ସମୁଦ୍ର ଅର୍ଥନୀତି ସହ ପୂର୍ବ ଭାରତର ପ୍ରବେଶ ଦ୍ୱାର ହେବ ଓଡ଼ିଶା : ଧର୍ମେନ୍ଦ୍ର ପ୍ରଧାନ

ଓଡ଼ିଶା ତାଜା ନ୍ୟୁଜ୍ (୩ ମାର୍ଚ୍ଚ ବୁଧବାର ) ଭୁବନେଶ୍ୱର  :- ଓଡ଼ିଶା ଏକବିଂଶ ଶତାବ୍ଦୀରେ ନିଜର ସର୍ବଶ୍ରେଷ୍ଠ ସାମୁଦ୍ରିକ ଅର୍ଥନୀତି ସହ ବାଣିଜ୍ୟ ବ୍ୟବସାୟ ମାଧ୍ୟମରେ ପୂର୍ବ ଭାରତର ପ୍ରବେଶ ଦ୍ୱାର ହେବ । ଏହାଦ୍ୱାରା ରାଜ୍ୟରେ ବ୍ୟାପକ ନିଯୁକ୍ତି ସୃଷ୍ଟି ହେବ। ବୁଧବାର ମାରିଟାଇମ ଇଣ୍ଡିଆ ଶିଖର ସମ୍ମିଳନୀର ସ୍ୱତନ୍ତ୍ର ଅଧିବେଶନରେ ‘ଓଡ଼ିଶାରେ ପୁଞ୍ଜିନିବେଶ’ ଶୀର୍ଷକ ଭର୍ଚୁଆଲ ଆଲୋଚନାରେ ସାମିଲ ହୋଇ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ସେ କହିଛନ୍ତି “ଗୋଟିଏ ପକ୍ଷରେ ଯାଜପୁର କଳିଙ୍ଗନଗରକୁ ଇସ୍ପାତର ପେଣ୍ଠସ୍ଥଳି କରିବା ପାଇଁ ଉଦ୍ୟମ କରାଯାଉଥିବା ବେଳେ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଭାରତ ସରକାର ଏବଂ ଓଡ଼ିଶା ସରକାରଙ୍କ ସମନ୍ୱୟରେ ଓଡ଼ିଶାରେ ସର୍ବବୃହତ‌୍‍ ଇସ୍ପାତ‌୍‍ କାରଖାନା ପ୍ରତିଷ୍ଠା ହେବା ପାଇଁ ଯୋଜନା କରାଯାଉଛି । ଅରପକ୍ଷରେ ପ୍ରଧାନମନ୍ତ୍ରୀ ନିଜର ‘ପୂର୍ବୋଦୟ ମିଶନ’ରେ ପୂର୍ବ ଭାରତର ଅଭିବୃଦ୍ଧି ନିମନ୍ତେ ନିରନ୍ତର ପରିଶ୍ରମ କରୁଥିବା ବେଳେ ପାରାଦୀପ ମଧ୍ୟ ଉର୍ଜା କ୍ଷେତ୍ରରେ ପୂର୍ବ ଭାରତର ପ୍ରବେଶ ଦ୍ୱାର ହେବା ପାଇଁ ଯାଉଛି । ଓଡ଼ିଶାରେ ନିର୍ମାଣ ହେବାକୁ ଥିବା ପୁଞ୍ଜିନିବେଶରେ ହେବାକୁ ଥିବା ପାରାଦୀପ-ବଡବିଲ ମଧ୍ୟରେ ଅର୍ଥନୈତିକ କୋରଡିର, କୋଷ୍ଟାଲ ହାଇେୱ, ପାରାଦୀପରେ ୱେଷ୍ଟର୍ଣ୍ଣ ଡକର ନିର୍ମାଣ, ପରାଦୀପ-ହରିଦାସପୁର ରେଳ ଲାଇନ ପାରାଦୀପ ସମେତ ବିଭିନ୍ନ ବନ୍ଦରଭିତିକ ଅର୍ଥନୀତିକୁ ମଜବୁତ କରିବାରେ ସହାଯ୍ୟ କରିବ ।

ଶ୍ରୀ ପ୍ରଧାନ କହିଛନ୍ତି-“ସରକାର ୱେଲଥ୍‌ କ୍ରିଏସନ ପାଇଁ ନୁହେଁ ଶିଳ୍ପାୟନ ନିମନ୍ତେ ବଂର ସୁବିଧା, ସୁଯୋଗ, ଭିତିଭୂମି, ନୀତି, ସୁରକ୍ଷାକୁ ଅଧିକ ଗୁରୁତ୍ୱ ଦେବାକୁ ପଡ଼ିବ ବୋଲି ପ୍ରଧାନମନ୍ତ୍ରୀ ଦୃଢ ମତ ଦେଇଛନ୍ତି । ଓଡ଼ିଶାର ସୁଦୀର୍ଘ ବେଳାଭୂମି ମଧ୍ୟ କେବଳ ଓଡ଼ିଶା ନୁହଁ ବରଂ ପୂର୍ବ ଭାରତକୁ ପ୍ରଗତିର ପଥରେ ଆଗେଇ ନେବାରେ ପେଣ୍ଠସ୍ଥଳି ହେବ । ଅଧିକ ନିଯୁକ୍ତି ସୁଯୋଗ ଏବଂ ବ୍ୟବସାୟିକ ପ୍ରକ୍ରିୟା ଅର୍ଥନୀତିକୁ ସଶକ୍ତ କରିବ । ଏତବ୍ୟତୀତ ରାଜ୍ୟରେ ପାଇପଲାଇନ୍‌ ଭିତିଭୂମିକୁ କାର୍ଯ୍ୟକାରୀ କରାଯିବା ସହ ଏଲ୍‌ଏନ୍‌ଜି ଧାମରା କାର୍ଯ୍ୟକାରୀ ହେବ । ରେଳ, ସଡ଼କପଥ, ଗ୍ୟାସ ଗ୍ରୀଡି, ସିଟି ଗ୍ୟାସ ନେଟୱାର୍କରେ ବହୁତ ପୁଞ୍ଜିନିବେଶ ହେବ । ଓଡ଼ିଶାର ସୁଦୀର୍ଘ ବେଳାଭୂମି ମଧ୍ୟ ରାଜ୍ୟର ବିକାଶରେ ଗେମ-ଚେଞ୍ଜର ହେବ ।

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି, “ହଜାର ହଜାର ବର୍ଷ ପୂର୍ବରୁ ଓଡ଼ିଶାର ସାଧବ ପୁଅମାନେ ସମୁଦ୍ର ପଥରେ ବିଶ୍ୱର ବିଭିନ୍ନ ଅଂଚଳକୁ ଯାଇ ବାଣିଜ୍ୟ ବ୍ୟବସାୟ କରି ରାଜ୍ୟର ଗୌରବ ବଢାଇଥିଲେ । ସେହି ସମୟରେ କଳିଙ୍ଗ ଓ ଉତ୍କଳ ଭଳି ସଭ୍ୟତା ଉଦାହରଣ ସୃଷ୍ଟି କରିଥିଲା । ତେବେ ବର୍ତ୍ତମାନ ସମୟରେ ଏକବିଂଶ ଶତାବ୍ଦୀର ପ୍ରାରମ୍ଭରେ %E