No Result
View All Result
ଓଡ଼ିଶା ତାଜା ନ୍ୟୁଜ ( ୧୦ ମାର୍ଚ୍ଚ , ବୁଧବାର )ବ୍ରହ୍ମପୁର :- ମହାଶିବରାତ୍ର ଉପଲ୍ଲକ୍ଷେ ନିଜର କଳା ମାଧ୍ୟମରେ ଆଉ ଏକ ନୂତନ ରେକର୍ଡ କରି ଚର୍ଚ୍ଚାରେ ସତ୍ୟ ନାରାୟଣ ମହାରଣା । ବିଶ୍ବ ର ସବୁଠାରୁ ଛୋଟ ଶିବ ମୂର୍ତ୍ତି ତିଆରି କରିଲେ ଏହି ବାଲୁକା ଶିଳ୍ପୀ ସତ୍ୟନାରାୟଣ । ପୂର୍ବରୁ ୱାଲ୍ଡ ରେକଡ୍ ସେଟର୍ ଓ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍ ୨୦୧୭ ମସିହାରେ ଛୋଟ ଶିବ ମୂର୍ତ୍ତି କରି ବିଶ୍ୱ ରେକର୍ଡ କରିଥିଲେ । ସେ ପୁଣି ଛୋଟ ଶିବ ମୂର୍ତ୍ତି କରି ନିଜ ରେକର୍ଡ ଭାଙ୍ଗିଛନ୍ତି । ଏଥର କାଠରେ ୩ଟି, ଚକ୍ ରେ ୪ ଟି, ପଥର ଓ କାଠରେ ଗୋଟିଏ ଲେଖାଏଁ ଶିବ ଲିଙ୍ଗ କରିଛନ୍ତି ।

ଯାହାକି ବିଶ୍ଵର ସବୁଠାରୁ ଛୋଟ ଶିବ ମୂର୍ତ୍ତି । ଯାହାର ଉଚ୍ଚତା ରହିଛି ଚକ୍ ମୂର୍ତ୍ତି ର ଉଚ୍ଚତା ,୧.୨ ସିଏମ୍ , ୨.୭ ସି.ଏମ୍ , ୩ ସି.ଏମ୍ ,୧ ଇଞ୍ଚ । ସେହିପରି କାଠ ମୂର୍ତ୍ତିର ଉଚ୍ଚତା ୫ ଏମ୍.ଏମ୍ ,୧.୩ ସି.ଏମ୍ ଏବଂ ୪.୨ ସି.ଏମ୍ । ପଥର ମୂର୍ତ୍ତିର ଉଚ୍ଚତା୧.୪ ସି.ଏମ୍ , ପଥର ଶିବଲିଙ୍ଗ ଉଚ୍ଚତା ୭ ଏମ୍.ଏମ୍ । କାଠ ଶିବଲିଙ୍ଗ ର ଉଚ୍ଚତା ୩ ଏମ୍.ଏମ୍ । ମହା ଶିବରାତ୍ରୀ ଅବସରରେ ଭଗବାନ ଶିବ ଶଙ୍କର ଏହି ମହାମାରୀ କୋରୋନା କବଳରୁ ବିଶ୍ଵକୁ ରକ୍ଷା କରନ୍ତୁ । ସମସ୍ତେ ଭଗବାନଙ୍କୁ ପ୍ରାର୍ଥନା କରନ୍ତୁ ବୋଲି ପ୍ରେସ ବାର୍ତ୍ତାରେ ସୂଚନା ଦେଇଛନ୍ତି ସତ୍ୟ । ( ରିପୋର୍ଟ – ଶେଷଦେବ ସାହୁ, ଗଞ୍ଜାମ ଜିଲ୍ଲା ବ୍ୟୁରୋ )
No Result
View All Result