No Result
View All Result
ଓଡ଼ିଶା ତାଜା ନ୍ୟୁଜ (୨୫ ଫେବ୍ରୁଆରି,ଗୁରୁବାର) ମାହାଙ୍ଗା :- ମାହାଙ୍ଗା ଦୁଷ୍କର୍ମ ଓ ହତ୍ୟା ମାମଲା ମୃତ ମହିଳାଙ୍କ ପରିବାରକୁ ଭେଟିଲେ ଆଇନ ମନ୍ତ୍ରୀ, ମାହାଙ୍ଗା ବହୁଚର୍ଚ୍ଚିତ ଭେଡା ସାଲେପୁର ଗ୍ରାମରେ ଦୁଷ୍କର୍ମ ଓ ହତ୍ୟାର ଶିକାର ହୋଇଥିବା ମହିଳାଙ୍କ ପରିବାରକୁ ଭେଟି ସମବେଦନା ଜଣାଇଛନ୍ତି ଆଇନ ମନ୍ତ୍ରୀ ପ୍ରତାପ ଜେନା । ହତ୍ୟାକାରୀଙ୍କ ବିରୁଦ୍ଧରେ ଦୃଢ଼ରୁ ଦୃଢ଼ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହ ଏଥିରେ ସମ୍ପୃକ୍ତ ସମସ୍ତ ଅଭିଯୁକ୍ତଙ୍କୁ ଖୋଜି ବାହାର କରାଯିବ ବୋଲି ସେ କହିଛନ୍ତି ।
ଏଥିସହ ମୃତ ମହିଳାଙ୍କ ଏକମାତ୍ର ପୁତ୍ର ମନୋଜ ଓ ଶ୍ବଶୁରଙ୍କ ସହ ଆଲୋଚନା କରି ସମସ୍ତ ପ୍ରକାର ଆଇନଗତ ସହାୟତା ଯୋଗାଇଦିଆଯିବ ବୋଲି ପ୍ରତିଶୃତି ଦେଇଛନ୍ତି । ମୃତକଙ୍କ ଶୁଦ୍ଧି କ୍ରିୟା ପାଇଁ ବ୍ୟକ୍ତିଗତ ଭାବେ ମନ୍ତ୍ରୀ ପ୍ରତାପ ଜେନା ତାଙ୍କ ପୁତ୍ରକୁ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି । (ମାହାଙ୍ଗାରୁ ଲଷ୍ମୀଧର ଖୁଣ୍ଟିଆ )
No Result
View All Result