• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ମାର୍ଚ୍ଚ ୧୫ରୁ ‘କୃଷି ଓଡ଼ିଶା ୨୦୨୧’ ୫ ଦିନ ଧରି ଚାଲିବ କୃଷି ମହାକୁମ୍ଭ : ଚାଷୀଙ୍କୁ ବୈଷୟିକ ଜ୍ଞାନ କୌଶଳ, କୃଷି ସରଞ୍ଜାମ ଓ ବଜାର ସହ ଯୋଡ଼ିବା ‘କୃଷି ଓଡ଼ିଶା’ର ଲକ୍ଷ୍ୟ – ଡକ୍ଟର ଅରୁଣ କୁମାର ସାହୁ

Proprietor Abhimanyu Maharana by Proprietor Abhimanyu Maharana
March 12, 2021
in ଓଡ଼ିଶା, ଖୋର୍ଦ୍ଧା, ଦେଶ, ମହାନଗର, ହୋମ୍
0
ମାର୍ଚ୍ଚ ୧୫ରୁ ‘କୃଷି ଓଡ଼ିଶା ୨୦୨୧’ ୫ ଦିନ ଧରି ଚାଲିବ କୃଷି ମହାକୁମ୍ଭ : ଚାଷୀଙ୍କୁ ବୈଷୟିକ ଜ୍ଞାନ କୌଶଳ, କୃଷି ସରଞ୍ଜାମ ଓ ବଜାର ସହ ଯୋଡ଼ିବା ‘କୃଷି ଓଡ଼ିଶା’ର ଲକ୍ଷ୍ୟ – ଡକ୍ଟର ଅରୁଣ କୁମାର ସାହୁ
Share on FacebookShare on TwitterWhatsapp

ଓଡ଼ିଶା ତାଜା ନ୍ୟୁଜ (୧୧ ମାର୍ଚ୍ଚ ୨୦୨୧, ଗୁରୁବାର ) ଭୁବନେଶ୍ୱର :- ବରମୁଣ୍ଡାସ୍ଥିତ ବିଜୁ ପଟ୍ଟନାୟକ ଖେଳ ପଡ଼ିଆରେ ହେବ ଆୟୋଜନ ଏ ବର୍ଷର ଥିମ୍‌ ‘ସମନ୍ୱିତ ଚାଷ : ଚାଷୀଙ୍କ ବିକାଶ ’ ‘ସମନ୍ୱିତ ଚାଷ : ଚାଷୀଙ୍କ ବିକାଶ’- ଏହି ଥିମ୍‌କୁ ଆଧାର କରି ଭୁବନେଶ୍ୱର, ବରମୁଣ୍ଡାସ୍ଥିତ ବିଜୁ ପଟ୍ଟନାୟକ ଖେଳ ପଡ଼ିଆରେ ଆରମ୍ଭ ହେବାକୁ ଯାଉଛି ‘କୃଷି ଓଡ଼ିଶା ୨୦୨୧’। ଏହି କାର୍ଯ୍ୟକ୍ରମ ମାର୍ଚ୍ଚ ୧୫ରୁ ୧୯ ତାରିଖ ପର୍ଯ୍ୟନ୍ତ ଚାଲିବ । ତେବେ ‘କୃଷି ଓଡ଼ିଶା’ କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ କ’ଣ ଓ ଏହା ଚାଷୀଙ୍କ ବିକାଶରେ କିପରି ସହାୟକ ହେବ ସେ ସମ୍ପର୍କରେ ବିସ୍ତୃତ ଭାବେ କହିଛନ୍ତି କୃଷି ଓ କୃଷକ ସଶକ୍ତିକରଣ ବିଭାଗ ମନ୍ତ୍ରୀ ଡକ୍ଟର ଅରୁଣ କୁମାର ସାହୁ  ।

‘କୃଷି ଓଡ଼ିଶା’ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ କ’ଣ ?

‘କୃଷି ଓଡ଼ିଶା’ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ପ୍ରତିବର୍ଷ ଆୟୋଜନ କରାଯାଉଛି । କୃଷି ଓଡ଼ିଶା ଆୟୋଜନ କରିବା ପଛର ଉଦ୍ଦେଶ୍ୟ ହେଉଛି କୃଷି କ୍ଷେତ୍ରରେ ବିଶ୍ୱର ବିଭିନ୍ନ ଦେଶରେ କ’ଣ କ’ଣ ଉନ୍ନତି ହୋଇଛି, କ’ଣ ଉନ୍ନତ ଯନ୍ତ୍ରପାତି, ଜ୍ଞାନ କୌଶଳ ଆସିଛି ଓ ଉତ୍ପାଦନ କରିବାର ପ୍ରଣାଳୀ ସମ୍ବନ୍ଧରେ ଏକ ପ୍ରଦର୍ଶନୀ କରିବା ଏବଂ ଶିକ୍ଷା ଦେବା । ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ବିଭିନ୍ନ ଅଞ୍ଚଳରୁ ଅଗ୍ରଣୀ ଚାଷୀ ଓ ଅନ୍ୟଚାଷୀମାନେ ଯୋଗ ଦିଅନ୍ତି ଏବଂ ଚାଷ କ୍ଷେତ୍ରରେ ଯେଉଁମାନଙ୍କର ଆଗ୍ରହ ରହିଛି ସେମାନେ ମଧ୍ୟ ଯୋଗ ଦିଅନ୍ତି। ଏହି ‘କୃଷି ଓଡ଼ିଶା’ରୁ ସେମାନେ ବହୁତ କିଛି ଶିଖିବାକୁ ପାଆନ୍ତି, ଯାହାଫଳରେ ପରବର୍ତ୍ତୀ ସମୟରେ ସେମାନେ କିଭଳି ଅଧିକ ଅମଳ କରିବେ, ଅଧିକ ଲାଭବାନ ହେବେ ସେଥିଲାଗି ଚେଷ୍ଟା କରନ୍ତି । ତେଣୁ ‘କୃଷି ଓଡ଼ିଶା’ର ଉଦ୍ଦେଶ୍ୟ ହେଉଛି କୃଷି କ୍ଷେତ୍ରରେ ଓଡ଼ିଶାକୁ ଆଗକୁ ନେବା ଓ ଚାଷୀଙ୍କୁ ଉନ୍ନତମାନର ଜ୍ଞାନ କୌଶଳ ଓ ବିଭିନ୍ନ ପ୍ରକାର ସହଯୋଗ ଯୋଗାଇବା ।

 ସମନ୍ୱିତ ଚାଷ, ଚାଷୀଙ୍କ ବିକାଶ’ର ଅର୍ଥ କ’ଣ..?

 ପ୍ରତିବର୍ଷ ‘କୃଷି ଓଡ଼ିଶା’ରେ ଗୋଟିଏ ଥିମ୍‌ ନିଆଯାଏ। ଏଥରର ଥିମ୍‌ ରହିଛି ‘ସମନ୍ୱିତ ଚାଷ, ଚାଷୀଙ୍କ ବିକାଶ’। ଗୋଟିଏ ଜମିରେ ବର୍ଷସାରା ଲଗାତର ଚାଷ କରିବା ହେଉଛି ସମନ୍ୱିତ ଚାଷ। ଆମ ବିଭାଗ ଏବେ ସମନ୍ୱିତ ଚାଷ ଉପରେ ଗୁରୁତ୍ୱ ଦେଉଛି। ଏହାର କାରଣ ହେଉଛି ଓଡ଼ିଶାରେ ଅନେକ ଚାଷୀ ଧାନ ଚାଷ କରିଦେବା ପରେ ଆଉ ବିଶେଷ ଚାଷ ପ୍ରତି ଧାନ ଦିଅନ୍ତି ନାହିଁ। ଜମିକୁ ପଡ଼ିଆ ଛାଡ଼ି ଦିଅନ୍ତି। ଫଳରେ ଖାଲି ଧାନରୁ ଚାଷୀମାନେ ବେଶୀ କିଛି ଲାଭ ପାଇପାରନ୍ତି ନାହିଁ। କିନ୍ତୁ ଯଦି ଧାନ ଚାଷ ପରେ ସେହି ଜମିରେ ଫଳ ଚାଷ ହେଉ ବା ପନିପରିବା ଚାଷ କରାଯାଏ ତେବେ ଏଥରୁ ଚାଷୀ ଲାଭ ପାଇପାରିବେ। ଏହାଦ୍ୱାରା ଚାଷୀଙ୍କ ଆୟ ଦ୍ୱିଗୁଣିତ ହେବ। ଫଳରେ ଚାଷୀଙ୍କ ବିକାଶ ହୋଇପାରିବ।

‘କୃଷି ଓଡ଼ିଶା’ କିଭଳି ଚାଷୀଙ୍କ ବିକାଶରେ ସହାୟକ ହେବ..?

 ପ୍ରଥମତଃ ଚାଷ କ୍ଷେତ୍ରରେ ଏବେ ଏକ ବ୍ୟାପକ ବୈପ୍ଳବିକ ପରିବର୍ତ୍ତନ ଆସିଛି। କୃଷି ଓଡ଼ିଶାର ଫୋକସ ହେଉଛି ଯେତେସବୁ ଉନ୍ନତମାନର ଜ୍ଞାନ କୌଶଳ ଆସୁଛି ତାହାକୁ ଚାଷୀଙ୍କ ନିକଟରେ ପହଞ୍ଚାଇବା ହେଉଛି ‘କୃଷି ଓଡ଼ିଶା’ କାର୍ଯ୍ୟକ୍ରମର ଲକ୍ଷ୍ୟ । ଦ୍ୱିତୀୟତଃ ଚାଷୀଙ୍କୁ ବେଶୀ ଯନ୍ତ୍ରପାତୀ ବ୍ୟବହାର ଶିଖାଇବା। କମ୍‌ ଖର୍ଚ୍ଚରେ କେମିତି ଅଧିକ ଉତ୍ପାଦନ କରିହେବ ସେ ସମ୍ପର୍କରେ ଜଣାଇବା । ତୃତୀୟ, କମ୍‌ ଜମିରେ, କମ୍‌ ପରିଶ୍ରମରେ ଅଧିକ ଉତ୍ପାଦନ କରି ଚାଷୀଙ୍କୁ ଅଧିକ ଲାଭବାନ କରିହେବ ସେ ସମ୍ପର୍କରେ କହିବା ।

ଚତୁର୍ଥ, ଚାଷୀଙ୍କୁ କେମିତି ସହଜରେ ୠଣ ମିଳିବ 

ପଞ୍ଚମ, ଉତ୍ପାଦିତ ଦ୍ରବ୍ୟର କେମିତି ବିକ୍ରି ଠିକ ଭାବେ ହୋଇପାରିବ ସେ ବିଷୟରେ ଧ୍ୟାନ ଦେବା । ଏଥର ‘କୃଷି ଓଡ଼ିଶା’ର ମାସ୍କଟ ପାଳ ଛତୁ କାହିଁକି..? ‘କୃଷି ଓଡ଼ିଶା ୨୦୨୧’ର ମାସ୍କଟ ‘ପାଳଛତୁ’ ରହିଛି। ପାଳଛତୁରେ ଓଡ଼ିଶା ଏବେ ଭାରତବର୍ଷରେ ନମ୍ବର ୧ ରହିଛି। ଛତୁ ଏବେ ଲୋକଙ୍କର ଏକ ପ୍ରିୟ ଖାଦ୍ୟରେ ପରିଣତ ହୋଇଥିବାରୁ ତେଣୁ ଛତୁକୁ ମାସ୍କଟ ଭାବେ ନିଆଯାଇଛି।

‘କୃଷି ଓଡ଼ିଶା ୨୦୨୧’ର ମୁଖ୍ୟ ଆକର୍ଷଣ କ’ଣ..?

 ଏ ବର୍ଷ ‘କୃଷି ଓଡ଼ିଶା’ରେ ପ୍ରତି ସନ୍ଧ୍ୟାରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମମାନ ଅୟୋଜନ କରାଯିବ। ବିଭିନ୍ନ କ୍ଷେତ୍ରରୁ ଅତିଥିମାନେ ଆସିବେ। କିନ୍ତୁ ଦିନ ଯାକ ବିଭିନ୍ନ ପ୍ରକାର କର୍ମଶାଳା ଆୟୋଜିତ ହେବ। ୪ ଦିନ ଭିତରେ ୧୦ ଟି ବିଷୟରେ ଆଲୋଚନା ଚକ୍ର ହେବ। ଏହି ଆଲୋଚନା ଚକ୍ରରେ ରୋଲ୍‌ ଅଫ୍‌ ଏଫ୍‌ପିଓ (ଫାର୍ମର, ପ୍ରଡ୍ୟୁସର, ଅର୍ଗାନାଇଜେସନ), ଫ୍ଲୋରି କଲଚର, ସଷ୍ଟେନେବୁଲ ଫିସ୍‌ ଫାର୍ମିଙ୍ଗ, ମିଲେଟ୍‌ ମିଶନ, ଅର୍ଗାନିକ ଫାର୍ମିଙ୍ଗ, ଏଗ୍ରି ଏଣ୍ଟରପ୍ରିନ୍ୟୁରସିପ୍‌ ଆଦି ବିଷୟ ରହିଛି । ଆଉ ଏକ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଭୁବନେଶ୍ୱରରେ କୃଷି ଓଡ଼ିଶାର ମୁଖ୍ୟ ଉତ୍ସବ ହେଉଥିଲା ବେଳେ ୩୦ ଟି ଜିଲ୍ଲାରେ କୃଷିମେଳା ଅନୁଷ୍ଠିତ ହେବ । ଯେଉଁଥିରେ ଭୁବନେଶ୍ୱରର କାର୍ଯ୍ୟକ୍ରମରେ ଯାହାହେବ ସେଠାରେ ବି ପ୍ରଦର୍ଶିତ ହେବ। ଏଥିପାଇଁ ୩୦ ଟିଜିଲ୍ଲାରେ ଲାଇଭ୍‌ ଷ୍ଟ୍ରିମିଂ ବ୍ୟବସ୍ଥା କରାଯିବ । ଏହାସହିତ ଫେସବୁକ୍‌ ଓ ୟୁଟ୍ୟବ୍‌ରେ ମଧ୍ୟ ସିଧାପ୍ରସାରଣ ହେବ। ଏହି କାର୍ଯ୍ୟକ୍ରମରେ ଚାଷୀ, କୃଷି ଉଦ୍ୟୋଗୀ, କୃଷି ସହିତ ସମ୍ପୃକ୍ତ ବ୍ୟବସାୟୀ, ବ୍ୟାଙ୍କ ଓ ବୀମା କମ୍ପାନି, ଯନ୍ତ୍ରପାତି ନିର୍ମାଣକରୀ କମ୍ପାନିମାନେ ସାମିଲ ହେବେ ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
International Women’s Day 2026 Observed with Service Initiative at Red Cross Bhawan

International Women’s Day 2026 Observed with Service Initiative at Red Cross Bhawan

March 11, 2026
ରଣପୁରରେ ଧୁମଧାମରେ ପଞ୍ଚୁଦୋଳ ଯାତ୍ରା : ଯୋଗ ଦେଲେ ବାଚସ୍ପତି 

ରଣପୁରରେ ଧୁମଧାମରେ ପଞ୍ଚୁଦୋଳ ଯାତ୍ରା : ଯୋଗ ଦେଲେ ବାଚସ୍ପତି 

March 10, 2026
ଦୋଳପୂର୍ଣ୍ଣିମା ଉପଲକ୍ଷେ ବାଦୀପlଲା ଉଦଯାପିତ

ଦୋଳପୂର୍ଣ୍ଣିମା ଉପଲକ୍ଷେ ବାଦୀପlଲା ଉଦଯାପିତ

March 10, 2026
ପୁରୀ କୋର୍ଟରେ ବୋମା ଗୁଜବ ପୋଲିସ ଅନୁସନ୍ଧାନ ପରେ କୋର୍ଟକାର୍ଯ୍ଯ ସ୍ବାଭାବିକ

ପୁରୀ କୋର୍ଟରେ ବୋମା ଗୁଜବ ପୋଲିସ ଅନୁସନ୍ଧାନ ପରେ କୋର୍ଟକାର୍ଯ୍ଯ ସ୍ବାଭାବିକ

March 10, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

International Women’s Day 2026 Observed with Service Initiative at Red Cross Bhawan

International Women’s Day 2026 Observed with Service Initiative at Red Cross Bhawan

March 11, 2026
ରଣପୁରରେ ଧୁମଧାମରେ ପଞ୍ଚୁଦୋଳ ଯାତ୍ରା : ଯୋଗ ଦେଲେ ବାଚସ୍ପତି 

ରଣପୁରରେ ଧୁମଧାମରେ ପଞ୍ଚୁଦୋଳ ଯାତ୍ରା : ଯୋଗ ଦେଲେ ବାଚସ୍ପତି 

March 10, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version