No Result
View All Result
ଓଡ଼ିଶା ତାଜା ନ୍ୟୁଜ (୭ ମାର୍ଚ୍ଚ ରବିବାର ) ହିଞ୍ଜିଳିକାଟୁ :- ପୁରାତନ ଯୁଗରେ ଗ୍ରାମାଂଚଳର ଲୋକମାନେ ସାଧାରଣତଃ ରୋଷେଇ କରିବା ପାଇଁ ଦହନ ସକାଶେ ଗୋବରରୁ ପ୍ରସ୍ତୁତି ଘଷି ଉପରେ ନିର୍ଭର କରି ଚଳି ଆସୁଥିଲେ । ଆଧୁନିକ ଯୁଗ ସହିତ ତାଳ ଦେଇ ସହରାଂଚଳରେ ତ ଦୂରର କଥା ଗ୍ରାମାଂଚଳର ଲୋକେ ମଧ୍ୟ ଖାଦ୍ୟ ପ୍ରସ୍ତୁତି ସକାଶେ ଦହନ ପାଇଁ ଘଷିର ବ୍ରବହାର କରୁନଥିବା ଦେଖିବାକୁ ମିଳୁଛି । ଗାଇ ଓ ମଇଁଷି ଗୋବରରୁ ପ୍ରସ୍ତୁତି ଘଷିକୁପୁରାତନ କାଳରେ ଲୋକମାନେ ଦହନ ବ୍ୟତିତ ହୋମଯଜ୍ଞ ସହ ବିଭିନ୍ନ ଆର୍ୟୁବେଦିକ ଔଷଧ ପ୍ରସ୍ତୁତି ସକାଶେ ବ୍ୟବହାର କରାଯାଉଥିଲା । ଗ୍ରାମାଂଚଳ ସମେତ ସହରାଂଚଳର ଲୋକମାନେ ମଧ୍ୟ ରୋଷେଇ ପ୍ରସ୍ତୁତି ସମୟରେ ଦହନ ଭାବେ ଘଷିକୁ ବ୍ୟବହାର କରି ଆସୁଥିଲେ ।
ଏପରିକି କିଛି ପରିବାର ଘଷିକୁ କୁଟୀର ଶିତଳ୍ପ ଭାବେ ଗ୍ରହଣ କରି ପରିବାର ପ୍ରତିପୋଷଣ କରୁଥିବାର ଦେଖିବାକୁ ମିଳୁଥିଲା । କାଳକ୍ରମରେ ଆଧୁନିକ ଯୁଗ ସହିତ ତାଳଦେଇ ଲୋକମାନେ ଘଷିର ବ୍ୟବହାର ସମ୍ପୁର୍ଣ୍ଣ ଭାବେ ଭୁଲି ଯାଇଥିବାର ଜଣାପଡ଼ିଛି । ପ୍ରାୟ ୧୦ବର୍ଷ ପୂର୍ବରୁ ଗ୍ରାମାଂଚଳର ଲୋକମାନେ ଚାଷ କାର୍ଯ୍ୟ ସକାଶେ ଗାଇ, ବଳଦ, ପୋଢ, ମଇଁଷି ଇତ୍ୟାଦି ପାଳନ କରୁଥିଲେ । ଏହି ଗୃହପାଳିତ ପଶୁ ମାନଙ୍କ ଗୋବରକୁ ଜମିର ଉର୍ବରତା ସକାଶେ ସାର ଭାବରେ ପ୍ରୟୋଗ କରୁଥିଲେ । ଏପରିକି ଗାଇ ଗୋଠକୁ ଯିବା ଓ ଆସିବା ସମୟରେ କିଛି ମହିଳା ଝୁଡ଼ି ଧରି ଗୋବର ସଂଗ୍ରହ କରିବା ସହ ସେଥିରୁ ଘଷି ପ୍ରସ୍ତୁତି କରି ଜାଳେଣି ପାଇଁ ବ୍ୟବହାର କରୁଥିଲେ । ବର୍ଷା ଦିନ ପୂର୍ବରୁ ଲୋକେ ଉକ୍ତ ଘଷିକୁ ଘର ବାଡ଼ିରେ ସାଇତି ରଖି ଜାଳେଣି ଭାବେ ବ୍ୟବହାର କରି ଆସୁଥିଲେ ।
ସମୟ ସହ ତାଳଦେଇ ଲୋକ ବର୍ତମାନ ଜାଳେଣି ଭାବେ ଗ୍ୟାସ୍, ବିଦ୍ୟୁତ୍ ଚୁଲା, ଇଣ୍ଡକସନ ଇତ୍ୟାଦିର ବହୁଳ ବ୍ୟବହାର ହେଉଥିବାର ଦେଖିବାକୁ ମିଳୁଛି । ପୂର୍ବପରି ଆଉ ଗାଁ ଗହଳିରେ ଚାଷ କାର୍ଯ୍ୟ ସକାଶେ ଗାଇ, ବଳଦ, ମଇଁଷି, ପୋଢକୁ ଘରେ ନପାଳି ଆଧୁନିକ ପ୍ରଣାଳୀରେ ଟ୍ରାକ୍ଟର, ପାୱାର ଟିଲର ସାହାର୍ଯ୍ୟରେ ଚାଷ କାର୍ଯ୍ୟ କରୁଥିବାର ଦେଖିବାକୁ ମିଳୁଛି । କାଳକ୍ରମେ ଗ୍ରାମାଂଚଳ ଗୁଡ଼ିକରେ ପଶୁ ସମ୍ପଦ ଲୋପ ପାଇବା ସହ ଘଷିର ବ୍ୟବହାର ମଧ୍ୟ ସମ୍ପୁର୍ଣ୍ଣ ଭାବେ ଲୋପ ପାଇଗଲାଣି । ଏପରିକି ଆଗାମୀ ଦିନରେ ଇତିହାସରେ ଘଷି କଥାବସ୍ତୁ ହୋଇ ରହିଯିବ ବୋଲି ସ୍ଥାନୀୟ ଅଂଚଳର ବୁଦ୍ଧିଜୀବି ମହଲରେ ମତ ପ୍ରକାଶ ପାଇଛି । (ଶୁସାନ୍ତ ପ୍ରଧାନ)
No Result
View All Result