• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଆଜି ବିଧାନସଭାରେ ଆଇନ ଶୃଙ୍ଖଳାକୁ ନେଇ ଗୃହରେ ତାତି, ମାଓ ହିଂସା କମିଛି ; ଅପରାଧ ନିୟନ୍ତ୍ରଣରେ ରହିଛି : ଗୃହ ରାଷ୍ଟ୍ରମନ୍ତ୍ରୀ

Proprietor Abhimanyu Maharana by Proprietor Abhimanyu Maharana
February 28, 2021
in ଓଡ଼ିଶା, ଖୋର୍ଦ୍ଧା, ମହାନଗର, ହୋମ୍
0
ଆଜି ବିଧାନସଭାରେ ଆଇନ ଶୃଙ୍ଖଳାକୁ ନେଇ ଗୃହରେ ତାତି, ମାଓ ହିଂସା କମିଛି ; ଅପରାଧ ନିୟନ୍ତ୍ରଣରେ ରହିଛି : ଗୃହ ରାଷ୍ଟ୍ରମନ୍ତ୍ରୀ
Share on FacebookShare on TwitterWhatsapp

ଓଡ଼ିଶା ତାଜା ନ୍ୟୁଜ (୨୮ ଫେବୃଆରି,ରବିବାର) ଭୁବନେଶ୍ୱର :- ଆଜି ବିଧାନସଭାରେ ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣରେ ନଥିବା ନେଇ ଆସିଥିବା ମୁଲତବି ଆଲୋଚନା ବେଳେ ବିଜେପି ଓ କଂଗ୍ରେସ ପକ୍ଷରୁ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତକୁ ନେଇ ପ୍ରବଳ ହଟ୍ଟଗୋଳ ହୋଇଥିଲା । ବିଜେପି ପକ୍ଷରୁ ମାହାଙ୍ଗା ଡବଲ ମର୍ଡର ଓ ପରୀ ହତ୍ୟାକାଣ୍ଡକୁ ନେଇ ନାରାବାଜି ଜୋରଦାର ରହିଥିଲା । ରାଜନୈତିକ ହତ୍ୟା କାଣ୍ଡ ବନ୍ଦ କରିବା ଲାଗି ବ୍ୟାନର ଧରି ସ୍ଲୋଗାନମାନ ଦେଇଥିଲେ । ଏହାକୁ ନେଇ ଗୃହର ପରିବେଶ କିଛି ସମୟ ପର୍ଯ୍ୟନ୍ତ ଅସ୍ବାଭାବିକ ହୋଇପଡିଥିଲା । 

ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର

ରାଜ୍ୟରେ ଆଇନ ଶୃଙ୍ଖଳା ସମ୍ପୂର୍ଣ୍ଣ ଭୁଶୁଡ଼ି ଯାଇଛି ,ଦିନକୁ ଦିନ ଶିଶୁ ଚୋରି ଓ ହତ୍ୟା ବଢ଼ିବା ସାଙ୍ଗକୁ, ମହିଳା ନିର୍ଯାତନା, ସାଇବର ଅପରାଧ, ରାଜନୈତିକ ହତ୍ୟାକାଣ୍ଡ ବଢ଼ି ଚାଲିଛି । ସାଧାରଣ ଜୀବନ ଯାପନ ଦୁର୍ବିସହ ହୋଇ ପଡିଛି । ନିଶାଡ଼ିଙ୍କ ଦୌରାତ୍ମ୍ୟ ବଢ଼ି ଚାଲିଛି, କେତେଦିନ ଯାଏଁ ରାଜ୍ୟରେ ଏଭଳି ଜଙ୍ଗଲୀରାଜ ଚାଲିବ ବୋଲି ସରକାରଙ୍କୁ ବିରୋଧୀ ମୁଲତବି ଆଲୋଚନା କାଳରେ ପ୍ରଶ୍ନବାଣରେ ଛନ୍ଦି ଥିଲେ । ଅନ୍ୟପକ୍ଷରେ ବିରୋଧୀଙ୍କୁ କଡ଼ା ଜବାବ ଦେଇ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର କହିଥିଲେ ଯେ ରାଜ୍ୟରେ ମାଓହିଂସା କମିଥିବାବେଳେ ସାଂପ୍ରଦାୟିକ ସଦ୍ଭାବନା ବଜାୟ ରହିଛି । ଏହାକୁ ନେଇ କେନ୍ଦ୍ର ସରକାରଙ୍କ ପ୍ରଶଂସା ଅଜାଡି ହେଉଛି । ଅପରାଧ ନିୟନ୍ତ୍ରଣରେ ରହିଛି, ଏହା ବିରୋଧୀଙ୍କୁ ଦେଖାଯାଉନାହିଁ କାହିଁକି ବୋଲି ମନ୍ତ୍ରୀ ପାଲଟା ପ୍ରଶ୍ନ କରିଥିଲେ ।

ମୋହନ ମାଝି

ବିରୋଧୀଦଳ ମୁଖ୍ୟସଚେତକ ମୋହନ ମାଝି ଆଲୋଚନା ଆରମ୍ଭ କରି କହିଥିଲେ ଯେ ରାଜ୍ୟରେ ପୁଲିସ ପ୍ରଶାସନ ଲୋକଙ୍କ ହିତ ପାଇଁ କାର୍ଯ୍ୟକରୁନାହିଁ  । ସେ କେବଳ ସରକାରଙ୍କ ନିର୍ବାଚନ ସୁପରିଚାଳନା, ଟଙ୍କା ବଣ୍ଟା କାର୍ଯ୍ୟରେ ନିୟୋଜିତ ହେଉଛି । ବିହାର ଏବଂ ଉତ୍ତରପ୍ରଦେଶରେ ପୂର୍ବରୁ ଗୁଣ୍ଡାରାଜ ଚାଲିଥିବା ଉଦାହରଣ ଦିଆଯାଉଥିବାବେଳେ ଏବେ ଓଡ଼ିଶା ସବୁ ରାଜ୍ୟକୁ ଟପି ଯାଇଛି । ସାଧାରଣ ଜୀବନଯାପନ ଅସୁରକ୍ଷିତ ହୋଇପଡିଛି । ପ୍ରତିଦିନ ୧୫ରୁ ଅଧିକ ଶିଶୁ ନିଖୋଜ, ବଳାତ୍କାର ଓ ହତ୍ୟାର ଶିକାର ହେଉଛନ୍ତି। ଯୌନ ରାକ୍ଷସଙ୍କୁ ଗିରଫ କରି ଦୃଷ୍ଟାନ୍ତମୂଳକ ଦଣ୍ଡବିଧାନ କରିବା ପରିବର୍ତ୍ତେ ସେମାନଙ୍କ ସହ ପୁଲିସ ସାଲିସ କରୁଛି । ପୂର୍ବରୁ ଲକ୍ଷ୍ମଣାନନ୍ଦ ସରସ୍ବତୀ ଧମକ ଦେଇ ହତ୍ୟା କରାଯାଇଥିବାବେଳେ ଏବେ ଜୀବନାନନ୍ଦ ମହାରାଜାଙ୍କ କ୍ଷେତ୍ରରେ ଏକା ପରିସ୍ଥିତି ସୃଷ୍ଟି ହୋଇଛି । ପୁଲିସ ସଂସ୍କାର କେବଳ କାଗଜକଲମରେ ସୀମିତ ରହିଛି । ରାଜନୈତିକ ହତ୍ୟାକାଣ୍ଡ ବଢ଼ି ଚାଲିଛି ।

ଜୟନାରାୟଣ ମିଶ୍ର

ଯାହାର ଶିକାର ବିଜେପି ନେତା ଜୟନାରାୟଣ ମିଶ୍ର ମଧ୍ୟ ହୋଇଛନ୍ତି । ତାଙ୍କୁ ଖାଦ୍ୟରେ ବିଷ ଦେଇ ମାରିବାପାଇଁ ଷଡଯନ୍ତ୍ର ରଚାଯାଇଥିଲା ବୋଲି ଶ୍ରୀ ମାଝି କହିଥିଲେ । ବିଜେପିର ବରିଷ୍ଠ ସଦସ୍ୟ ଜୟନାରାୟଣ ମିଶ୍ର କହିଥିଲେ ଯେ ସେ ଏହି ନିର୍ମମ ହତ୍ୟାର ଶିକାର ହୋଇଥିଲେ। ଅଭିଯୋଗକାରୀକୁ ମାରି ମୋତେ ଫସାଇବାପାଇଁ ଷଡଯନ୍ତ୍ର କରାଯାଇଥିଲା । ଏକ ଅଭିଯୋଗକୁ ଭିତ୍ତିକରି ସରକାର ଯଦି ମୋ କ୍ଷେତ୍ରରେ ଗିରଫ ପର୍ଯ୍ୟନ୍ତ ଗଲେ ତେବେ ମାହାଙ୍ଗା ଓ ପରୀ ହତ୍ୟାକାଣ୍ଡ ମାମଲାରେ କାହିଁକି ସରକାର ଚୁପ୍ ବସିଛନ୍ତି ବୋଲି ସେ ପ୍ରଶ୍ନ କରିଥିଲେ । ପୁଲିସକୁ ନେଇ ସରକାରୀ ରାଜନୀତିକରଣ କରୁଛନ୍ତି । ପୁଲିସ ଏଠି ସରକାରଙ୍କ ସୁପାରି କିଲର ସାଜିଛି ବୋଲି ସେ ଅଭିଯୋଗ କରିଥିଲେ । ସେହିପରି ବିରୋଧୀଦଳ ନେତା ପ୍ରଦୀପ୍ତ ନାଏକ ଶେଷରେ କହିଥିଲେ ଯେ ମୁଖ୍ୟମନ୍ତ୍ରୀଙ୍କ ଦୁଇ ପ୍ରକାର କଥା। ରଘୁନାଥ ମହାନ୍ତିଙ୍କ କ୍ଷେତ୍ରରେ ଆଇନ ତା’ ବାଟରେ ଯାଉଥିବାବେଳେ ଏବେ କାହିଁକି ଯାଉନାହିଁ ବୋଲି ସେ ପ୍ରଶ୍ନ କରିବା ସହ ପରୀ ଓ ମାହାଙ୍ଗା ଡବଲ ମର୍ଡର ଘଟଣାରେ ମନ୍ତ୍ରୀଙ୍କ ଇସ୍ତଫା ଦାବି କରିଥିଲେ ।

ନରସିଂହ ମିଶ୍ର

ଆଲୋଚନାରେ ଭାଗ ନେଇ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଥିଲେ ଯେ ରାଜ୍ୟରେ ଦିନକୁ ଦିନ ସାଇବର ଅପରାଧ ବଢ଼ି ଚାଲିଛି । ସରକାର କହୁଛନ୍ତି ଆ‌େ‌ମ ସବୁ ଉଦ୍ୟମ କରୁଛୁ, ହେଲେ ଫଳ ଶୂନ୍। ସେହିପରି ବଳାତ୍କାର ମାମଲାରେ ଦେଶରେ ଓଡ଼ିଶା ଦ୍ବିତୀୟ ନମ୍ବରରେ ଥିଲେ ହେଁ ଜନସଂଖ୍ୟା ଦୃଷ୍ଟିରୁ ପ୍ରଥମ ସ୍ଥାନରେ ରହିଛି। ଡ୍ରଗସ୍ ମାଫିଆରାଜ ଏବେ କୋଣ ଅନୁକୋଣରେ ଚାଲିଛି। ନୟାଗଡ ପରୀ ହତ୍ୟାକାଣ୍ଡ ହେଉ କିମ୍ବା ବଲାଙ୍ଗୀରରେ ଏକ ମହିଳାଙ୍କ ପ୍ରତି ସରକାରୀ ଅଧିକାରୀଙ୍କ ଦୁର୍ବ୍ୟବହାର ହେଉ କେଉଁଥିରେ ତଦନ୍ତ ଠିକ୍ ହେଉନାହିଁ। ପୁଇଁତଳାରେ ଜଣେ ସଭ୍ୟଙ୍କ ଗୁଣ୍ଡାଗିରିର ସଦ୍ୟ ପ୍ରମାଣ ସରକାରଙ୍କ ପାଖରେ ଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ନିଆଗଲା ନାହିଁ। ରାଜ୍ୟରେ ଦୀର୍ଘବର୍ଷ ହେଲା ଏକ ଜଙ୍ଗଲୀରାଜ ଚାଲିଛି ବୋଲି ଶ୍ରୀ ମିଶ୍ର କହିଥିଲେ। ଆଲୋଚନାରେ ଭାଗ ନେଇ କଂଗ୍ରେସ ସଭ୍ୟ ସନ୍ତୋଷ ସିଂହ ସାଲୁଜା କହିଥିଲେ ଯେ ମାହାଙ୍ଗା ମର୍ଡର କେସରେ କାହିଁକି ମନ୍ତ୍ରୀଙ୍କୁ ଗିରଫ କରାଯାଇନାହିଁ।

ପ୍ରତାପ କେଶରୀ ଦେବ

ଅନ୍ୟପକ୍ଷରେ ଶାସକଦଳ ସଭ୍ୟ ପ୍ରତାପ କେଶରୀ ଦେବ କହିଥିଲେ ଯେ ବିରୋଧୀ ଯେଉଁ ରାଜନୈତିକ ହତ୍ୟାକାଣ୍ଡର ଆରୋପ ଆମ ଉପରେ ଲଗାଉଛନ୍ତି ଗୋଧ୍ରା ଏବଂ ସୁଶାନ୍ତ ସିଂହଙ୍କ କ୍ଷେତ୍ରରେ କ’ଣ କୁହାଯିବ। ରାଜ୍ୟରେ ଏବେ ମାଓ ଉପଦ୍ରବ କମିଥିବାବେଳେ ଏନଡିପିଏସ୍ ମାମଲା କମିଛି ବୋଲି କେନ୍ଦ୍ର କହୁଛି। ଏହି ପ୍ରସଙ୍ଗରେ ସରକାରୀଦଳ ମୁଖ୍ୟସଚେତକ ପ୍ରମିଳା ମଲ୍ଲିକ, ପ୍ରୀତି ରଞ୍ଜନ ଘଡ଼ାଇ ଏବଂ ଅମର ଶତପଥୀ ପ୍ରମୁଖ ଭାଗ ନେଇ କହିଥିଲେ ଯେ ଦୀର୍ଘ ୨୧ବର୍ଷ ଧରି ଅଞ୍ଜନା ମିଶ୍ର ବଳାତ୍କାରୀକୁ ସିବିଆଇ ଧରିପାରୁ ନଥିବାବେଳେ କମିସନରେଟ ପୁଲିସ କରି ଦେଖାଇଛି। କୋଭିଡ଼ ବେଳେ ସମସ୍ତେ ଜୀବନକୁ ନେଇ ଘରୁ ବାହାରୁ ନଥିବାବେଳେ ପୁଲିସ ତା’ର କର୍ତ୍ତବ୍ୟ କରିଛି। ଏଥିପାଇଁ ୪୮ ପୁଲିସ ଯୋଦ୍ଧା ସହିଦ ହୋଇଛନ୍ତି।

ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର

ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ତାଙ୍କର ଉତ୍ତର ରଖି କହିଥିଲେ ଯେ ରାଜ୍ୟର ଅନୁଗୋଳ, ବୌଦ୍ଧ, ଦେବଗଡ଼, ନୟାଗଡ ଓ ସମ୍ବଲପୁର ଏବେ ମାଓ ମୁକ୍ତ ହୋଇଛି। ରାଜ୍ୟରେ ଏପର୍ଯ୍ୟନ୍ତ କୌଣସି ଆତଙ୍କବାଦୀ କାର୍ଯ୍ୟକଳାପ ଘଟିନାହିଁ। ଛାତ୍ର ଅଶାନ୍ତି ଦେଖାଦେଇନାହିଁ। ନକ୍ସଲ ଦମନରେ ଉଲ୍ଲେଖନୀୟ ଅଗ୍ରଗତି ହୋଇଛି। ପୂର୍ବବର୍ଷ ୩୪ ମାଓବାଦୀ ଗିରଫ ହୋଇଥିବାବେଳେ ୨୧ ଆତ୍ମସମର୍ପଣ କରିଥିଲେ। ୬୦ବନ୍ଧୁକ ସହ ବିପୁଳ ବିସ୍ଫୋରକ ସାମଗ୍ରୀ ଜବତ ହୋଇଛି। ଚଳିତବର୍ଷ ୩ଜଣ ମାଓବାଦୀଙ୍କୁ ପୁଲିସ ଗିରଫ କରିଥିବାବେଳେ ଜଣେ ଆତ୍ମସମର୍ପଣ କରିଛନ୍ତି। ମାଲକାନଗିରିର ସ୍ବାଭିମାନ ଅଞ୍ଚଳରେ ୩ଟି ଶିବିର କରି ଲୋକଙ୍କୁ ସୁରକ୍ଷା ବଳୟକୁ ଅଣାଯାଇଛି। ୨୮୬ଟି ଅଞ୍ଚଳକୁ ‘ରେଡଫ୍ଲାଗ’ ଭାବେ ଘୋଷଣା କରାଯାଇଛି। ରାଜ୍ୟ ସରକାର ସବୁବେଳେ ଆଇନ ଶୃଙ୍ଖଳା ସୁରକ୍ଷା ଓ ଲୋକଙ୍କ ଧନଜୀବନକୁ ପ୍ରାଥମିକତା ଦେଉଛନ୍ତି। ପୁଲିସର ସମୟୋପଯୋଗୀ ପଦକ୍ଷେପ ଯୋଗୁଁ ରାଜ୍ୟରେ ଅପରାଧ ନିୟନ୍ତ୍ରଣରେ ରହିଛି ବୋଲି ମନ୍ତ୍ରୀ ଶ୍ରୀ ମିଶ୍ର କହିଥିଲେ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
Chandi Bhandar Celebrates Savitri with the Exquisite “Sangam” Collection

Chandi Bhandar Celebrates Savitri with the Exquisite “Sangam” Collection

May 4, 2026
କେନ୍ଦ୍ରାପଡ଼ା ଜିଲ୍ଲା ଟପ୍ପର ହେଲେ ଖରିନାସି ଉଚ୍ଚ ବିଦ୍ୟାଳୟର ଦେବଦର୍ଶୀ ମଣ୍ଡଳ

କେନ୍ଦ୍ରାପଡ଼ା ଜିଲ୍ଲା ଟପ୍ପର ହେଲେ ଖରିନାସି ଉଚ୍ଚ ବିଦ୍ୟାଳୟର ଦେବଦର୍ଶୀ ମଣ୍ଡଳ

May 4, 2026
ପୁସ୍ତକ “ଶାକ୍ୟମୁନି ଗୌତମ” ଉନ୍ମୋଚିତ

ପୁସ୍ତକ “ଶାକ୍ୟମୁନି ଗୌତମ” ଉନ୍ମୋଚିତ

May 4, 2026
ଆଉ ନାହାନ୍ତି ବିଶିଷ୍ଟ ଲେଖିକା ଛାୟାପୂରବି

ଆଉ ନାହାନ୍ତି ବିଶିଷ୍ଟ ଲେଖିକା ଛାୟାପୂରବି

May 4, 2026

Recent News

Chandi Bhandar Celebrates Savitri with the Exquisite “Sangam” Collection

Chandi Bhandar Celebrates Savitri with the Exquisite “Sangam” Collection

May 4, 2026
କେନ୍ଦ୍ରାପଡ଼ା ଜିଲ୍ଲା ଟପ୍ପର ହେଲେ ଖରିନାସି ଉଚ୍ଚ ବିଦ୍ୟାଳୟର ଦେବଦର୍ଶୀ ମଣ୍ଡଳ

କେନ୍ଦ୍ରାପଡ଼ା ଜିଲ୍ଲା ଟପ୍ପର ହେଲେ ଖରିନାସି ଉଚ୍ଚ ବିଦ୍ୟାଳୟର ଦେବଦର୍ଶୀ ମଣ୍ଡଳ

May 4, 2026
ପୁସ୍ତକ “ଶାକ୍ୟମୁନି ଗୌତମ” ଉନ୍ମୋଚିତ

ପୁସ୍ତକ “ଶାକ୍ୟମୁନି ଗୌତମ” ଉନ୍ମୋଚିତ

May 4, 2026
ଆଉ ନାହାନ୍ତି ବିଶିଷ୍ଟ ଲେଖିକା ଛାୟାପୂରବି

ଆଉ ନାହାନ୍ତି ବିଶିଷ୍ଟ ଲେଖିକା ଛାୟାପୂରବି

May 4, 2026
Odisha Taza News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

Chandi Bhandar Celebrates Savitri with the Exquisite “Sangam” Collection

Chandi Bhandar Celebrates Savitri with the Exquisite “Sangam” Collection

May 4, 2026
କେନ୍ଦ୍ରାପଡ଼ା ଜିଲ୍ଲା ଟପ୍ପର ହେଲେ ଖରିନାସି ଉଚ୍ଚ ବିଦ୍ୟାଳୟର ଦେବଦର୍ଶୀ ମଣ୍ଡଳ

କେନ୍ଦ୍ରାପଡ଼ା ଜିଲ୍ଲା ଟପ୍ପର ହେଲେ ଖରିନାସି ଉଚ୍ଚ ବିଦ୍ୟାଳୟର ଦେବଦର୍ଶୀ ମଣ୍ଡଳ

May 4, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version