ଓଡ଼ିଶା ତାଜା ନ୍ୟୁଜ୍ (0୩ ମାର୍ଚ୍ଚ ବୁଧବାର ) ଓଡ଼ଗାଁ :- ଚଳିତ ବର୍ଷ ମାର୍ଚ୍ଚ ମାସର ଆରମ୍ଭ ଦେଖିବାକୁ ମିଳିଛି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ। ଗ୍ରୀଷ୍ମ ଋତୁର ପ୍ରଖର ପ୍ରଭାବ ଓଡ଼ଗାଁ ରେ ମଧ୍ୟ ଦେଖିବାକୁ ମିଳିଛି । ଚଳିତ ବର୍ଷ ଛାତ୍ର ଛାତ୍ରୀ ଙ୍କ ସ୍କୁଲ କଲେଜ ର କଟକଣାନୁଯାୟୀ ଏହି ତାତି ଖରା ରେ ଛାତ୍ର ଛାତ୍ରୀ ଙ୍କ ଗମନା ଗମନ ବ୍ୟବସ୍ଥା କୁ ଅଚଳ କରିଦେଇଛି । ଓଡ଼ଗାଁ ଅଞ୍ଚଳର ବଜାର ଘାଟ ରେ ମଧ୍ୟ ଏହାର ପ୍ରଭାବ ବହୁ ପରିମାଣ ରେ ପଡ଼ିଛି ।
ଜନ ବହୁଳ ବ୍ୟବହାର ଉପଯୋଗୀ ସାମଗ୍ରୀ ର କିଣା ବିକା ପାଈଁ କଷ୍ଟକର ହୋଇ ପଡିଥିବା ଦେଖିବାକୁ ମିଳୁଛି । ଏହି ଉଷ୍ଣ ପ୍ରବାହ ହେତୁ ଗାଁ ଗହଳି ଶୂନଶାନ୍ ହୋଇ ପଡ଼ିଛି , ଖରା ର ପ୍ରଖର ତାତି ଓଡ଼ଗାଁ ଲୋକଙ୍କ ପାଈଁ ସାଜିଛି କାଳ । ଗ୍ରୀଷ୍ମକାଳ ରେ ପୋଖରୀ ର ନୀଳ ମଖମଲ କାଚକେନ୍ଦୁ ପାଣି ର ଉଲ୍ଲସିତ ଓ ପ୍ରଫୁଲ୍ଲିତ ବାଆ ଲୋକଙ୍କର ଜୀବନ ନାଟିକା ପାଲଟିଛି ।
କୂଅ , ପୋଖରୀ , ନଦୀ , ନାଳ ରେ ଗ୍ରୀଷ୍ମ ଋତୁର ପ୍ରଚଣ୍ଡ ତାତି ରୁ ରକ୍ଷା ପାଇବା ପାଇଁ ଗାଁ ଗହଳି ଲୋକ ମାନଙ୍କର ଯେପରି କେନ୍ଦ୍ର ବିନ୍ଦୁ ପାଲଟିଛି । ଏହି ଗ୍ରୀଷ୍ମ ତାତିରେ ଖାଲି ମଣିଷ ନୁହେଁ ପଶୁ ପକ୍ଷୀ ଙ୍କ ଉପରେ ମଧ୍ୟ ଏହାର ପ୍ରଭାବ ବହୁ ପରିମାଣ ରେ ପଡୁଥିବା ଦେଖିବାକୁ ମିଳିଛି । ନଦୀ ପୋଖରୀ କୂଳ ପକ୍ଷୀ ମାନଙ୍କ ପାଈଁ ମଧ୍ୟ ଆଶ୍ରା ପାଲଟି ଯାଇଛି । ଗାଇ , ଗୋରୁ , କୁକୁର , ମେଣ୍ଢା , ଛେଳି ଇତ୍ୟାଦି ଙ୍କ ପାଈଁ ଏକ ପ୍ରକାର ଚିନ୍ତା ର କାରଣ ହୋଈଛି । ତାତି ର ପ୍ରଭାବରୁ ଗୃହପାଳିତ ପଶୁ ଙ୍କ ସୁବିଧା ସାଜିଛି ଲୋକଙ୍କ ମୁଣ୍ଡ ବିନ୍ଧା ର କାରଣ ।
ଗ୍ରୀଷ୍ମ ପ୍ରବାହ ପାଈଁ ଓଡ଼ଗାଁ ସରକାରୀ କାର୍ଯ୍ୟାଳୟ ରେ କାର୍ଯ୍ୟରତ କର୍ମଚାରୀ ଏବଂ ଲୋକଙ୍କୁ ସୁରକ୍ଷା ଦେଉଥିବା ପୋଲିସ କର୍ମଚାରୀ ପୋଷ୍ଟ ଅଫିସ ର କର୍ମଚାରୀ ଙ୍କୁ ଅସ୍ତ ବ୍ୟସ୍ତ କରିଛି ଏହି ଉଷ୍ଣତା । ଯାହା ଫଳରେ ଜନସାଧାରଣ ଦିନ ଦ୍ବିପହରରେ ବାହାରକୁ ବାହାରିବା କଷ୍ଟ ଅନୁଭବ କରୁଛନ୍ତି । ମୁଣ୍ଡଫଟା ଖରା ହେବା ସହିତ ଝାଞ୍ଜି ପବନ ବୋହୁଛି । (ଓଡ଼ଗାଁ ରିପୋର୍ଟ – ଅଶ୍ଵିନୀ କୁମାର ସାହୁ )