No Result
View All Result
ଓଡ଼ିଶା ତାଜା ନ୍ୟୁଜ (୨୨ ଫେବୃଆରୀ ସୋମବାର ) ପଦ୍ମପୁର :- ପଦ୍ମପୁର ଉପଖଣ୍ତ ବିଭିନ୍ନ ମଣ୍ତି ମାନଙ୍କରେ ହଜାର ହଜାର ବସ୍ତା ଧାନ ଖୋଲା ଆକାଶ ତଳେ ପଡି ରହିଛି । ଟୋକନ ବ୍ଯବସ୍ଥା ଥାଇ ମଧ୍ୟ ଟୋକନ ଗୁଡିକ ଲେପ୍ସ ହୋଇଥିବା ଜାଣି ଚାଷୀ ମାନେ ଧାନ ବିକ୍ରୟ କରି ପାରୁ ନାହାନ୍ତି । ଆଜିକୁ ୧୩ ଦିନ ହେଲାଣି ପଦ୍ମପୁର ଉପ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଟ୍ରାକ୍ଟର ରେ ଧାନ ରଖି ଆନ୍ଦୋଳନ ଚଳାଇଛନ୍ତି । ଏହି ପରିପ୍ରେକ୍ଷୀରେ ଗତ ଶନିବାର ଦିନ ପଦ୍ମପୁର ଭେଉଁରିଆ ଛକରେ ୨ ଘଣ୍ଟାଆ ରାସ୍ତାରୋଧ କରିଥିଲେ । ତଥାପି ପ୍ରଶାସନ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇ ନାହିଁ ।
ଫଳରେ ଚାଷୀ ମାନେ ତୀବ୍ର ଅସନ୍ତୋଷ ପ୍ରକାଶ କରି ଆଜି ସୋମବାର ଦିନ ବିଭିନ୍ନ ସରକାରୀ କାର୍ଯ୍ୟାଳୟ ଗୁଡିକ ରେ ତଥା ଟ୍ରେଜେରୀ ଅଫିସ,ଜମି ରେଜିଷ୍ଟର ଅଫିସ,ବ୍ଲକ ଅଫିସ ଆଦି ମାନଙ୍କ ରେ ତାଲା ଦେଇଛନ୍ତି । ଫଳରେ ସର୍ବସାଧାରଣ ଜନତା ଅହେତୁକ ଅସୁବିଧା ର ସମ୍ମୁଖୀନ ହେଉଛନ୍ତି । ସରକାର କୌଣସି ପଦକ୍ଷେପ ନେଉ ନ ଥିବାରୁ ଜନ ଅସନ୍ତୋଷ ବଢିବାରେ ଲାଗିଛି । ଲୋକେ ସରକାରଙ୍କ ପ୍ରତି ଅତିଷ୍ଟ ହୋଇ ପଡିଥିଲେଣି ।
ଅନ୍ଯ ପକ୍ଷରେ ଚାଷୀ ମାନେ କନସିଂହା ଛକ ଠାରେ ରାସ୍ତା ଅବରୋଧ କରିବା ଫଳରେ ଯାନବାହାନ ଯାତାୟାତ ଅସୁବିଧା ସୃଷ୍ଟି ହେଉଛି । ଏହି ଆନ୍ଦୋଳନରେ ଚାଷୀ ନେତା ରମେଶ ମହାପାତ୍ର,ଅଶୋକ ସାହୁ,ବାଞ୍ଛିନିଧି ନାଏକ,ହର ବଣିଆ,ଅରଖିତ ସାହୁ,ରକ୍ଷାପାଳ ପ୍ରଧାନ,ରୋହିତ ପ୍ରଧାନ,ନେତ୍ରାନନ୍ଦ ଭିଲ,ଗଜାନନ ସାହୁଙ୍କ ସମେତ ଶହ ଶହ ଚାଷୀ ମାନେ ସାମିଲ ଥିଲେ । (ରିପୋର୍ଟ – ନିରୋଜ କୁମାର ପାଣୀ )
No Result
View All Result