣ୍ଡିକେଟ୍ ସଭ୍ୟ ଶ୍ରୀ ଅଶ୍ୱିନୀ କୁମାର ସାହୁଙ୍କ ଉପସ୍ଥିତିରେ ମାନ୍ୟବର କୂଳପତି ଏବଂ ତାଙ୍କ ସହଧର୍ମିଣୀ ଶ୍ରୀମତୀ ସୁନିତା ମିତ୍ତଲ ଙ୍କ କରକମଳରେ ବିକାଶ ଡିଗ୍ରୀ ମହାବିଦ୍ୟାଳୟର ନବନିର୍ମିତ ଏକାଡେମିକ୍ ବ୍ଲକ୍ ର ଶୁଭ ଉଦ୍ଘାଟନ କରାଯାଇଥିଲା । ଏହି ସନ୍ଦର୍ଭରେ ଶ୍ରୀ ମିତ୍ତଲ୍ ବିକାଶ ଦ୍ୱାରା ପରିଚାଳିତ ଆଇ.ଟି.ଆଇ. ଛାତ୍ରଛାତ୍ରୀଙ୍କ ସହିତ ବ୍ୟକ୍ତିଗତ ଭାବରେ ଭାବର ଆଦାନପ୍ରଦାନ କରିଥିଲେ ଏବଂ ଶିକ୍ଷା ସହିତ ତାଙ୍କର ବୈଷୟିକ ଓ ବ୍ୟବହାରିକ କର୍ମକୁଶଳତାକୁ ପ୍ରଶଂସା କରିଥିଲେ ।
ବିକାଶ ଚେୟାର୍ମେନ୍ ଙ୍କ ଉପସ୍ଥିତିରେ ମାନ୍ୟବର କୂଳପତି ବିକାଶ ବରଗଡ଼ ଶାଖାର ବିଭିନ୍ନ ବିଭାଗ ପରିଦର୍ଶନ କରିବା ସହିତ ସମାଜ ଓ ପରିବେଶ ପ୍ରତି ବିକାଶ ର ସମ୍ବେଦନଶୀଳତା କୁ ଭୂୟସୀ ପ୍ରଶଂସା କରିଥିଲେ । ବିକାଶ ଅଡିଟୋରିଅମ୍ ଠାରେ ଅନୁଷ୍ଠିତ କୂଳପତିଙ୍କର ଛାତ୍ରଛାତ୍ରୀଙ୍କ ସହିତ ଏକ ଭାବବିନିମୟ କାର୍ଯ୍ୟକ୍ରମରେ ଡାଇରେକ୍ଟର ଡ.ସମରେନ୍ଦ୍ର ନାଥ ପଣ୍ଡା କୂଳପତିଙ୍କୁ ସ୍ୱାଗତ କରିବା ସହିତ ଅତିଥି ପରିଚୟ ପ୍ରଦାନ କରିଥିଲେ । ମାନ୍ୟବର କୂଳପତି ବିକାଶ ଡିଗ୍ରୀ କଲେଜ, ବିକାଶ ସ୍କୁଲ୍ ଅଫ୍ ବିଜ୍ନେସ୍ ମ୍ୟାନେଜ୍ମେଣ୍ଟ ଓ ବିକାଶ ଲ’ ସ୍କୁଲ୍ ର ୩୦୦ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀଙ୍କ ସହିତ ଆଲୋଚନା କରିଥିଲେ । ଦୀର୍ଘ ୪୫ମିନିଟ୍ ର ଏହି ପ୍ରବନ୍ଧନ ପ୍ରସଙ୍ଗରେ ଛାତ୍ରଛାତ୍ରୀଙ୍କ ବଳିଷ୍ଠ ଭବିଷ୍ୟ ନିର୍ମାଣ ପାଇଁ ଆବଶ୍ୟକୀୟ ଉପାଦାନ ଉପରେ ହୃଦ୍ବୋଧ୍ୟ ଏବଂ ହୃଦ୍ଭେଦ୍ୟ ଆଲୋଚନା କରିଥିଲେ । ଜ୍ଞାନ, କୌଶଳ ଏବଂ ଯୁକ୍ତାତ୍ମକ ଚିନ୍ତାଧାରା ହିଁ ସଫଳତାର ଚାବିକାଠି ଏବଂ ଯୋଗାଯୋଗ ଦକ୍ଷତା ହିଁ ଉଜ୍ଜ୍ୱଳ ଭବିଷ୍ୟତର ପଥପ୍ରଶସ୍ତ କରେ ବୋଲି ମାନ୍ୟବର କୂଳପତି ମତବ୍ୟକ୍ତ କରିଥିଲେ ।
ଏହି କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀମାନେ ପଚାରିଥିବା ବିଭିନ୍ନ ପ୍ରଶ୍ନର ମନଛୁଆଁ ଉତ୍ତର ଦେଇ ମାନ୍ୟବର କୂଳପତି ସମସ୍ତଙ୍କର ମନ ଜିଣିପାରିଥିଲେ । ଛାତ୍ରଛାତ୍ରୀଙ୍କ ଗହଣରେ ବିକାଶ କର୍ତୃପକ୍ଷଙ୍କ ଦ୍ୱାରା କୂଳପତିଙ୍କର ଭବ୍ୟ ସମ୍ବର୍ଦ୍ଧନା କରାଯାଇଥିଲା । ଶ୍ରୀ ଡି.ମୂରଲୀ କ୍ରୀଷ୍ଣା ବିକାଶ ଗ୍ରୁପ୍ ର ଭବିଷ୍ୟ କାର୍ଯ୍ୟପ୍ରଣାଳୀ ଏବଂ ଯୋଜନା ସମ୍ବନ୍ଧୀତ ତଥ୍ୟ ଉପସ୍ଥାପନା କରିଥିଲେ ଏବଂ ବିକାଶର ସମାଜୋନ୍ମୁଖୀ ପଦକ୍ଷେପ ତଥା ସୁସ୍ଥ ଓ ଶିକ୍ଷିତ ସମାଜ ନିର୍ମାଣରେ ବିକାଶ ଗ୍ରୁପ୍ ର ଭୂମିକାକୁ ମାନ୍ୟବର କୂଳପତି ପ୍ରଶଂସା କରିଥିଲେ । ଶେଷରେ ବିକାଶ ସ୍କୁଲ୍ ଅଫ୍ ବିଜ୍ନେସ୍ ମ୍ୟାନେଜ୍ମେଣ୍ଟ ର ଅଧ୍ୟକ୍ଷ ଡ.କ୍ଷୀରୋଦ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ । (ସତ୍ୟ ନାରାୟଣ ପ୍ରଧାନ ବରଗଡ଼)
No Result
View All Result