No Result
View All Result
ଓଡ଼ିଶା ତାଜା ନ୍ୟୁଜ (୧୦ ମାର୍ଚ୍ଚ ବୁଧବାର ) ବାରିପଦା : – ଶିମିଳିପାଳ ଜଙ୍ଗଲରେ ନିଆଁ ଜଳୁଥିବା ବେଳେ ଆଜି ଅପରାହ୍ଣରେ ସେହି ଅଞ୍ଚଳରେ କୁଆପଥର ସହ ବର୍ଷା ହୋଇଛି। ଏହି ବର୍ଷା ପିଠାବଟା, ଠାକୁରମୁଣ୍ଡା, ବାଙ୍ଗିରିପୋଷୀ ସମେତ ଶିମିଳିପାଳର ୬ଟି ରେଞ୍ଜର ବିଭିନ୍ନ ସ୍ଥାନରେ ବର୍ଷା ହୋଇଥିବା କୁହାଯାଉଛି।ଶିମିଳିପାଳ ଆଖପାଖ ଅଞ୍ଚଳ ସହ ଗୁଡ଼ଗୁଡ଼ିଆରେ ବର୍ଷା ହୋଇଛି। ସେହିପରି ନଅଣା ଓ ଜେବାନିଲ ସ୍ଥାନରେ ଆକାଶ ମେଘୁଆ ରହିଥିଲା। ଏହାର ଆଖପାଖ ଅଞ୍ଚଳ ସମେତ ଶିମିଳିପାଳ ନିକଟ କରଞ୍ଜିଆର ବିଭିନ୍ନ ଜାଗାରେ ସାମନ୍ୟ ବର୍ଷା ଦେଖିବାକୁ ମିଳିଛି। କିନ୍ତୁ ଶିମିଳିପାଳ ଅଭୟାରଣ୍ୟ ଭିତରେ ବର୍ଷା ହୋଇଛି କି ନାହିଁ ତାହା ଜଣା ପଡିନଥିଲେ ହେଁ ଆଜିର ବର୍ଷା ଆଶ୍ଵସ୍ତି ଦେଇଛି।
ଅନ୍ୟପକ୍ଷରେ ଏସିଆ ମହାଦେଶର ଦ୍ୱିତୀୟ ବୃହତ୍ ଜୈବମଣ୍ଡଳ ଶିମିଳିପାଳରେ ୧୫ ଦିନ ରୁ ଅଧିକ ହେବ ନିଆଁ ଲାଗି ରହିଛି। ଏହାକୁ ନେଇ ରାଜ୍ୟ ବିଜେପିର ୯ଜଣିଆ ସଂସଦୀୟ ପ୍ରତିନିଧି ମଣ୍ଡଳୀ କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ପ୍ରକାଶ ଜାଭଡେକରଙ୍କୁ ଭେଟିଛନ୍ତି। ଏହି ଘଟଣାକୁ ଗୁରୁତ୍ବର ସହ ଗ୍ରହଣ କରି ଜଙ୍ଗଲ ଓ ପରିବେଶ ମନ୍ତ୍ରାଳୟ ଘଟଣା ସମ୍ପର୍କରେ ଅନୁଧ୍ୟାନ ପାଇଁ ଏକ ବିଶେଷଜ୍ଞ କମିଟି ପଠାଉଛି ବୋଲି ଟୁଇଟ୍ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଶ୍ରୀ ଜାଭଡେକର। ସେ ସୂଚନ ଦେଇଛନ୍ତି କେନ୍ଦ୍ରୀୟ ବିଶେଷଜ୍ଞ କମିଟି ଘଟଣାର ଅନୁଧ୍ୟାନ କରି ରାଜ୍ୟ ବନ ବିଭାଗକୁ ବୈଷୟିକ ପରାମର୍ଶ ଦେବ। ଏଥିସହ ଶିମିଳିପାଳ ଓ ଏହାର ଆଖପାଖରେ ଥିବା ଫାୟାର ପଏଣ୍ଟକୁ ଲିଭାଇବା ଦିଗରେ ସାହାଯ୍ୟ କରିବ। ଏହାଛଡା ବନାଗ୍ନି ସମସ୍ୟା ନେଇ ମନ୍ତ୍ରାଳୟର ଅଧିକାରୀମାନଙ୍କ ସହ ମୁଁ ସମୀକ୍ଷା କରିବି ବୋଲି ସେ କହିଛନ୍ତି । (ଦୀପ୍ତିaମାନ ପତି,ମୟୂରଭଞ୍ଜ )
No Result
View All Result