No Result
View All Result
ଓଡ଼ିଶା ତାଜା ନ୍ୟୁଜ (୨୨ ଫେବୃଆରୀ ସୋମବାର ) ଭୁବନେଶ୍ୱର :- ନୀଳ ମାଧବ ପଣ୍ଡାଙ୍କ ନିର୍ଦ୍ଦେଶିତ ଓଡ଼ିଆ ଚଳଚ୍ଚିତ୍ର ‘କାଲିର ଅତୀତ’ ଓସ୍କାର ପାଇଁ ମନୋନୀତ ହୋଇଥିବାରୁ ବାଲୁକା କଳା ମାଧ୍ୟମରେ ଶୁଭକାମନା ଜଣାଇଛନ୍ତି ଆନ୍ତର୍ଜାତୀୟ ବାଲୁକାଶିଳ୍ପୀ ଶ୍ରୀ ସୁଦର୍ଶନ ପଟ୍ଟନାୟକ । ଆନ୍ତର୍ଜାତୀୟ ଖ୍ୟାତିସମ୍ପର୍ଣ୍ଣ ଚଳଚ୍ଚିତ୍ର ନିର୍ମାତା ନୀଳ ମାଧବ ପଣ୍ଡାଙ୍କ
ଏହି ଓଡ଼ିଆ ଚଳଚ୍ଚିତ୍ର ଶ୍ରେଷ୍ଠ ଚିତ୍ର, ଶ୍ରେଷ୍ଠ ଅଭିନେତା, ଶ୍ରେଷ୍ଠ ନିର୍ଦ୍ଦେଶକ ଓ ଅନ୍ୟାନ୍ୟ ବର୍ଗରେ ଓସ୍କାର ଦୌଡ଼ରେ ଜେନେରାଲ ଏଂଟ୍ରି କାଟାଗୋରିରେ ସ୍ଥାନ ପାଇଛି । ଚଳଚ୍ଚିତ୍ରର କାହାଣୀଟି ଜଳବାୟୁ ପରିବର୍ତନ ଏବଂ ସମୁଦ୍ର ପତନର ବୃଦ୍ଧି ଯୋଗୁଁ ପୂର୍ବ ଭାରତର ଅଦୃଶ୍ୟ ହୋଇଯାଇଥିବା ଗ୍ରାମଗୁଡ଼ିକର କଥାବସ୍ତୁ ଉପରେ ପର୍ଯ୍ୟବେସିତ ।
No Result
View All Result