No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୨ ମାର୍ଚ୍ଚ ,ମଙ୍ଗଳବାର ) ବ୍ରହ୍ମପୁର :- ଦୀର୍ଘ ୧୭ ଘଣ୍ଟା ପରେ ରାଜପଥ ରୁ ଉଠିଲା ଅମୋନିଆ ଗ୍ୟାସ ଟ୍ୟାଙ୍କର l ଦୀର୍ଘ ୧୭ ଘଣ୍ଟା ପରେ ରାଜପଥ ରେ ଦୃଘଟାନ ଘଟି ପଡ଼ି ରହି ଥିବା ଅମାନିଆ ଗ୍ୟାସ ଟ୍ୟାଙ୍କର କୁ ଉଠାଯାଇଛି l ଫଳରେ ଏହି ଘଟଣା ପରେ ସ୍ଥାନୀୟ ଅଂଚଳରେ ଯେଁଉ ଆଶଙ୍କା ରହିଥିଲା ଏବଂ ଏହା କୁ ନେଇ ଲୋକ ମାନେ ଭୟ ବିତ ରହିଥିଲେ ତାହା ବର୍ତମାନ ଦୂର ହୋଇଛି l ପାରାଦୀପ ରୁ ୪ ଜନିଆ ଟିମ ଭୋରୁ ୫ଟା ରେ ପହଞ୍ଚି ଟ୍ୟାଙ୍କର କୁ କିଭ ଲି ବାହାର କର l ଯିବା ତାହା ପାଇଁ ବ୍ୟବସ୍ଥା କରିଥିଲେ l ତିନୋଟି କ୍ରେନ ସାହାଯ୍ୟ ରେ ଟ୍ୟଙ୍କ ରକୁ ଉଠା ଯାଇଥିଲା l ପରେ ସେ ହି ରାଜା ପଥ ର ପୂର୍ବ ପାଶ୍ୱର୍ରେ ରଖିl ଯାଇଥିଲା l ଘଟଣା ସ୍ଥଳରେ ୪ଜଣିଆ ଟିମ ର ଅଫିସର ସଚିତ୍ର ରାଉତ, ଦିଲୀପ ପଳାଇ, ପ୍ରଫୁଲ୍ଲ ମହାପାତ୍ର, ଅଭୟ ସାହୁ, ସହ ଛତ୍ରପୁର ଉପ ଜିଲ୍ଲାପାଳ ପ୍ରୀୟସ ରଞ୍ଜନ ପୃଷ୍ଟି, ଜିଲ୍ଲା ଜରୁରକାଳୀନ ଅଧିକାରୀ ଦିବ୍ୟ ଲୋଚନ ମହନ୍ତ, ଛତ୍ରପୁର ସଡ଼ିପିଓ ଗୌତମ କିଶନ ।
ଗଞ୍ଜାମ ବିଡ଼ିଓ ବିଶ୍ୱଜିତ ରାୟ, ଗଞ୍ଜାମ ତହସିଲ ଦାର , ଅଗ୍ନିଶମ ବିଭାଗ କର୍ମଚାରୀ, ବିଦୁତ ବିଭାଗ, ପ୍ରମୁଖ ଘଟଣା ସ୍ଥଳରେ ଉପସ୍ଥିତ ରହି ପରିସ୍ଥିତି ଅନୁଧ୍ୟାନ କରୁଥିଲେ l ରାଜପଥ ଦୁଇ ପାଶ୍ୱର୍ରେ ଅଟକି ରହି ଥିବା ଯାନବାହାନ ଚଳାଚଳ ସମ୍ପୂର୍ଣ୍ଣ ଭାବେ ହୋଇଥିଲା ସୂଚନାଯଗ୍ୟଯେ ଗତ ସୋମବାର ଦିନ ଅପରାହ୍ନ ୫ରେ ଟ୍ୟାଙ୍କର ଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା l ଫଳରେ ଏହା କୁ ନେଇ ପ୍ରସା ସନ୍ ପକ୍ଷରୁ ଉଦ୍ୟମ ଆରମ୍ଭ କରିଥିଲେ l ୩୧ ଟି ମ ୨୩୩୩ନମ୍ବର ଟ୍ୟାଙ୍କର ଗାଡିରେ ୧୮ ଟାନ ଆମୋନିଆ ଗ୍ୟାସ୍ ରହିଥିଲା l ତେଣୁ କିଭଳି ଭାବରେ ତାହା ପାଇଁ ବ୍ୟବସ୍ଥା କଲେ ତାହା କୌଣସି କ୍ଷତି ହେବନି ସେଥିପାଇଁ ପ୍ରଶାସନ ତରଫରୁ ଚେଷ୍ଟା କରାଯାଉଥିଲା l ଏଥିରେ ସରପଞ୍ଚ ଦିଲୀପ ଛୋଟରାୟ, ଜି ସନ୍ତୋଷ ରେଡ୍ଡୀ, ଯୁବ ନେତା ସୁଧୀର ପାଢ଼ୀ, ରାକେଶ ରଞ୍ଜନ ଦାସ, ମନୋଜ ପ୍ରଧାନ, ସମେତ ଅନ୍ୟ ମାନେ ପ୍ରଶାସନ କୁ ସହଯୋଗ କରିଥିଲେ । ( ରିପୋର୍ଟ : ଶେଷଦେବ ସାହୁ , ଗଞ୍ଜାମ ଜିଲ୍ଲା ବ୍ୟୁରୋ )
No Result
View All Result