No Result
View All Result
ଓଡ଼ିଶା ତାଜା ନ୍ୟୁଜ (୨୪ ଫେବ୍ରୁଆରି,ବୁଧବାର) କଟକ :- ଗତ ୧୯୯୯ମସିହା ଜାନୁଆରୀ ମାସ ୯ ତାରିଖରେ ବାରଙ୍ଗ ଅଞ୍ଚଳରେ ସଂଘଟିତ, ଅଞ୍ଜନା ମିଶ୍ର ଗଣ ଦୁଷ୍କର୍ମର ପରଦ୍ଦାଫାସ କରି କମିଶନରେଟ ପୋଲିସ ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ୱାଳକୁ ଗରିଫ କରିବାରେ ସଫଳ ହୋଇଛି । ବିବନ କୁ ଧରିବା ପାଇଁ ଏକ ସ୍ୱତନ୍ତ୍ର ଟିମ ଗଠନ କରାଯାଇଥିଲା । ଏହି ଅବସରରେ ବୁଧବାର ସନ୍ଧ୍ୟାରେ କଟକ ପୋଲିସ ମୁଖ୍ୟାଳୟ ଠାରେ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
ଆୟୋଜିତ କାର୍ଯ୍ୟକ୍ରମରେ ଡିଜିପି ଶ୍ରୀ ଅଭୟ ଯୋଗ ଦେଇ ଦୀର୍ଘ ୨୨ ବର୍ଷ ତଳର ଘଟଣାକୁ ଗଠନ କରାଯାଇଥିବା ସ୍ୱତନ୍ତ୍ର ଟିମ ସଫଳତାର ସହ କାର୍ଯ୍ୟ କରିଥିବାରୁ,ଏହି କାର୍ଯ୍ୟରେ ସାମିଲ ହୋଇଥିବା ଅଫିସର ମାନଙ୍କ କାର୍ଯ୍ୟକୁ , ପ୍ରଶଂସା କରିବା ସହ ଡିଜିପି ଅଭୟ ସାଧୁବାଦ ଜଣାଇଥିଲେ । ଏହି କାର୍ଯ୍ୟକ୍ରମରେପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ, କଟକ ଡିସିପି ପ୍ରତିକ ସିଂହଙ୍କ ସମେତ ସ୍ୱତନ୍ତ୍ର ଟିମର ଇନିସପେକ୍ଟର, କନେଷ୍ଟବଳ ପ୍ରମୁଖ ଉପସ୍ଥିତ ଥିଲେ । (କଟକରୁ ଅମୂଲ୍ୟ କୁମାର ବାରିକଙ୍କ ରିପୋର୍ଟ )
No Result
View All Result