No Result
View All Result
ଓଡିଶା ତାଜା ନ୍ୟୁଜ୍ (୨୦ ଫେବୃଆରି , ଶନିବାର ) କଟକ :- କଟକ ଖାନନଗରର ଶକ୍ତିପୀଠ ମା, କାଳୀଙ୍କ ମନ୍ଦିରର ବିକାଶକୁ ନେଇ ଆଉ ପାଦେ ଆଗେଇଛନ୍ତି ରାଜ୍ୟ ସରକାର । ମା କାଳୀଙ୍କ ମନ୍ଦିର ସମେତ , ପାଶ୍ୱବର୍ତ୍ତୀ ଅଞ୍ଚଳର ଥିବା ମନ୍ଦିର ମାନଙ୍କର ଉନ୍ନତିକରଣ ପାଇଁ ୨ କୋଟି ଟଙ୍କାର ପ୍ୟାକେଜ ଘୋଷଣା କରିଛନ୍ତି ରାଜ୍ୟ ସରକାର । ଉଭୟ ସ୍ମଶାନ ଓ ଦକ୍ଷିଣକାଳୀ ଙ୍କ ମନ୍ଦିର ର ବିକାଶ ଧାରାରେ ଯୋଡିହେବ । ସେହି ସ୍ଥାନରେ ଶନିମନ୍ଦିର,ହନୁମାନ ମନ୍ଦିର, ଶିବମନ୍ଦିର ଆଦି ଥିବାରୁ ଏକ ଆଧୁନିକ ଶୈଳୀରେ ମନ୍ଦିର କମ୍ପଲେକ୍ସ୍ ନିର୍ମାଣ କରାଯିବ । ଯାହା ଫଳରେ ପ୍ରତ୍ୟକଟି ଦେବାଦେବୀ ସ୍ଥାନ ପାଇବେ । ମନ୍ଦିରର ଏହି ପ୍ରକଳ୍ପ ରେ ସୌନ୍ଦର୍ଯ୍ୟକରଣ କରାଯିବ ।

ଯାହା ଦ୍ବାରା କି ଆଖପାଖ ଅଞ୍ଚଳ ସହର ତଥା ଜିଲ୍ଲା ବାହାରର ଭକ୍ତମାନେ ସୁବିଧାରେ ଦର୍ଶନ କରିପାରିବେ । ତେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବଳିଷ୍ଠ ଉଦ୍ୟମରେ କଟକ ସହରକୁ ସୁନ୍ଦର ସହର ଭାବେ ଗଢି ତୋଳିବା ସହ ପରିଚିତ କରାଇବା ମଧ୍ୟ ସ୍ୱପ୍ନ ଦେଖିଥିବା କହିଛନ୍ତି ବିଧାୟକ ସୌଭିକ ବିଶ୍ୱାଳ । ଆଉ ଏଥିପାଇଁ ସବୁସ୍ତରରେ ସହଯୋଗ କରିବା ଆବଶ୍ୟକ ବୋଲି କହିଛନ୍ତି । ଚୌଦ୍ଵାର କଟକ ବିଧାୟକ ଶୌଭିକ୍ ବିଶ୍ବାଳ ,ତେବେ ମନ୍ଦିରର ଉନ୍ନତି ପାଇଁ ମୁଖ୍ୟମନ୍ତ୍ରୀ କରିଥିବା ପ୍ୟାକେଜ୍ ଘୋଷାଣାକୁ ଧନ୍ୟବାଦ ଜଣାଇବା ସହ ଏହି ପଦକ୍ଷେପକୁ ସ୍ୱାଗତ କରି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଛନ୍ତି ଚୌଦ୍ୱାର କଟକ ଯୁବ ବିଧାୟକ ସୌଭିକ ବିଶ୍ୱାଳ । ( ରିପୋର୍ଟ – ଅମୂଲ୍ୟ କୁମାର ବାରିକ )
No Result
View All Result