No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୧ ମାର୍ଚ୍ଚ,ସୋମବାର ) ଭୁବନେଶ୍ୱର :- ବିଧାନସଭା ଚିକିତ୍ସାଳୟ ପରିସରରେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ବାଚସ୍ପତି ଡ଼ଃ. ସୂର୍ଯ୍ୟନାରାୟଣ ପାତ୍ର କୋଭିଡ୍ ପ୍ରତିଷେଧକ ଟୀକା ନେଇଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୂର୍ବାହ୍ନ ୧୧ଟାରେ ଏବଂ ବାଚସ୍ପତି ଡ଼ଃ. ପାତ୍ର ଅପରାହ୍ନ ୧ଟା ରେ ଏହି ଟୀକା ନେଇଛନ୍ତି । ଟୀକା ନେବାପରେ ମୁଖ୍ୟମନ୍ତ୍ରୀ ସମସ୍ତ ଓଡ଼ିଶାବାସୀଙ୍କୁ ଏହିଟୀକା ନେବା ସହ କୋଭିଡ୍ ବିରୁଦ୍ଧରେ ସଂଗ୍ରାମକୁ ଜୋରଦାର କରିବା ପାଇଁ ରାଜ୍ୟବାସୀଙ୍କୁ ଆହ୍ୱାନ ଦେଇଛନ୍ତି ।
ବାଚସ୍ପତି ଡ଼ଃ. ପାତ୍ର ମଧ୍ୟ ସ୍ଵରୂପ ଆହ୍ୱାନ ଦେଇଛନ୍ତି ଏବଂ ଟୀକା ନେବାରେ ଆଦୌ ଭୟଭୀତ ନହେବାକୁ କହିଛନ୍ତି । ବାଚସ୍ପତିଙ୍କ ସହ ଉପବାଚସ୍ପତି ରଜନୀକାନ୍ତ ସିଂ ଏବଂ ବରିଷ୍ଠ ବିଧାୟକ ଭୂପିନ୍ଦର ସିଂ ମଧ୍ୟ ବିଧାନସଭା ଡାକ୍ତରଖାନା ପରିସରରେ କରୋନା ପ୍ରତିଷେଧକ ଟୀକା ନେଇଥିଲେ । କ୍ୟାପିଟାଲ ହସ୍ପିଟାଲ ଡ଼ଃ. ଧନଞ୍ଜୟ ଦାଶ ଏବଂ ବିଧାନସଭା ଡାକ୍ତରଖାନାର ଡ଼ଃ ଲଳିତ ବେହେରାଙ୍କ ତତ୍ତ୍ୱବଧାନର ଷ୍ଟାଫ୍ ନର୍ସ ସ୍ମରଣିକା ରଣସିଂ ଟୀକା କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।
No Result
View All Result