No Result
View All Result
Organisation ଫର wildlife ଆଣ୍ଡ ନେଚର (OWN) ଓ ଖୋର୍ଦ୍ଧା ବନଖଣ୍ଡ ପକ୍ଷରୁ ଦ୍ୱିତୀୟ ପର୍ଯ୍ୟାୟ ଅଗ୍ନି ପ୍ରଶମନ ସଚେତନତା ଶିବିର ।
ଓଡ଼ିଶା ତାଜା ନ୍ୟୁଜ୍ ( ୨୬ ଫେବୃଆରୀ ଶୁକ୍ରବାର ) ଭୁବନେଶ୍ୱର/ଖୋର୍ଦ୍ଧା :- ଖୋର୍ଦ୍ଧା ବନଖଣ୍ଡ ଓ ଭୁବନେଶ୍ୱର ର ଅଗ୍ରଣୀ ସ୍ବେଛାସେବୀ ସଂସ୍ଥା Organisation ଫର wildlife ଆଣ୍ଡ ନେଚର (OWN) ର ମିଳିତ ଉଦ୍ୟମ ରେ ଦ୍ଵିତୀୟ ପର୍ଯ୍ୟାୟ ଅଗ୍ନି ପ୍ରଶମନ ସଚେତନତା ଶିବିର ଶୁକ୍ରବାର ଟାଙ୍ଗି ରେଞ୍ଜ ଅନ୍ତର୍ଗତ କୁଂଜୁରୀ ଓ ପଟିଆ ଗ୍ରାମରେ ଅନୁଷ୍ଠିତ ହୋଇ ଯାଇ ଅଛି । ଶନିବାର ଏହି ଦୁଇ ସ୍ଥାନ ରେ ଅଗ୍ନି ପ୍ରଶମନ ରେଖା ର ନିର୍ମାଣ କାର୍ଯ୍ୟ ହେବାର କାର୍ଯ୍ୟକ୍ରମ ରହିଛି । ଗ୍ରୀଷ୍ମ ଋତୁରେ ଓଡିଶା ର ବିଭିନ୍ନ ଜଙ୍ଗଲ ରେ ନିଆଁ ଲାଗି ଜଙ୍ଗଲ ର ପ୍ରଭୁତ କ୍ଷତି ହୋଇ ଥାଏ । ଏତ ଦ୍ୱାରା ଅନେକ ଔଷଧୀୟ ବୃକ୍ଷ, ଜୀବ ଜନ୍ତୁ ଆଦି ନଷ୍ଟ ହୋଇ ଥାନ୍ତି । ମୁଖ୍ୟତଃ ଜଙ୍ଗଲ ନିଆଁ ମନୁଷ୍ୟ କୃତ। ବିଡି ସିଗାରେଟ ନିଆଁ, ଜଙ୍ଗଲ ମଧ୍ୟରେ ରୋଷେଇ ବାସ, ଶିକାର ପାଇଁ ଲଗା ଯାଉଥିବା ନିଆଁ, ଜନସାଧାରଣ ଙ୍କ ଆକ୍ରୋଶ ଜନିତ ନିଆଁ ଇତ୍ୟାଦି ଏହାର ମୁଖ୍ୟ କାରଣ । ରାଜ୍ୟ ସରକାର ଏହାକୁ ଏଡ଼ାଇବା ଲାଗି ଅନେକ ବ୍ୟବସ୍ଥା କରିଥାନ୍ତି । ସେଥି ମଧ୍ୟରୁ ସଚେତନତା ଶିବିର ସବୁ ସମୟରେ ମୁଖ୍ୟ ଭୂମିକା ଗ୍ରହଣ କରି ଥାଏ ।
ସୂଚନା ଯୋଗ୍ୟ ଯେ OWN ପକ୍ଷରୁ ପ୍ରଥମ ପର୍ଯ୍ୟାୟରେ ଫେବୃଆରୀ ମାସ ମଧ୍ୟ ଭାଗରେ ଖୋର୍ଦ୍ଧା ବନ ଖଣ୍ଡ ବାଲୁଗାଁ ରେଞ୍ଜ ଅନ୍ତର୍ଗତ ବରବରା, ଧୁଆଁନାଳି ଓ ମହୁଲିଆ ରେ ଅନୁରୂପ ସଭା ଅନୁଷ୍ଠିତ ହୋଇ ଥିଲା । ଅନୁଷ୍ଠିତ ସଭାରେ ବନପାଳ ଶ୍ରୀ ରବୀନ୍ଦ୍ର ନାଥ ପଣ୍ଡା ସଭାପତିତ୍ୱ କରି ଗ୍ରାମବାସୀ ଙ୍କୁ ସହଯୋଗ ର ହାତ ବଢ଼େଇବାକୁ ଅନୁରୋଧ କରିଥିଲେ। ସଭାରେ ପୂର୍ବତନ ଅବୈତନିକ ବନ୍ୟଜନ୍ତୁ ତତ୍ୱବଧାରକ ସେବାଶିଷ ଜେନା ଯୋଗ ଦେଇ ଜଙ୍ଗଲ ନିଆଁ ର ଭୟାବହତା ବିଷୟରେ ଗ୍ରାମବାସୀଙ୍କୁ ସୂଚନା ଦେଇ ଥିଲେ। OWN ର ମୁଖ୍ୟ ଉମାକାନ୍ତ ବିଶ୍ୱାଳ ଦୈନନ୍ଦିନ ଜୀବନ ରେ ଜଙ୍ଗଲ ର ଉପାଦେୟତା ବିଷୟରେ ବୁଝାଇ କହିବା ସହ ଜଙ୍ଗଲ ରେ ନିଆଁ ଲାଗିଥିବା ଦେଖିବା ମାତ୍ରେ ଗ୍ରାମବାସୀଙ୍କ ସାହାଯ୍ୟରେ ଏହାକୁ କିପରି ଭାବରେ ପ୍ରଶମନ କରାଯିବ ସେ ବିଷୟରେ ଗୁରୁତ୍ୱାରୋପ କରିଥିଲେ ।
ଗ୍ରାମବାସୀ ମାନେ ଜଙ୍ଗଲ ଅଗ୍ନି ପ୍ରଶମନ କାର୍ଯ୍ୟରେ ଜଙ୍ଗଲ ବିଭାଗ କୁ ସମସ୍ତ ସାହାଯ୍ୟ ସହଯୋଗ ଦେବା ପାଇଁ ପ୍ରତିଶ୍ରୁତି ଦେଇ ଥିଲେ । ସଭା ଶେଷରେ OWN ର ସତ୍ୟବ୍ରତ ମିଶ୍ର ସମସ୍ତଙ୍କୁ ବହୁଳ ସଂଖ୍ୟାରେ ଯୋଗ ଦେଇଥିବାରୁ ଧନ୍ୟବାଦ ଦେଇ ଥିଲେ । ଏହି ଦୁଇଟି ସଭା ରେ ସମୁଦାୟ ୧୩ ଗୋଟି ଗ୍ରାମର ପ୍ରାୟ 85 ଜଣ ଗ୍ରାମବାସୀ ସମେତ ସ୍ଥାନୀୟ ସରପଂଚ, ସମିତି ସଭାପତି, ବୟୋଜ୍ୟେଷ୍ଠ ବ୍ୟକ୍ତି, ଯୁବକ ଓ ମହିଳା ମାନେ ବହୁଳ ସଂଖ୍ୟା ରେ ଅଂଶ ଗ୍ରହଣ କରି ଅନୁଷ୍ଠାନ ର କାର୍ଯ୍ୟ କୁ ପ୍ରଶଂସା କରିଥିଲେ ।
No Result
View All Result