No Result
View All Result
ଓଡ଼ିଶା ତାଜା ନ୍ୟୁଜ (୧୮ ଫେବୃଆରୀ ଗୁରୁବାର) ଜଟଣୀ :- ଅଲ ଇଣ୍ଡିଆ ଗାର୍ଡ୍ସ କାଉନ୍ସିଲ ଖୋର୍ଦ୍ଧାରୋଡ଼ ମଣ୍ଡଳ ପକ୍ଷରୁ ୫୬ତମ ପ୍ରତିଷ୍ଠା ଦିବସ ଜଟଣୀ ଗାନ୍ଧୀ ପାର୍କ ଠାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଇଷ୍ଟକୋଷ୍ଟ ରେଲୱେ ଜୋନାଲ ସେକ୍ରେଟାରୀ ସନ୍ତୋଷ ନିଷଙ୍କ, ଜୋନାଲ ଉପ ସଭାପତି ଅଲିମ ଖାନ, ଜୋନାଲ ଯୁଗ୍ମ ସମ୍ପାଦକ ଡ଼ି ଭି ଆର ମୂର୍ତ୍ତି ପ୍ରମୁଖ ଉପସ୍ଥିତ ଥିଲେ ।
ଗାର୍ଡ କାଉନସିଲ ଖୋର୍ଦ୍ଧା ମଣ୍ଡଳର ନିର୍ବାହୀ ସଭାପତି ଅନୀଲ କୁମାର ସାହୁ ପତାକା ଉତ୍ତଳନ କରିଥିଲେ ଅନ୍ୟ ମାନଙ୍କ ମଧ୍ୟରେ ଅବସର ପ୍ରାପ୍ତ ଗାର୍ଡ ସୁମନ ପଟନାୟକ, ଏନ ମଲ୍ଲିକ ପ୍ରମୁଖ ବହୁ ବରିଷ୍ଠ ଗାର୍ଡ ଉପସ୍ଥିତ ଥିଲେ ।
(ଜଟଣୀ ରୁ ଇଫତେଖାର ଅଲ୍ଲୀ)
No Result
View All Result