No Result
View All Result
ଓଡ଼ିଶା ତାଜା ନ୍ୟୁଜ (୭ ମାର୍ଚ୍ଚ ରବିବାର ) ପାରଳାଖେମୁଣ୍ଡି :- ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପାଳ’ଙ୍କ କାର୍ଯ୍ୟାଳୟ’ର ସମ୍ମିଳନୀ କକ୍ଷଠାରେ ପାର୍ଲିଆମେଣ୍ଟ ମେମ୍ବର ସଡକ ସୁରକ୍ଷା କମିଟି ବୈଠକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବୈଠକ କାର୍ଯ୍ୟକ୍ରମ’ରେ ବ୍ରହ୍ମପୁର ସାଂସଦ ଶ୍ରୀ ଚନ୍ଦ୍ର ଶେଖର ସାହୁ ଅଧ୍ୟକ୍ଷତା କରି ଦ୍ରୁତଗତି–ମହା ବିପତ୍ତି ଏହାକୁ ଖାତିର ନକରି ବାଇକ ଓ ଚାରି ଚକିଆ ଗାଡି’ର ଚାଳକ ମାନେ ମଦ୍ୟପାନ କରି ବେପାରୁଆ ଭାବେ ଡ୍ରାଇଭିଂ କରୁଥିବା ଯୋଗୁଁ ଦୁର୍ଘଟଣା ଘଟୁଛି । ଏହାକୁ ହ୍ରାସ ଓ ନିୟନ୍ତ୍ରଣ ପାଇଁ ରାସ୍ତା’ର ଦୁର୍ଘଟଣା ପଏଣ୍ଟ ମାନ ଦେଖି ସଚେତନତା ସଂକେତ ରଖାଯିବା ଉପରେ ଗୁରୁତ୍ୱାରୋପ କରିଥିଲେ । ଗଜପତି ଜିଲ୍ଲାପାଳ ତଥା କମିଟି’ର ସସଦସ୍ୟ ସଚିବ ଶ୍ରୀ ଅନୁପମ ସାହା ଉପସ୍ଥିତ ରହି କୋଭିଡ ସମୟରେ ଲକଡାଉନ ଓ ସଟଡାଉନ କଟକଣା ଚାଲିଥିବା ବେଳେ ସଡକ ଦୁର୍ଘଟଣା ସମ୍ପୂର୍ଣ୍ଣ ଭାବେ ହ୍ରାସ ପାଇ ଦୀର୍ଘଦିନ ଧରି ଏହା ନିୟନ୍ତ୍ରଣ’ରେ ଥିଲା ,
ତେବେ ଏହି କଟକଣା ଉଠିଯିବା ଯୋଗୁଁ ସଡକ ଦୁର୍ଘଟଣା ବୃଦ୍ଧି ପାଇବା ସହ ଏଥିରେ ମୃତାହତ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି । ଏହାକୁ ହ୍ରାସ ଓ ନିୟନ୍ତ୍ରଣ’ରେ ରଖିବା ପାଇଁ ବିଭିନ୍ନ ସଚେତନତା ମୂଳକ ପଦକ୍ଷେପ ସହ ଅମାନିଆ ଓ ସଡକ ନିୟମ ଉଲଂଘନ କାରୀ’ଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଲାପାଳ ଶ୍ରୀ ସାହା କହିଥିଲେ । ଭାରପ୍ରାପ୍ତ ଆରଟିଓ: ତଥା ଉପଜିଲ୍ଲାପାଳ ଶ୍ରୀ ସଂଗ୍ରାମ ଶେଖର ପଣ୍ଡା ଉପସ୍ଥିତ ରହି ସଡକ ସୁରକ୍ଷା ସମ୍ବନ୍ଧୀୟ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ , ସଡକ ଦୁର୍ଘଟଣା’ ଓ ଏଥିରେ ମୃତାହତ ସଂଖ୍ୟା ତଥ୍ୟ ଓ ସଡକ ଦୁର୍ଘଟଣା ରୋକାଯିବା ଦିଗରେ ନିଆ ଯାଉଥିବା ପଦକ୍ଷେପ ପ୍ରଭୃତି ଉପରେ ବିସ୍ତୃତ ସୂଚନା ପ୍ରଦାନ କରିଥିଲେ । ଏହି କମିଟି ବୈଠକ କାର୍ଯ୍ୟକ୍ରମ’ରେ ରାସ୍ତା ଓ କୋଠାବାଡି ନିର୍ମାଣ,,ଜାତୀୟ ସଡକ ଓ ଆରଡ଼ି ବିଭାଗ’ର କାର୍ଯ୍ୟନିର୍ବାହୀ ଯନ୍ତ୍ରୀ , ପୋଲିସ ଅଧିକାରୀ , ପୌରପରିସଦ ନିର୍ବାହୀ ଅଧିକାରୀ ସମେତ ବି ହିଂନ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ( ରିପୋର୍ଟ – ଗରୁଡ଼ ଧ୍ୱଜ ଚୌଧୁରୀ )
No Result
View All Result